ସିଡ୍ନୀ: ଚଳିତ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ବ୍ୟାଟିଂ ଏବେ ଚର୍ଚ୍ଚାରେ ରହିଛି। ସେ ସୁପର ୧୨ର ୫ ମ୍ୟାଚ୍ରୁ ୩ଟିରେ ଅର୍ଦ୍ଧଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ବିଶେଷ କରି ଜିମ୍ବାୱେ ବିପକ୍ଷ ଶେଷ ସୁପର ୧୨ ମୁକାବିଲାରେ ସୂର୍ଯ୍ୟ କୁମାର ୨୫ ବଲରେ ଅପରାଜିତ ୬୧ ରନର ଇନିଂସ ଖେଳିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।
ଏହି ଇନିଂସରେ ସେ ୪ଟି ଛକା ଓ ୬ଟି ଚୌକା ମାରିଥିଲେ। ସୂର୍ଯ୍ୟଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୬ ରନ କରିଥିଲା। ଏଥିସହ ଜିମ୍ବାୱେକୁ ୭୧ ରନରେ ଏକତରଫା ଭାବେ ହରାଇ ଭାରତ ସେମି ଫାଇନାଲ ଟିକେଟ ମଧ୍ୟ ହାସଲ କରିଛନ୍ତି।
ତେବେ ସୂର୍ଯ୍ୟ କୁମାର ଯେଉଁ ଭଳି ବ୍ୟାଟିଂ କରୁଛନ୍ତି ତାଙ୍କୁ ଏବେ ମିଷ୍ଟର ୩୬୦ ଭାବେ ଅବିହିତ କରାଯାଇଛି। ପୂର୍ବରୁ ମିଷ୍ଟର ୩୬୦ ଭାବେ ଦକ୍ଷିଣ ଆଫ୍ରିକାର ସବୁଠାରୁ ଲୋକପ୍ରିୟ କ୍ରିକେଟର ଏବି ଡିଭିଲିୟର୍ସ ପରିଚୟ ହାସଲ କରିଥିଲେ। ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପରେ ସୂର୍ଯ୍ୟ କୁମାରଙ୍କୁ ମିଷ୍ଟର ୩୬୦ ମାନ୍ୟତା ଉପରେ ପ୍ରଶ୍ନ କରାଯାଇଥିଲା। ତାଙ୍କର ତୁଳନା ଡିଭିଲିୟର୍ସଙ୍କ ସହ କରାଯାଉଥିବାରୁ ସେ କେମିତି ଅନୁଭବ କରୁଛନ୍ତି, ତା’ର ଉତ୍ତର ମଧ୍ୟ ମଗା ଯାଇଥିଲା।
Suryakumar Yadav reacts to comparisons with AB de Villiers.@surya_14kumar | @ABdeVilliers17 | #INDvZIM | #T20WorldCup pic.twitter.com/an9464SpaD
— CricTracker (@Cricketracker) November 6, 2022
ଏହାର ଜବାବରେ ସେ କହିଛନ୍ତି, “ବିଶ୍ୱରେ କେବଳ ଜଣେ ମାତ୍ର ୩୬୦ ଡିଗ୍ରୀ ଖେଳାଳି ରହିଥିଲେ ଓ ରହିଛନ୍ତି। ମୁଁ କେବଳ ତାଙ୍କ ଭଳି ଖେଳିବାକୁ ଚେଷ୍ଟା କରୁଛି।” ସୂର୍ଯ୍ୟଙ୍କ ଏପରି ବୟାନ ଉପରେ ନିଜେ ଡିଭିଲିୟର୍ସ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ତୁମେ ଖୁବଶୀଘ୍ର ସେଠାରେ ପହଞ୍ଚି ଯାଇଛ। ତା’ ଠାରୁ ଅଧିକ କିଛି କରୁଛ। ଆଜି (ଜିମ୍ବାୱେ ବିପକ୍ଷ ମ୍ୟାଚ୍) ବହୁତ ଭଲ ଖେଳ ପ୍ରଦର୍ଶନ କରିଛ।”
You’re very quickly getting there dude, and even more! Well played today
— AB de Villiers (@ABdeVilliers17) November 6, 2022
ଜିମ୍ବାୱେ ବିପକ୍ଷରେ ଅପରାଜିତ ୬୧ ରନ କରିଥିବା ସୂର୍ଯ୍ୟ କୁମାର ଯାଦବ ଚଳିତ ଟି-୨୦ ବିଶ୍ୱକପରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଗତକାଲି ଖେଳିଥିବା ଶଟ୍କୁ ଅନେକ ପ୍ରଶଂସା କରିଛନ୍ତି। ସେ ଗ୍ରାଉଣ୍ଡର ୪ ଦିଗକୁ ଶଟ ମାରିବାକୁ ସକ୍ଷମ ହେଉଥିବାରୁ ତାଙ୍କୁ ସମସ୍ତେ ମିଷ୍ଟର ୩୬୦ ଡିଗ୍ରୀ କହିବାରେ ଲାଗିଛନ୍ତି।
The SKY magic at MCG.pic.twitter.com/ts9GFMKlIs
— Subash (@SubbuSubash_17) November 6, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।