ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଭାରତ ଆସିବ ଅଷ୍ଟ୍ରେଲିଆ। ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ମ୍ୟାଚ୍ ସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମେ ଟେଷ୍ଟ ସିରିଜ୍ରୁ ଲଢ଼େଇ ଆରମ୍ଭ ହେବ।
୯ ଫେବୃଆରୀରେ ନାଗପୁରରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳଯିବ। ଏହାପରେ ୧୭ ଫେବୃଆରୀରୁ ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ। ମାର୍ଚ୍ଚ ୧ରୁ ଧର୍ମଶାଳାରେ ତୃତୀୟ ଓ ୯ ମାର୍ଚ୍ଚରୁ ଅହମଦାବାଦରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହା ବର୍ଡର-ଗାଭାସ୍କର ଟ୍ରଫିର ଫାଇନାଲ ଶେଷ ସିରିଜ ବୋଲି ବିସିସିଆଇ କହିଛି।
ଟେଷ୍ଟ ସିରିଜ ପରେ ୩ଟିକିଆ ଦିନିକିଆର ସିରିଜ ଆରମ୍ଭ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୭ରେ ମୁମ୍ବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ଦିନିକିଆ ବିଶାଖାପଟନମରେ ୧୯ ମାର୍ଚ୍ଚ ଓ ଶେଷ ମ୍ୟାଚ୍ଟି ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ।