ଛକା ମାରି ପୂରଣ କଲେ ଦ୍ୱିଶତକ, ରଚିଲେ ଇତିହାସ

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ନିଜର ପଦାର୍ପଣ ଟେଷ୍ଟ ମ୍ୟାଚରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । କନୱେ ଇଂଲିଶ ମାଟିରେ ଡେବ୍ୟୁ ଟେଷ୍ଟରେ ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଗୁରୁବାର ଐତିହାସିକ ଲର୍ଡସରେ କନୱେ ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି। ଏହି ଡବଲ୍ ସେଞ୍ଚୁରୀ ସହ ସେ ନିଜ ନାଁରେ ବହୁ ରେକର୍ଡ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଇଂଲଣ୍ଡରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ମାରିଛନ୍ତି। […]

devon-conway

devon-conway

Ranjit Kumar Jena
  • Published: Thursday, 03 June 2021
  • Updated: 03 June 2021, 08:23 PM IST

Sports

Latest News

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ନିଜର ପଦାର୍ପଣ ଟେଷ୍ଟ ମ୍ୟାଚରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । କନୱେ ଇଂଲିଶ ମାଟିରେ ଡେବ୍ୟୁ ଟେଷ୍ଟରେ ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଗୁରୁବାର ଐତିହାସିକ ଲର୍ଡସରେ କନୱେ ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି।

ଏହି ଡବଲ୍ ସେଞ୍ଚୁରୀ ସହ ସେ ନିଜ ନାଁରେ ବହୁ ରେକର୍ଡ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଇଂଲଣ୍ଡରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ମାରିଛନ୍ତି। ଏହା ସହ ସେ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଖେଳାଳି ଭାବେ ପଦାର୍ପଣରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ମାଥ୍ୟୁ ସିନକ୍ଲେୟାର୍ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ଉପଲବ୍ଧି ଅର୍ଜନ କରିଥିଲେ। କନୱେ ମଧ୍ୟ ଦୁନିଆର ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ଡେବ୍ୟୁ ଟେଷ୍ଟରେ ଡବଲ୍ ସେଞ୍ଚୁରୀ ମାରିଛନ୍ତି।

ତାଙ୍କ ପୂର୍ବରୁ ଇଂଲଣ୍ଡର ରେଗ୍ ଫୋଷ୍ଟର୍ ୧୯୦୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ୨୮୭ ରନର ଇନିଂସ୍ ଖେଳିଥିଲେ । ସେହିପରି ୧୯୭୨ରେ ଇଣ୍ଡିଜର ଲରେନ୍ସ ରୋୱି କିଙ୍ଗଷ୍ଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୨୧୪ ରନ୍, ୧୯୮୭ରେ ଶ୍ରୀଲଙ୍କାର ବ୍ରେଣ୍ଡନ୍ କୁରୁପୁ କଲମ୍ବୋରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୨୦୧, ୧୯୯୯ରେ ମାଥ୍ୟୁ ସିନକ୍ଲେୟାର ୱେଲିଂଟନରେ ଇଣ୍ଡିଜ୍ ବିପକ୍ଷରେ ୨୧୪, ଇଣ୍ଡିଜର କାଇଲ୍ ମେୟର୍ସ ୨୧୦, ୨୦୦୩ରେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ ରୁଡୋଲ୍ଫ ବାଂଲାଦେଶ ବିପକ୍ଷରେ ଚଟ୍ଟୋଗ୍ରାମରେ ୨୨୨ ରନ୍ କରିଥିଲେ।

କନୱେ ମଧ୍ୟ ଇଂଲଣ୍ଡ ମାଟିରେ ଡେବ୍ୟୁ ମ୍ୟାଚରେ ସର୍ବାଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏଥିସହ ସେ ୧୨୫ ବର୍ଷ ତଳର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୧୮୯୬ରେ ଇଂଲଣ୍ଡର ରଣଜିତ୍ ସିଂହଜୀ ପଦାର୍ପଣ ମ୍ୟାଚରେ ୧୫୪ ରନ୍ କରିଥିଲେ । କିନ୍ତୁ ଆଜି କନୱେ ୧୫୫ ରନ୍ କରିବା ମାତ୍ରକେ ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ କନୱେ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷର ରେକର୍ଡ ଭାଙ୍ଗିଥିଲେ । କନୱେ ଲର୍ଡସ ମଇଦାନରେ ଡେବ୍ୟୁ ମ୍ୟାଚରେ ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

କନୱେଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଲର୍ଡସ୍ ଟେଷ୍ଟର ପ୍ରଥମ ଇନିଂସରେ ୩୭୮ ରନ୍ କରି ଅଲଆଉଟ୍ ହୋଇଛି। କନୱେ ୩୪୭ ବଲରେ ୨୨ ଚୌକା ଓ ୧ ଛକା ସହ ୨୦୦, ହେନରୀ ନିକୋଲ୍ସ ୬୧ ଓ ନିଲ୍ ୱାଗନର ଅପରାଜିତ ୨୫ ରନ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍ ସର୍ବାଧିକ ୪ଟି, ମାର୍କ ଉଡ୍ ୩ଟି ଓ ଜେମ୍ସ ଆଣ୍ଡରସନ୍ ୨ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story