ଅଣ୍ଡର-୧୯ ବିଶ୍ୱକପ ମ୍ୟାଚ ବେଳେ ଭୂକମ୍ପ ଝଟକା, କ୍ୟାମେରାରେ କଏଦ ହେଲା

ତ୍ରିନିଦାଦ: ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପ ମ୍ୟାଚ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମଧ୍ୟମଧରଣର ଭୂକମ୍ପ ଝଟକା କ୍ୟାମେରାରେ କଏଦ ହୋଇଛି। ପଡ଼ିଆରେ ଖେଳ ଚାଲିଥିବା ବେଳେ ଏପରି ଝଟକା ଅନୁଭବ ହେବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ବିଶ୍ୱକପର ପ୍ଲେଟ ସେମି ଫାଇନାଲ ମ୍ୟାଚ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ଖେଳା ଯାଉଥିବା ବେଳେ ଏପରି ଘଟିଛି। ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଅନ୍ତର୍ଗତ […]

worldcup

Hemant Lenka
  • Published: Sunday, 30 January 2022
  • , Updated: 30 January 2022, 11:18 AM IST

ତ୍ରିନିଦାଦ: ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପ ମ୍ୟାଚ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମଧ୍ୟମଧରଣର ଭୂକମ୍ପ ଝଟକା କ୍ୟାମେରାରେ କଏଦ ହୋଇଛି। ପଡ଼ିଆରେ ଖେଳ ଚାଲିଥିବା ବେଳେ ଏପରି ଝଟକା ଅନୁଭବ ହେବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ବିଶ୍ୱକପର ପ୍ଲେଟ ସେମି ଫାଇନାଲ ମ୍ୟାଚ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ଖେଳା ଯାଉଥିବା ବେଳେ ଏପରି ଘଟିଛି। ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଅନ୍ତର୍ଗତ କ୍ୟୁଇନସ ପାର୍କ ଓଭାଲରେ ଏହି ମ୍ୟାଚ୍ ଖେଳା ଯାଉଥିଲା। ଖେଳାଳିମାନେ ପଡ଼ିଆରେ ଖେଳୁଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ମ୍ୟାଚ୍‌ର ଭାଷ୍ୟକାର ଏହାକୁ ଅନୁଭବ କରିଥିଲେ ଓ କମେଣ୍ଟ୍ରୀ ବକ୍ସ ମଧ୍ୟ ଥରିଥିଲା।

ଶନିବାର ପୋର୍ଟ ଅଫ ସ୍ପେନ ଉପକୂଳରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ରେକର୍ଡ କରାଯାଇଛି। ଝଟକା ଯୋଗୁ ମ୍ୟାଚ୍‌ ଉପରେ ଫୋକସ କରିଥିବା କ୍ୟାମେରା ମଧ୍ୟ ୧୫ରୁ ୨୦ ସେକେଣ୍ଡ ପାଇଁ ଦୋହଲି ଥିଲା। ଆଇସିସି ଭାଷ୍ୟକାର ଆଣ୍ଡ୍ର୍ୟୁ ଲେଓନାର୍ଡ ପ୍ରଥମେ କମେଣ୍ଟ୍ରୀ ବକ୍ସ ଥରୁଥିବା ସୂଚନା ଦେଇଥିଲେ। ସେ ଝଟକା ଅନୁଭବ କରୁଥିବା କହିଥିଲେ ମଧ୍ୟ ଆଦୌ ଆତଙ୍କିତ ହୋଇ ନଥିଲେ।

ସେ ଲାଇଭ ମ୍ୟାଚ୍‌ରେ କହିଥିଲେ ଯେ “ଆମେ ବୋଧେ ବର୍ତ୍ତମାନ ଭୂକମ୍ପ ଝଟକା ଅନୁଭବ କରୁଛେ। କମେଣ୍ଟ୍ରୀ ବକ୍ସ ଥରିବାରେ ଲାଗିଛି। ସମ୍ଭବତଃ ଭୂକମ୍ପ ଆସିଛି। ମୁଁ ଭାବୁଛି ଆମ ପଛ ପାଖରେ କୌଣସି ଟ୍ରେନ ଯାଉଛି। କିନ୍ତୁ କ୍ୟୁଇନ୍ସ ପାର୍କ ଓଭାଲର ପୂରା ମିଡିଆ ବକ୍ସ ଦୋହଲିଛି। ପ୍ରାୟ ୧୫ରୁ ୨୦ ସେକେଣ୍ଡ ଧରି ଝଟକା ଅନୁଭବ ହୋଇଛି।”


ଭୂକମ୍ପ ଝଟକା ବେଳେ ଜିମ୍ବାୱେ ଇନିଂସର ୬ଷ୍ଠ ଓଭର ଚାଲିଥିଲା। ବୋଲିଂ ବେଳେ କ୍ୟାମେରା ମଧ୍ୟ ଥରୁଥିବା ଦେଖିବାକୁ ମିଳିଛି। ଝଟକା ମଧ୍ୟମଧରଣର ଥିବାରୁ ଖେଳ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ବୋଲିଂ କିମ୍ବା ବ୍ୟାଟିଂ ମଧ୍ୟ ଅଟକି ନଥିଲା।

ସାମ୍ବାଦିକ ପିଟର ଡେଲ୍ଲା କମେଣ୍ଟ୍ରୀ ବକ୍ସର ଫିଡକୁ ଟ୍ୱିଟର୍‌ରେ ଶେୟାର କରିଛନ୍ତି। ତେବେ ଏହି ଝଟକା ପରେ ଆଉ କୌଣସି ଅସୁବିଧା ପୂରା ମ୍ୟାଚରେ ହୋଇ ନଥିଲା। ଏହି ମ୍ୟାଚ୍‌ରୁ ଆୟର୍ଲ୍ୟାଣ୍ଡ ୮ ୱିକେଟରେ ଜିତି ନେଇଛି।

Related story