ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଚାହାନ୍ତି ନାହିଁ ବଟଲର

ଆଡିଲେଡ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ-ପାକିସ୍ତାନ ଲଢ଼େଇ ଦେଖିବାକୁ ଚାହାନ୍ତି ନାହିଁ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର। ଭାରତ-ପାକିସ୍ତାନ ଯେମିତି ଫାଇନାଲରେ ପରସ୍ପରକୁ ନ ଭେଟିବେ, ସେଥିପାଇଁ ଇଂଲଣ୍ଡ ସବୁ ପ୍ରକାରର ଚେଷ୍ଟା କରିବ ବୋଲି ସେ ଆଜି କହିଛନ୍ତି। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ଆଜି ପ୍ରଥମ ସେମିରେ ପାକିସ୍ତାନର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଯଦି ଆଜି ପାକିସ୍ତାନ ଓ […]

buttler

buttler

Hemant Lenka
  • Published: Wednesday, 09 November 2022
  • Updated: 09 November 2022, 11:43 AM IST

Sports

Latest News

ଆଡିଲେଡ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ-ପାକିସ୍ତାନ ଲଢ଼େଇ ଦେଖିବାକୁ ଚାହାନ୍ତି ନାହିଁ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର। ଭାରତ-ପାକିସ୍ତାନ ଯେମିତି ଫାଇନାଲରେ ପରସ୍ପରକୁ ନ ଭେଟିବେ, ସେଥିପାଇଁ ଇଂଲଣ୍ଡ ସବୁ ପ୍ରକାରର ଚେଷ୍ଟା କରିବ ବୋଲି ସେ ଆଜି କହିଛନ୍ତି।

ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ଆଜି ପ୍ରଥମ ସେମିରେ ପାକିସ୍ତାନର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଯଦି ଆଜି ପାକିସ୍ତାନ ଓ ଆସନ୍ତାକାଲି ଭାରତ ଜିତବ, ତା’ହେଲେ ରବିବାର ଐତିହାସିକ ମେଲବର୍ଣ୍ଣରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟ୍ରଫି ପାଇଁ ଟକ୍କର କରିବେ।

ଏପରି ସ୍ଥିତି ଶେଷଥର ପାଇଁ ୨୦୦୭ରେ ଦେଖିବାକୁ ମିଳିଥିଲା। କିଛି କ୍ରିକେଟ ପ୍ରେମୀ ଭାରତ ଓ ପାକିସ୍ତାନ ଫାଇନାଲ ଦେଖିବାକୁ ଚାହୁଁଥିବା ବେଳେ ଆଉ କିଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡର ଲଢ଼େଇ ଦେଖିବାକୁ ଚାହୁଁଛନ୍ତି।

ଏସବୁ ଭିତରେ ବଟଲରଙ୍କ ବୟାନ ସାମ୍ନାକୁ ଆସିଛି। କାଲିର ମ୍ୟାଚ୍‌ ପୂର୍ବରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଟଲର କହିଛନ୍ତି, “ଆମେ ନିଶ୍ଚିତ ଭାବେ ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ଦେଖିବାକୁ ଚାହୁଁନୁ। ତେଣୁ ଏପରି ସ୍ଥିତି ଯେମିତି ସୃଷ୍ଟି ନ ହେବ, ସେ ଦିଗରେ ଆମ ଦ୍ୱାରା ଯାହା ହୋଇପାରିବ ସବୁ କିଛି କରିବୁ।” ଏହାର ଅର୍ଥ ଭାରତକୁ କଡ଼ା ଟକ୍କର ଦେବାକୁ ଇଂଲଣ୍ଡ ପ୍ରସ୍ତୁତ ଥିବା ବଟଲର ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

ନକଆଉଟ ମ୍ୟାଚ୍‌ରେ ଭାରତ ତାର ତେଜ ହରାଉଛି କି? ଏହାର ଉତ୍ତରରେ ବଟଲର କହିଛନ୍ତି, “ ଆଦୌ ନୁହେଁ। ମୁଁ ଭାବୁଛି ଭାରତ ଗୋଟିଏ ଶକ୍ତିଶାଳୀ ଟିମ। ଦୀର୍ଘ ସମୟ ହେଲାଣି ଟିମ ଇଣ୍ଡିଆ ନିୟମିତ ଭାବେ ଶକ୍ତିଶାଳୀ ହୋଇ ରହିଛି। ଦଳ ପାଖରେ ଅନେକ ଦକ୍ଷ ଖେଳାଳି ରହିଛନ୍ତି। ତେଣୁ ଟିମ ଶକ୍ତିଶାଳୀ ହେବା ସ୍ୱାଭାବିକ। ଆପଣ ସେମି ଫାଇନାଲକୁ ଆସିବାର ଅର୍ଥ ଆପଣଙ୍କ ସାମ୍ନାରେ ଭଲ ଟିମ ରହିବେ। ଭଲ ଟିମଗୁଡ଼ିକ ମଧ୍ୟରୁ ଭାରତ ଅନ୍ୟତମ।”

ଆସନ୍ତାକାଲି ଦିନ ୧.୩୦ରେ ଭାରତ ଓ ଇଂଲଣ୍ଡ ଆଡିଲେଡ ଓଭାଲରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳିବେ। ଗ୍ରୁପ ୨ରୁ ଭାରତ ପ୍ରଥମ ସ୍ଥାନରେ ରହି ଓ ଇଂଲଣ୍ଡ ଗ୍ରୁପ ୧ରୁ ଦ୍ୱିତୀୟ ଦଳ ଭାବେ ସେମି ଟିକେଟ ହାତେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story