ପ୍ରଥମେ ବ୍ୟାଟିଂ କରିବ ଭାରତ, ଆୟରଙ୍କ ବଦଳରେ କାହାକୁ ମିଳିଲା ସୁଯୋଗ

ପୁଣେ: ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ। ଇଂଲଣ୍ଡର କାମଚଳା ଅଧିନାୟକ ଜୋସ ବଟଲର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଆହତ ହୋଇଥିବା ଶ୍ରେୟସ ଆୟରଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ସେ କେଏଲ ରାହୁଲଙ୍କ ବଦଳରେ ୱିକେଟ କିପିଂ ଦାୟିତ୍ୱ ତୁଲାଇବେ। ରାହୁଲ ବ୍ୟାଟସମ୍ୟାନ୍‌ ଭାବେ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଆୟର ଆହତ ହୋଇଥିବାରୁ ସୂର୍ଯ୍ୟ […]

Virat

Hemant Lenka
  • Published: Friday, 26 March 2021
  • , Updated: 26 March 2021, 01:17 PM IST

ପୁଣେ: ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ। ଇଂଲଣ୍ଡର କାମଚଳା ଅଧିନାୟକ ଜୋସ ବଟଲର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଆହତ ହୋଇଥିବା ଶ୍ରେୟସ ଆୟରଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।

ସେ କେଏଲ ରାହୁଲଙ୍କ ବଦଳରେ ୱିକେଟ କିପିଂ ଦାୟିତ୍ୱ ତୁଲାଇବେ। ରାହୁଲ ବ୍ୟାଟସମ୍ୟାନ୍‌ ଭାବେ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଆୟର ଆହତ ହୋଇଥିବାରୁ ସୂର୍ଯ୍ୟ କୁମାର ଯାଦବ ଦିନିକିଆରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା। ହେଲେ ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କ ଉପରେ ଅଧିକ ଭରସା କରିଛି।

ଗତ ମ୍ୟାଚ୍‌ରେ କୁଳଦୀପ ଯାଦବ ଅଧିକ ରନ୍‌ ବ୍ୟୟ କରିଥିଲେ ହେଁ ତାଙ୍କୁ ପୁଣି ଦ୍ୱିତୀୟ ଦିନିକିଆରେ ତାଙ୍କୁ ସୁଯୋଗ ମିଳିଛି। ରୋହିତ ଶର୍ମା ଆହତ ସମସ୍ୟା ଦେଇ ଗତି କରୁଥିଲେ। କିନ୍ତୁ ଏବେ ସେ ଫିଟ୍‌ ହୋଇଯାଇଥିବାରୁ ଶିଖର ଧୱନଙ୍କ ସହ ଇନିଂସ ଆରମ୍ଭ କରିବେ।

ଅନ୍ୟପକ୍ଷରେ ଇଂଲିଶ ଟିମ୍‌ର ନିୟମିତ ଅଧିନାୟକ ଇଆନ ମୋର୍ଗାନ ଆହତ ହେବାରୁ ଦିନିକିଆ ସିରିଜ୍‌କୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ବଟଲର ଦଳର କମାଣ ସମ୍ଭାଳିଛନ୍ତି। ସେ ମଧ୍ୟ ମୋର୍ଗାନଙ୍କ ପରି ଆଜି ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଟିମ୍‌ ଇଂଲଣ୍ଡ ଆଜି ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ମୋର୍ଗାନଙ୍କ ବଦଳରେ ଲିଆମ ଲିଭଙ୍ଗଷ୍ଟୋନ୍‌ ଖେଳିବେ। ସେ ଆଜି ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାବାଦ୍‌ ସାମ ବିଲିଙ୍ଗସଙ୍କ ବଦଳରେ ଡାୱିଡ ମଲାନା ଓ ମାର୍କ ଉଡଙ୍କ ବଦଳରେ ରିସେ ଟୋପଲେ ସ୍ଥାନ ପାଇଛନ୍ତି।


ପ୍ରଥମ ଦିନିକିଆରେ ଭାରତ ନାଟକୀୟ ବିଜୟ ହାସଲ କରିଥିଲା। ଏବେ ଦଳ ୩ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଆଜିର ମ୍ୟାଚ୍‌ ଜିତିଲେ ଦଳ ସିରିଜ୍‌ ଦଖଲ କରିବ। ସେହିପରି ଇଂଲଣ୍ଡ ବିଜୟୀ ହେଲେ ସିରିଜ୍‌ ୧-୧ରେ ବରାବର ହୋଇଯିବ।

ଭାରତ ଏକାଦଶ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଋଷଭ ପନ୍ତ(ୱିକେଟ କିପର), ଲୋକେଶ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା।

ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍(କ୍ୟାପଟେନ୍), ଡାୱିଡ ମଲାନ, ଲିଆମ ଲିଭଙ୍ଗଷ୍ଟୋନ, ମୋଇନ୍ ଅଲୀ, ସାମ୍ କୁରାନ୍, ଟମ୍ କୁରାନ୍, ଆଦିଲ୍ ରଶିଦ୍, ରିସେ ଟୋପଲେ।

Related story