ଇଂଲଣ୍ଡକୁ ଝଟକା, କ୍ୟାପଟେନ୍ ମୋର୍ଗାନ୍ ଦିନିକିଆ ସିରିଜରୁ ଆଉଟ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜରେ ଇଂଲଣ୍ଡକୁ ଡବଲ୍ ଝଟକା ଲାଗିଛି। ଭ୍ରମଣକାରୀ ଦଳର କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଆହତ କାରଣରୁ ସିରିଜର ବାକି ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜୋସ୍ ବଟଲର ଇଂଲଣ୍ଡ ଟିମର କ୍ୟାପଟେନ୍ ହୋଇଛନ୍ତି। ସେହିପରି ଦଳର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗସ୍ ଆହତ କାରଣରୁ ଦ୍ୱିତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଦୁଇ ଖେଳାଳିଙ୍କ ବାଦ୍ ପଡ଼ିବା ପରେ ଆସନ୍ତାକାଲି ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଲିଆମ୍ […]

Eoin-Morgan

Ranjit Kumar Jena
  • Published: Thursday, 25 March 2021
  • , Updated: 25 March 2021, 09:28 PM IST

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜରେ ଇଂଲଣ୍ଡକୁ ଡବଲ୍ ଝଟକା ଲାଗିଛି। ଭ୍ରମଣକାରୀ ଦଳର କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଆହତ କାରଣରୁ ସିରିଜର ବାକି ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜୋସ୍ ବଟଲର ଇଂଲଣ୍ଡ ଟିମର କ୍ୟାପଟେନ୍ ହୋଇଛନ୍ତି। ସେହିପରି ଦଳର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗସ୍ ଆହତ କାରଣରୁ ଦ୍ୱିତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି।

ଦୁଇ ଖେଳାଳିଙ୍କ ବାଦ୍ ପଡ଼ିବା ପରେ ଆସନ୍ତାକାଲି ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ପଦାର୍ପଣ କରିବେ। ଅନ୍ୟପକ୍ଷରେ ଡାୱିଡ୍ ମଲାନଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି ଏବଂ ସେ ଚୟନ ପାଇଁ ଉପଲବ୍ଧ ହେବେ। ମଙ୍ଗଳବାର ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ମୋର୍ଗାନଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ଆହତ ସତ୍ତ୍ୱେ ମୋର୍ଗାନ୍ ବ୍ୟାଟିଂ କରିବାକୁ ଆସିଥିଲେ।

କେବଳ ଇଂଲଣ୍ଡ ନୁହେଁ, ଭାରତର ଦୁଇ ଖେଳାଳି ରୋହିତ୍ ଶର୍ମା ଓ ଶ୍ରେୟସ ଆୟର୍ ଆହତ ହୋଇଛନ୍ତି। ଆୟର୍ ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଥିବା ବେଳେ ରୋହିତଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ମିଳିନାହିଁ।

ସୂଚନାଯୋଗ୍ୟ, ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ଇଂଲଣ୍ଡକୁ ହରାଇଥିଲା। ଏହି ବିଜୟ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଆସନ୍ତାକାଲି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଇଂଲଣ୍ଡ ପାଇଁ ଏବେ 'କର ବା ମର' ପରିସ୍ଥିତି ଉପୁଜିଛି।

Related story