ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ଦିବସରେ ଅତିଥି ଭାବେ ଓଡ଼ିଶା ରଣଜୀ ଦଳର ପୂର୍ବତନ କ୍ୟାପଟେନ୍ ପି. ଜୟଚନ୍ଦ୍ର, ପୂର୍ବତନ କର୍ପୋରେଟର୍ ମାନସୀ ରାଣୀ ସୁନ୍ଦରାୟ, ପୂର୍ବତନ ରଣଜୀ ଖେଳାଳି ସୁଶାନ୍ତ ରଥ ଓ ଓଡ଼ିଶା ରଣଜୀ କ୍ରିକେଟର୍ ଆଲୋକ ମଙ୍ଗରାଜ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ […]

mom

Ranjit Kumar Jena
  • Published: Sunday, 21 February 2021
  • , Updated: 21 February 2021, 04:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ଦିବସରେ ଅତିଥି ଭାବେ ଓଡ଼ିଶା ରଣଜୀ ଦଳର ପୂର୍ବତନ କ୍ୟାପଟେନ୍ ପି. ଜୟଚନ୍ଦ୍ର, ପୂର୍ବତନ କର୍ପୋରେଟର୍ ମାନସୀ ରାଣୀ ସୁନ୍ଦରାୟ, ପୂର୍ବତନ ରଣଜୀ ଖେଳାଳି ସୁଶାନ୍ତ ରଥ ଓ ଓଡ଼ିଶା ରଣଜୀ କ୍ରିକେଟର୍ ଆଲୋକ ମଙ୍ଗରାଜ ଯୋଗ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିବା ବେଳେ ଉଦଘାଟନୀ ମ୍ୟାଚ୍ ସୋଲାର କ୍ଲବ୍ ଓ ରାମେଶ୍ୱର ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ରାମେଶ୍ୱର ୯ ୱିକେଟରେ ବିଜୟୀ ହୋଇଛି। ୩୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ସୋଲାର କ୍ଲବ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୩ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଦଳ ପକ୍ଷରୁ ସମ୍ବିତ ବେଜ୍ ସର୍ବାଧିକ ୬୧, ଦୀପଙ୍କର ସାହୁ ୪୧, ମହାପ୍ରସାଦ ଗୟା ୩୬ ଓ ପ୍ରବୀଣ ପଣ୍ଡା ୩୬ ରନ୍ କରିଥିଲା। ରାମେଶ୍ୱର ପକ୍ଷରୁ ସୋହମ ପଟ୍ଟନାୟକ, ଉନ୍ନିକ୍ରିଷ୍ଣା ଦାସ ଓ ତୀର୍ଥଙ୍କର ସାହୁ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

[caption id="attachment_621146" align="alignnone" width="1000"] ମ୍ୟାଚ୍ ପୂର୍ବରୁ ଅତିଥିଙ୍କ ସହ ଦୁଇ ଟିମ୍‌ର ଖେଳାଳି[/caption]

ଜବାବରେ ରାମେଶ୍ୱର ୧୮ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟ ଲାଭ କରିଛି। ଦଳ ପକ୍ଷରୁ ସୁଭାଶିଷ ମଲ୍ଲିକ୍ ଆକର୍ଷଣୀୟ ବ୍ୟାଟିଂ କରି ଅପରାଜିତ ୧୨୭ ରନର ଶତକୀୟ ଇନିଂସ୍ ଖେଳିଥିବା ବେଳେ ସ୍ୱୟମ୍ ପଣ୍ଡା ଅପରାଜିତ ୪୪ ଓ ତୀର୍ଥଙ୍କର ସାହୁ ୩୬ ରନ୍ କରିଥିଲେ। ଶତକୀୟ ଇନିଂସ୍ ଖେଳିଥିବା ସୁଭାଶିଷଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ ଆଲୋକ ମଙ୍ଗରାଜ।

ମ୍ୟାଚରେ ଏଲଏଲସିସିର ସଭାପତି ନିତ୍ୟାନନ୍ଦ ବେହେରା, ସମ୍ପାଦକ ପଙ୍କଜ ଦାସ ଓ ସହପ୍ରଶିକ୍ଷକ ଅଜୟ କୁମାର ସାହୁ ଉପସ୍ଥିତ ଥିଲେ। ମ୍ୟାଚକୁ ସୁଶାନ୍ତ ଦାଶ ଓ ଶାଶ୍ୱତୀ ଶତପଥୀ ପରିଚାଳନା କରିଥିବା ବେଳେ ରାହତ ଅଲୀ ସ୍କୋରର ଦାୟିତ୍ୱ ତୁଲାଇଥିଲେ।

Related story