ଆଜି ଶ୍ରୀଲଙ୍କା ସହ କଡ଼ା ଟକ୍କର: ବିରାଟ ଓ ରୋହିତଙ୍କ ଉପରେ ନଜର

କୋଲକାତା: ପ୍ରଥମ ଦିନିକିଆ ଜିତିବା ପରେ ପୂରା ଜୋଶରେ ଟିମ ଇଣ୍ଡିଆ। ଟପ୍‌ ଥ୍ରୀ ବ୍ୟାଟର ଏବେ ଫୁଲ ଫର୍ମରେ ଅଛନ୍ତି। ତେଣୁ ପ୍ରଥମ ଦିନିକିଆ ଭଳି ଆଜି କୋଲକାତାରେ ଗୋଟିଏ ବଡ ସ୍କୋର ଛିଡ଼ା କରିବା ଭାରତ ପାଇଁ ଆଉ କଷ୍ଟକର ହେବ ନାହିଁ। ଗୁରୁବାର ଦ୍ୱିତୀୟ ଦିନିକିଆ ଥିବା ବେଳେ ଏହାକୁ ଜିତି ୨-୦ରେ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ହ୍ୱାଇଟ ବଲ ଫର୍ମାଟରେ ଦମଦାର ଫର୍ମରେ ରହିଛନ୍ତି ବିରାଟ […]

Virat

Ordigital Desk
  • Published: Thursday, 12 January 2023
  • , Updated: 12 January 2023, 12:19 PM IST

କୋଲକାତା: ପ୍ରଥମ ଦିନିକିଆ ଜିତିବା ପରେ ପୂରା ଜୋଶରେ ଟିମ ଇଣ୍ଡିଆ। ଟପ୍‌ ଥ୍ରୀ ବ୍ୟାଟର ଏବେ ଫୁଲ ଫର୍ମରେ ଅଛନ୍ତି। ତେଣୁ ପ୍ରଥମ ଦିନିକିଆ ଭଳି ଆଜି କୋଲକାତାରେ ଗୋଟିଏ ବଡ ସ୍କୋର ଛିଡ଼ା କରିବା ଭାରତ ପାଇଁ ଆଉ କଷ୍ଟକର ହେବ ନାହିଁ। ଗୁରୁବାର ଦ୍ୱିତୀୟ ଦିନିକିଆ ଥିବା ବେଳେ ଏହାକୁ ଜିତି ୨-୦ରେ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ।

ହ୍ୱାଇଟ ବଲ ଫର୍ମାଟରେ ଦମଦାର ଫର୍ମରେ ରହିଛନ୍ତି ବିରାଟ କୋହଲି। ମାସକ ମଧ୍ୟରେ ଦୁଇଟି ସେଞ୍ଚୁରୀ ମାରିବା ପରେ ସେ ଆଉ ପଛକୁ ଫେରିବା ମୁଡରେ ନାହାନ୍ତି। ଗୌହାଟୀ ମ୍ୟାଚରେ ୭୩ ତମ ଅନ୍ତର୍ଜାତୀୟ ଶତକ ମାରିବା ପରେ ଏବେ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିଛନ୍ତି ଏହି ଷ୍ଟାର ଖେଳାଳି। ପ୍ରଥମ ଦିନିକିଆରେ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲେ ଏହି ଭେଟରାନ ବ୍ୟାଟର।

ସେପଟେ ଆହତରୁ ଫେରିବା ପରେ କ୍ୟାପଟେନ ରୋହିତ ଶର୍ମା ବି ଫୁଲ ଦମରେ ରହିଛନ୍ତି। ସେ ୬୭ ବଲରେ ୮୩ ରନ କରି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଏମିତି ବି ଦେଖିବାକୁ ଗଲେ ଇଡେନ ଗାର୍ଡେନ ହେଉଛି ରୋହିତଙ୍କ ଫେଭରାଇଟ ପିଚ। ୮ ବର୍ଷ ତଳେ ଏଠାରେ ସେ ୨୬୪ ରନ ସ୍କୋର କରି ରେକର୍ଡ କରିଥିଲେ।

ତେଣୁ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏକ ବଡ଼ ସ୍କୋର ତାଙ୍କ ଠାରୁ ଚାହିଁବେ ସମସ୍ତେ। ଏମିତି ବି ଦୀର୍ଘଦିନ ହେବ ସେ ଦିନିକିଆରେ ସେଞ୍ଚୁରୀ ମାରି ନାହାନ୍ତି। ଶେଷଥର ପାଇଁ ୨୦୨୦ ଜାନୁୟାରୀରେ ସେ ଏକ ଶତକ ହାସଲ କରିଥିଲେ। ଅନ୍ୟତମ ଓପନର ଶୁବମନ ଗିଲ ମଧ୍ୟ ଶ୍ରୀଲଙ୍କାର ବୋଲରଙ୍କୁ ପ୍ରଥମ ଦିନିକିଆରେ ଭଲ  ଧୂଲେଇ କରିଥିଲେ। ଈଶାନ କିଶାନଙ୍କୁ ହଟାଇ ଓପନିଂ କରିବାକୁ ଆସିଥିବା ଏହି ବ୍ୟାଟର ମଧ୍ୟ ବଡ଼ ସ୍କୋର ଅପେକ୍ଷାରେ ରହିଛନ୍ତି।

ପ୍ରଥମ ଦିନିକିଆରେ ଗିଲ ୬୦ବଲରୁ ୭୦ରନ କରି ଚର୍ଚ୍ଚାକୁ ଆସିଛନ୍ତି। ଇଡେନ ଗାର୍ଡେନ ଫାଷ୍ଟ ବୋଲରଙ୍କୁ ସୁହାଇବା ଭଳି ପିଚ ହୋଇଥିବାରୁ ଅଧିକ ସିମରଙ୍କୁ ନେଇ ଓହ୍ଲାଇପାରେ ଟିମ ଇଣ୍ଡିଆ। ବୋଲିଂ ଲାଇନ ପୂରା ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଉମ୍ରାନ ମଲିକଙ୍କ ଉପରେ ନିର୍ଭର କରିବ।

ଅନ୍ୟପଟେ ଶ୍ରୀଲଙ୍କା ମଧ୍ୟ କିଛି ଖରାପ ଫର୍ମରେ ନାହିଁ। ପ୍ରଥମ ଦିନିକିଆରେ ଭାରତ ଛିଡ଼ା କରିଥିବା ସ୍କୋରକୁ ଚେଜ କରିବାରେ ଶ୍ରୀଲଙ୍କା କୌଣସି ସୁଯୋଗ ହାତ ଛଡ଼ା କରି ନଥିଲା। ଶେଷ ଯାଏ ଦଳ ଲଢ଼େଇ କରିଥିଲା। ପ୍ରଥମ ଦିନିକିଆରେ ୧୭୯/୭ରେ ଥିବା ଶ୍ରୀଲଙ୍କାକୁ ଏକାକୀ ସମ୍ଭାଳିଥିଲେ ଅଧିନାୟକ ଦାସୁନ ଶଣକା। ସେ ଅପରାଜିତ ୧୦୮ ରନର ଇନିଂସ ଖେଳିଥିଲେ। ଭଲ ପାର୍ଟନର ମିଳିଥିଲେ ହୁଏତ ସେ ଏକା ଖେଳର ମୋଡ଼ ବଦଳାଇ ଦେଇ ପାରିଥାଆନ୍ତେ। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ମଧ୍ୟ ଭଲ ଖେଳି ସିରିଜ ବରାବର କରିବାକୁ ଚେଷ୍ଟା କରିବ।

Related story