୧୯୯୨ ନା ୨୦୧୧ର ପୁନରାବୃତ୍ତି? ଭାରତ-ପାକିସ୍ତାନ ସହ ଘଟୁଛି ସମାନ ଘଟଣା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଭାରତ-ଇଂଲଣ୍ଡ ଓ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ସେମି ଫାଇନାଲ। ସେହିପରି ରବିବାର ଏମାନଙ୍କ ମଧ୍ୟରୁ ୨ଟି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ମେଲବର୍ଣ୍ଣରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ଓ ଭାରତ ବେଶ ସହଜରେ ଦମଦାର ବିଜୟ ସହ ସେମି ଫାଇନାଲ ଟିକେଟ ହାତେଇଛନ୍ତି। କିନ୍ତୁ ସୁପର ୧୨ ପର୍ଯ୍ୟାୟରେ ଇଂଲଣ୍ଡ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଜୋଶ ବଟଲରଙ୍କ […]

India

India

Hemant Lenka
  • Published: Monday, 07 November 2022
  • Updated: 07 November 2022, 09:39 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଭାରତ-ଇଂଲଣ୍ଡ ଓ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ସେମି ଫାଇନାଲ। ସେହିପରି ରବିବାର ଏମାନଙ୍କ ମଧ୍ୟରୁ ୨ଟି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ମେଲବର୍ଣ୍ଣରେ ଖେଳାଯିବ।

ନ୍ୟୁଜିଲ୍ୟାଣ୍ଡ ଓ ଭାରତ ବେଶ ସହଜରେ ଦମଦାର ବିଜୟ ସହ ସେମି ଫାଇନାଲ ଟିକେଟ ହାତେଇଛନ୍ତି। କିନ୍ତୁ ସୁପର ୧୨ ପର୍ଯ୍ୟାୟରେ ଇଂଲଣ୍ଡ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଜୋଶ ବଟଲରଙ୍କ ଦଳ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବିଜୟ ସହ ଭଲ ରନରେଟ୍‌ ଆଧାରରେ ସେମି ଟିକେଟ ପାଇଛି।

ପାକିସ୍ତାନ ସୁପର ୧୨ରେ ଭାରତ ଓ ପରେ ଅପ୍ରତ୍ୟାଶିତ ଭାବେ ଜିମ୍ବାୱେ ଠାରୁ ହାରି ଯାଇଥିଲା। ଲାଗୁଥିଲା ପାକିସ୍ତାନ ସୁପର ୧୨ରୁ ହିଁ ବିଶ୍ୱକପରୁ ବିଦାୟ ନେବ। କିନ୍ତୁ ବାବର ଆଜମଙ୍କ ଟିମ ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଛି ଓ ନେଦରଲ୍ୟାଣ୍ଡ୍ସ ଆଶ୍ଚର୍ଯ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକାକୁ ହରାଇବାରୁ ପାକିସ୍ତାନ ସେମିରେ ନିଜ ସ୍ଥାନ ପକ୍କା କରିଛି।

ଏବେ ଚଳିତ ବର୍ଷର ଟି-୨୦ ବିଶ୍ୱକପ କିଏ ଜିତିବ, ତା’କୁ ନେଇ ଚର୍ଚ୍ଚା ଓ ଆଲୋଚନା। ଭାରତ ଓ ପାକିସ୍ତାନର ବିଶ୍ୱକପ ଜିତିବା ଇତହାସକୁ ଦେଖିଲେ ସମାନ ଘଟଣା ଉଭୟ ଦେଶ ସହ ଘଟିଥିଲା। ପାକିସ୍ତାନ ୧୯୯୨ ଦିନିକିଆ ବିଶ୍ୱକପ ଜିତିଥିବା ବେଳେ ଦଳ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲା।

୨୦୧୧ ଭାରତ ଦିନିକିଆ ବିଶ୍ୱକପ ଜିତିବା ବେଳେ ଦଳ ଆଗରେ ଏମିତି କିଛି ପରିସ୍ଥିତି ରହିଥିଲା। ଏହାର ଅର୍ଥ ୨୦୨୨ ଟି-୨୦ ବିଶ୍ୱକପ ବେଳେ ଦୁଇ ଦେଶ ସହ ଯାହା ଘଟିଛି, ୧୯୯୨ ଓ ୨୦୧୧ରେ ମଧ୍ୟ ସମାନ ଘଟଣା ଘଟିଛି। ତେଣୁ ୧୯୯୨ ନା ୨୦୧୧ର ପୁନରାବୃତ୍ତି ଘଟିବ, ତା’କୁ ନେଇ ଫ୍ୟାନ୍ସ ଆଲୋଚନା କରୁଛନ୍ତି।

ପାକିସ୍ତାନ ସହ ୧୯୯୨ ଓ ୨୦୨୨ରେ କ’ଣ ସମାନ ଘଟଣା ଘଟିଛି

୨୦୨୨- ପାକିସ୍ତାନ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ମେଲବର୍ଣ୍ଣରେ ଖେଳିଥିବା ବେଳେ ଭାରତ ଠାରୁ ହାରିଥିଲା

୧୯୯୨- ପାକିସ୍ତାନ ମେଲବର୍ଣ୍ଣରେ ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ଠାରୁ ହାରିଥିଲା

୨୦୨୨-ସୁପର ୧୨ରେ ପାକିସ୍ତାନ ଚୀର ପ୍ରତିଦ୍ୱିନ୍ଦ୍ୱୀ ଭାରତ ଠାରୁ ହାରିଛି

୧୯୯୧-ଗ୍ରୁପ ଷ୍ଟେଜ୍‌ରେ ପାକିସ୍ତାନ ସେତେବେଳେ ବି ଭାରତ ଠାରୁ ହାରିଥିଲା

୨୦୨୨-ଶେଷ ୩ଟି ମ୍ୟାଚ୍‌ ଜିତି ଦଳ ସେମିକୁ ଯାଇଛି

୧୯୯୨- ଗ୍ରୁପ ପର୍ଯ୍ୟାୟର ଶେଷ ୩ ମ୍ୟାଚ ଜିତି ପାକିସ୍ତାନ ସେମିକୁ ଯାଇଥିଲା

୨୦୨୨-ସେମି ଫାଇନାଲରେ ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ

୧୯୯୨- ପାକିସ୍ତାନ ଦିନିକିଆ ବିଶ୍ୱକପ ସେମିରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା

୨୦୨୨- ଗୋଟିଏ ପଏଣ୍ଟ ବ୍ୟବଧାନରେ ଦଳ ସେମିକୁ ଯାଇଛି

୧୯୯୨- ତୃତୀୟ ସ୍ଥାନରେ ଥିବା ଦଳ ଠାରୁ ଅଧିକ ଗୋଟିଏ ପଏଣ୍ଟ ପାଇ ପାକିସ୍ତାନ ସେମିକୁ ଯାଇଥିଲା

ଭାରତ ସହ ୨୦୧୧ ଓ ୨୦୨୨ରେ କ’ଣ ସବୁ ସମାନ ଘଟଣା ଘଟିଛି

୨୦୨୨- ଭାରତ ସୁପର ୧୨ରେ ଏକମାତ୍ର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି

୨୦୧୧- ଗ୍ରୁପ ପର୍ଯ୍ୟାୟରେ ଦଳ ଏକମାତ୍ର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା

୨୦୨୨- ଭାରତ ୨ଟି ବଲ ବାକି ଥାଇ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା

୨୦୧୧- ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତ ୨ଟି ବଲ ବାକି ଥାଇ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା

୨୦୨୨- ଆୟର୍ଲ୍ୟାଣ୍ତ ସୁପର ୧୨ରେ ଇଂଲଣ୍ଡକୁ ହରାଇଛି

୨୦୧୧-ବେଙ୍ଗାଲୁରୁ ଠାରେ ଆୟର୍ଲ୍ୟାଣ୍ତ ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡକୁ ହରାଇଥିଲା

୨୦୨୨- ସୁପର ୧୨ରେ ଭାରତ ପ୍ରତିପକ୍ଷ ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍ସକୁ ହରାଇଛି

୨୦୧୧- ଭାରତ ଗ୍ରୁପ ପର୍ଯ୍ୟାୟରେ ସମାନ ଢଙ୍ଗରେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍ସକୁ ହରାଇଥିଲା

ଏହି ସବୁ ସମାନ ତଥ୍ୟକୁ ଦେଖିଲେ ଲାଗୁଛି ଆସନ୍ତା ୧୩ ତାରିଖରେ ଭାରତ ଓ ପାକିସ୍ତାନ ପୁଣି ମୁହାଁମୁହିଁ ହେବେ। ମେଲବର୍ଣ୍ଣ ପଡ଼ିଆରେ ପୁଣି ଗୋଟିଏ ହାଇଭୋଲଟେଜ ମ୍ୟାଚ୍‌ ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story