ପଞ୍ଜାବ ବିପକ୍ଷରେ ଟସ୍ ଜିତିଲା ଗୁଜରାଟ

ମୁମ୍ବାଇ: ଚଳିତ ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ। ଏହି ମ୍ୟାଚ୍‌ଟି ଗୁଜରାଟ ଅପେକ୍ଷା ପଞ୍ଜାବ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଗୁଜରାଟ ୧୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। କହିବାକୁ ଗଲେ ଦଳ ଏକ ପ୍ରକାରର ପ୍ଲେ ଅଫରେ ପ୍ରବେଶ କରି ସାରିଛି। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। ଗୁଜରାଟ ଏଯାଏ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୮ଟିରେ ଜିତିଛି। ହେଲେ […]

Gujrat

Gujrat

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 07:12 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ। ଏହି ମ୍ୟାଚ୍‌ଟି ଗୁଜରାଟ ଅପେକ୍ଷା ପଞ୍ଜାବ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଗୁଜରାଟ ୧୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। କହିବାକୁ ଗଲେ ଦଳ ଏକ ପ୍ରକାରର ପ୍ଲେ ଅଫରେ ପ୍ରବେଶ କରି ସାରିଛି। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। ଗୁଜରାଟ ଏଯାଏ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୮ଟିରେ ଜିତିଛି।

ହେଲେ ପଞ୍ଜାବ ୯ଟି ମ୍ୟାଚ୍‌ରୁ ମାତ୍ର ୪ଟିରେ ଜିତି ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି। ତେଣୁ ପଞ୍ଜାବକୁ ପ୍ଲେ ଅଫ ଖେଳିବାକୁ ହେଲେ ନିଜର ବଳକା ମ୍ୟାଚଗୁଡ଼ିକୁ ଜିତିବାକୁ ପଡ଼ିବ। ଦଳ ନିଜର ଶେଷ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ହାରିଥିଲା।

ମୁମ୍ବାଇର ଡିୱାଇ ପାଟିଲରେ ଖେଳା ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ ପ୍ରଥମେ ବୋଲିଂ କରିବ। ସାଧାରଣତଃ ସନ୍ଧ୍ୟାରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟସ୍‌ ଜିତୁଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନିଅନ୍ତି। ହେଲେ ଆଜି ହାର୍ଦ୍ଦିକ କିଛି ଅଲଗା କରିବାକୁ ଯାଇ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ ବୋଲି କହିଛନ୍ତି। ଆଜିର ମ୍ୟାଚ୍‌ରେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିପାରି ନାହାନ୍ତି।

ପଞ୍ଜାବ କିଙ୍ଗସ: ମୟଙ୍କ ଅଗ୍ରୱାଲ, ଶିଖର ଧୱନ, ଜନ୍ନି ବେୟାରଷ୍ଟୋ, ଭାନୁକା ରାଜପକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଋଶି ଧୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ଓ ସନ୍ଦୀପ ଶର୍ମା।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହା, ଶୁବମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଡାଭିଡ ମିଲିର, ରାହୁଲ ତେୱାତିଆ, ରଶିଦ ଖାନ, ଅଲଜାରି ଯୋଶେଫ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ ଓ ମହମ୍ମଦ ଶାମି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story