ଦୁଷ୍କର୍ମ ମାମଲାରେ ଗିରଫ ଶ୍ରୀଲଙ୍କା କ୍ରିକେଟରଙ୍କୁ ମିଳିଲାନି ଜାମିନ, ନିଲମ୍ବିତ କଲା ବୋର୍ଡ

ସିଡ୍‌ନୀ: ବିଶ୍ୱକପ ଖେଳିବାକୁ ଯାଇ ଅଷ୍ଟ୍ରେଲିଆରେ ଗିରଫ ହୋଇଥିବା ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଲକାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ରବିବାର ଅଷ୍ଟ୍ରେଲିଆ ପୁଲିସ୍‌ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡରେ ଗିରଫ କରିଥିଲା। ଗିରଫ ପରେ ସେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଆଜି ସିଡ୍‌ନୀର ଗୋଟିଏ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ଗୁଣତିଲକାଙ୍କୁ ଜେଲରେ ରହିବାକୁ ପଡ଼ିବ। ସେ ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ […]

gunatilaka

  • Published: Monday, 07 November 2022
  • , Updated: 07 November 2022, 05:16 PM IST

ସିଡ୍‌ନୀ: ବିଶ୍ୱକପ ଖେଳିବାକୁ ଯାଇ ଅଷ୍ଟ୍ରେଲିଆରେ ଗିରଫ ହୋଇଥିବା ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଲକାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ରବିବାର ଅଷ୍ଟ୍ରେଲିଆ ପୁଲିସ୍‌ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡରେ ଗିରଫ କରିଥିଲା। ଗିରଫ ପରେ ସେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଆଜି ସିଡ୍‌ନୀର ଗୋଟିଏ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ଏହାର ଅର୍ଥ ଗୁଣତିଲକାଙ୍କୁ ଜେଲରେ ରହିବାକୁ ପଡ଼ିବ। ସେ ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସିଡ୍‌ନୀର ଗୋଟିଏ ହୋଟେଲରେ ଗୁଣତିଲକା ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ଗୁଣତିଲକାଙ୍କ ହାତ ଛାଡ଼ି ଦେଇଛି।

ଆଜି ତାଙ୍କୁ ବୋର୍ଡ ପକ୍ଷରୁ ନିଲମ୍ବିତ କରାଯାଇଛି। ତତ୍କାଳ ଭାବେ ତାଙ୍କୁ ଶ୍ରୀଲଙ୍କାର ସବୁ ପ୍ରକାରର କ୍ରିକେଟ ଫର୍ମାଟରୁ ନିଲମ୍ବିତ କରାଯାଇଛି। ସେହିପରି ଟି-୨୦ ବିଶ୍ୱକପ ଖେଳିବାକୁ ଯାଇଥିବା ଶ୍ରୀଲଙ୍କା ଟିମ ସୁପର ୧୨ରୁ ବିଦା ହେବା ପରେ ରବିବାର ଗୁଣତିଲକାଙ୍କୁ ଛାଡ଼ି ଅନ୍ୟ ଖେଳାଳିମାନେ ସ୍ୱଦେଶ ଫେରିଛନ୍ତି।

୩୧ ବର୍ଷୀୟ ଗୁଣତିଲକା ଟି-୨୦ ବିଶ୍ୱକପ ଖେଳିବା ପାଇଁ ଶ୍ରୀଲଙ୍କା ଟିମ ସହ ଅଷ୍ଟ୍ରେଲିଆ ଯାଇଥିଲେ। ତେବେ ଆହତ ସମସ୍ୟା ଯୋଗୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା। ବାଦ ସତ୍ତ୍ୱେ ସେ ଦଳ ସହ ଅଷ୍ଟ୍ରେଲିଆରେ ରହିଥିଲେ। ଏହି ରହଣୀ ସମୟରେ ସେ ଜଣେ ଯୁବତୀଙ୍କୁ ସୋଶାଲ ମିଡିଆରେ ଯୋଗାଯୋଗ କରି ହୋଟେଲକୁ ଡାକିଥିଲେ ଓ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗିରଫ ପରେ ଗୁଣତିଲକାଙ୍କୁ ସୁରୀ ହିଲ୍ସ ପୁଲିସ ଷ୍ଟେସନରେ ରାତି ତମାମ ରଖାଯାଇଥିଲା। ଏହାପରେ ଆଜି ତାଙ୍କୁ ଭିଡିଓ ଲିଙ୍କ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ସେ ଗ୍ରେ ଟି-ଶାର୍ଟ ପିନ୍ଧିଥିବା ବେଳେ ତାଙ୍କ ହାତରେ ହାତକଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ଜାମିନ ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିପାଇଁ ଗୁଣତିଲକାଙ୍କ ଓକିଲ ଆନନ୍ଦା ଅମରନାଥ ଅସନ୍ତୋଷ ପ୍ରକାଶ କରଇଚନ୍ତି। ସେ ଏହାର ବିରୋଧରେ ନ୍ୟୁ ସାଉଥ ୱେଲ୍ସ ଷ୍ଟେଟ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

Related story