ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟକା: ରାଇନାଙ୍କ ପରେ ଓହରିଲେ ହରଭଜନ

ନୂଆଦିଲ୍ଲୀ: ଭେଟେରାନ୍ ଅଫ୍‌-ସ୍ପିନର ହରଭଜନ ସିଂହ ଚଳିତ ବର୍ଷ ଆଇପିଏଲ୍ ଖେଳିବେ ନାହିଁ। ବ୍ୟକ୍ତିଗତ କାରଣରୁ ସେ ଏଥିରୁ ଓହରି ଯାଇଛନ୍ତି ଓ ତାଙ୍କ ନିଷ୍ପତ୍ତି ସଂପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଜଣାଇ ଦେଇଛନ୍ତି। ସୁରେଶ ରାଇନାଙ୍କ ପରେ ସେ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଦ୍ୱିତୀୟ ଖେଳାଳି ଯିଏ ଚଳିତ ବର୍ଷ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୧ରୁ ସେଠାରେ ପହଞ୍ଚି ସାରିଛି ଚେନ୍ନାଇ […]

harbhajan1

Jitendra Garnayak
  • Published: Friday, 04 September 2020
  • , Updated: 04 September 2020, 02:44 PM IST

ନୂଆଦିଲ୍ଲୀ: ଭେଟେରାନ୍ ଅଫ୍‌-ସ୍ପିନର ହରଭଜନ ସିଂହ ଚଳିତ ବର୍ଷ ଆଇପିଏଲ୍ ଖେଳିବେ ନାହିଁ। ବ୍ୟକ୍ତିଗତ କାରଣରୁ ସେ ଏଥିରୁ ଓହରି ଯାଇଛନ୍ତି ଓ ତାଙ୍କ ନିଷ୍ପତ୍ତି ସଂପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଜଣାଇ ଦେଇଛନ୍ତି।

ସୁରେଶ ରାଇନାଙ୍କ ପରେ ସେ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଦ୍ୱିତୀୟ ଖେଳାଳି ଯିଏ ଚଳିତ ବର୍ଷ ଆଇପିଏଲ୍‌ରୁ ଓହରିଯାଇଛନ୍ତି।

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୧ରୁ ସେଠାରେ ପହଞ୍ଚି ସାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ତା’ସହିତ ମୁମ୍ବାଇ ଇଣ୍ଡିଆନ୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବି ସେଠାରେ ପହଞ୍ଚି ସାରିଛନ୍ତି।

ସେଠାରେ ପହଞ୍ଚିବା ପରେ ଚେନ୍ନାଇ ସୁପରକିଙ୍ଗ୍ସର ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଦଳ ପାଇଁ ପ୍ରଥମ ଝଟକା ଥିଲା। ତା’ପରେ ରାଇନା ନ ଖେଳିବା ନେଇ ସୂଚନା ଆସିଥିଲା।

Related story