ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିତିଲା ଭାରତ, ରାହୁଲ ତ୍ରିପାଠୀଙ୍କ ଡେବ୍ୟୁ

ପୁଣେ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ଜିତିଛି ଟିମ ଇଣ୍ଡିଆ। ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏବେ ଭାରତ ତାଙ୍କରି ଫର୍ମୁଲା ଆପଣାଇ ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଛି। ଭାରତ ଏହି ୩ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଜିତି ୧-୦ରେ ଆଗରେ ରହିଛି। […]

Team-India

  • Published: Thursday, 05 January 2023
  • , Updated: 05 January 2023, 06:43 PM IST

ପୁଣେ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ଜିତିଛି ଟିମ ଇଣ୍ଡିଆ। ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏବେ ଭାରତ ତାଙ୍କରି ଫର୍ମୁଲା ଆପଣାଇ ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଛି।

ଭାରତ ଏହି ୩ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଜିତି ୧-୦ରେ ଆଗରେ ରହିଛି। ତେଣୁ ଆଜି ମ୍ୟାଚ୍‌ ଜିତିଲେ ଦଳ ଆଗୁଆ ସିରିଜ କବଜା କରିନେବ। ସେହିପରି ସିରିଜରେ ରହିବାକୁ ହେଲେ ଭ୍ରମଣକାରୀ ଶ୍ରୀଲଙ୍କାକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ।

ଆଜିର ମ୍ୟାଚ୍‌ରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି ଲୋକାଲ ବୟ ରାହୁଲ ତ୍ରିପାଠୀ। ତାଙ୍କୁ ଟିମ ଇଣ୍ଡିଆର ବ୍ୟାଟିଂ କୋଚ ବିକ୍ରମ ରାଠୋର କ୍ୟାପ ଦେଇ ଭାରତୀୟ ଦଳକୁ ସ୍ୱାଗତ କରିଛନ୍ତି। ରାହୁଲ ତୃତୀୟ ବଜ୍ୟେଷ୍ଠ ଖେଳାଳି ଭାବେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିଛନ୍ତି। ଏବେ ରାହୁଲଙ୍କ ବୟସ ୩୧ ବର୍ଷ ୩୦୯ ଦିନ। ଏତେ ଅଧିକ ବୟସରେ ଭାରତ ପାଇଁ ଟି-୨୦ ଡେବ୍ୟୁ କରିବାରେ ସେ ତୃତୀୟ ଖେଳାଳି। ତାଙ୍କ ଉପରେ ରାହୁଲ ଡ୍ରାଭିଡ ଓ ସଚିନ ତେନ୍ଦୁଲକର ରହିଛନ୍ତି।

ରାହୁଲ ତ୍ରିପାଠୀ ଜିମ୍ବାୱେ, ଆୟର୍ଲ୍ୟାଣ୍ଡ, ବାଂଲାଦେଶ ବିପକ୍ଷ ଭାରତୀୟ ସ୍କ୍ୱାଡରେ ଥିଲେ। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳି ନଥିଲା। କିନ୍ତୁ ଆଜି ସେ ଶ୍ରୀଲଙ୍କା ବିପକ୍ଷରେ ସୁଯୋଗ ପାଇଛନ୍ତି। ସଞ୍ଜୁ ସାମସନ ଏହି ଟି-୨୦ ସିରିଜରୁ ବାଦ ପଡ଼ିବାରୁ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ସେହିପରି ପ୍ରଥମ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ହର୍ଷଲ ପଟେଲଙ୍କୁ ଆଜି ବେଞ୍ଚରେ ବସିବାକୁ ପଡ଼ିଛି। ତାଙ୍କ ବଦଳରେ ଅର୍ଶଦୀପ ସିଂହ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଏହାର ଅର୍ଥ ଶିବମ ମାଭି, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂର କମାଣ ସମ୍ଭାଳିବେ।

Related story