ପ୍ରଥମ ଭାରତୀୟ ମହିଳା ଭାବେ ହରମନପ୍ରୀତ ଜିତିଲେ ଆଇସିସି ସମ୍ମାନ

ନୂଆଦିଲ୍ଲୀ: ରେକର୍ଡ କରିଛନ୍ତି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ସେ ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବା ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେପ୍ଟେମ୍ବର ମାସ ପାଇଁ ହରମନପ୍ରୀତ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିପରି ସେପ୍ଟେମ୍ବର ମାସରେ ପୁରୁଷ ବର୍ଗର ଆଇସିସି ସମ୍ମାନ ପାକିସ୍ତାନର ୱିକେଟ କପିର ମହମ୍ମଦ ରିଜୱାନ ଜିତିଛନ୍ତି। ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଜବରଦସ୍ତ […]

Kaur

Kaur

Hemant Lenka
  • Published: Monday, 10 October 2022
  • Updated: 10 October 2022, 06:26 PM IST

Sports

Latest News

ନୂଆଦିଲ୍ଲୀ: ରେକର୍ଡ କରିଛନ୍ତି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ସେ ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବା ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେପ୍ଟେମ୍ବର ମାସ ପାଇଁ ହରମନପ୍ରୀତ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିପରି ସେପ୍ଟେମ୍ବର ମାସରେ ପୁରୁଷ ବର୍ଗର ଆଇସିସି ସମ୍ମାନ ପାକିସ୍ତାନର ୱିକେଟ କପିର ମହମ୍ମଦ ରିଜୱାନ ଜିତିଛନ୍ତି।

ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିବା ସହ ଭାରତ ମଧ୍ୟ ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ ଜିତିଥିଲା। ଏହି ଇନିଂସ ପାଇଁ ତାଙ୍କୁ ଆଇସିସି ପକ୍ଷରୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଏହି ପୁରସ୍କାର ଦୌଡ଼ରେ ସ୍ମୃତି ମନ୍ଧାନା ଓ ବାଂଲାଦେଶ ମହିଳା ଦଳର ଅଧିନାୟକ ନିଗର ସୁଲତାନା ମଧ୍ୟ ରହିଥିଲେ। ହେଲେ ଦୁଇ ଖେଳାଳିଙ୍କୁ ପଛରେ ପକାଇ ହରମନପ୍ରୀତ ବାଜି ମାରି ନେଇଛନ୍ତି। ପୁରସ୍କାର ଜିତିବା ପରେ ହରମନପ୍ରୀତ କୌର କହିଛନ୍ତି, “ଆଇସିସି ସମ୍ମାନ ପାଇବା ପାଇଁ ମନୋନୀତ ହେବା ଓ ଏହାକୁ ଜିତିବା ଅତ୍ୟନ୍ତ ସ୍ମରଣୀୟ। ସ୍ମୃତି ଓ ନିଗରଙ୍କ ସହ ପୁରସ୍କାର ପାଇଁ ମନୋନୀତ ହେବା ନିଶ୍ଚିୟ ସମ୍ମାନର ବିଷୟ। ମୋ ଦେଶକୁ ପ୍ରତିନିଧିତ୍ୱ କରିବା ସବୁବେଳେ ମୋ ପାଇଁ ଗର୍ବର ବିଷୟ। ସେହିପରି ଇଂଲଣ୍ଡରେ ଐତିହାସିକ ଦିନିକିଆ ସିରିଜ୍‌ ଜିତିବା ସବୁଦିନ ପାଇଁ ମୋ କ୍ୟାରିୟର୍‌ରେ ସ୍ମରଣୀୟ ହୋଇ ରହିବ।”

ସେପ୍ଟେମ୍ବର ମାସରେ ହରମନପ୍ରୀତ କେବଳ ଭଲ ବ୍ୟାଟିଂ କରି ନଥିଲେ ବରଂ ତାଙ୍କ କ୍ୟାପ୍ଟେନ୍ସିରେ ଭାରତ ୩-୦ରେ ଇଂଲଣ୍ଡକୁ ଦିନିକିଆ ସିରିଜ୍‌ରେ ମଧ୍ୟ ହରାଇଥିଲା। ୧୯୯୯ ପରେ ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ଇଂଲଣ୍ଡରେ ସିରିଜ୍‌ ଜିତିବାର ରେକର୍ଡ କରିଥିଲା। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହରମନପ୍ରୀତ ଅପରାଜିତ ୭୪ ରନ କରିଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ସେ ଅପରାଜିତ ୧୧୧ ବଲରେ ୧୪୩ ରନର ଇନିଂସ ଖେଳିଥିଲେ।

ଅନ୍ୟପକ୍ଷରେ ପୁରୁଷ ବର୍ଗରେ ମହମ୍ମଦ ରିଜୱାନ ଭାରତର ଅକ୍ଷର ପଟେଲ ଓ ଅଷ୍ଟ୍ରେଲିଆର କ୍ୟାମେରନ ଗ୍ରୀନଙ୍କୁ ପଛରେ ପକାଇ ଆଇସିସି ପୁରସ୍କାର ଜିତିଛନ୍ତି। ସେପ୍ଟେମ୍ବର ମାସରେ ରିଜୱାନ ୧୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

କୌର ଓ ରିଜୱାନଙ୍କୁ ଆଇସିସି ପକ୍ଷରୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos