କ’ଣ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିପାରିବ?

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତିବା ପରେ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ନିକଟବର୍ତ୍ତୀ ହୋଇଛି। କିନ୍ତୁ କ୍ରମାଗତ ଦ୍ୱିତୀୟ ଥର ପାଇଁ WTC ଫାଇନାଲ ଖେଳିବା ଦଳ ପାଇଁ ଆଦୌ ସହଜ ନୁହେଁ। କାରଣ ଭାରତ ରାସ୍ତାରେ ଦକ୍ଷିଣ ଆଫ୍ରିକା କଣ୍ଟା ହୋଇ ଛିଡ଼ା ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୧ନଂ ସ୍ଥାନରେ ଅଛି। ଭାରତ […]

Team-India

  • Published: Monday, 26 December 2022
  • , Updated: 26 December 2022, 03:32 PM IST

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତିବା ପରେ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ନିକଟବର୍ତ୍ତୀ ହୋଇଛି। କିନ୍ତୁ କ୍ରମାଗତ ଦ୍ୱିତୀୟ ଥର ପାଇଁ WTC ଫାଇନାଲ ଖେଳିବା ଦଳ ପାଇଁ ଆଦୌ ସହଜ ନୁହେଁ। କାରଣ ଭାରତ ରାସ୍ତାରେ ଦକ୍ଷିଣ ଆଫ୍ରିକା କଣ୍ଟା ହୋଇ ଛିଡ଼ା ହୋଇଛି। ବର୍ତ୍ତମାନ ସୁଦ୍ଧା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ଅଷ୍ଟ୍ରେଲିଆ ୧ନଂ ସ୍ଥାନରେ ଅଛି। ଭାରତ ୨୦୨୨-୨୩ କ୍ୟାଲେଣ୍ଡର ଶେଷ ଟେଷ୍ଟ ସିରିଜ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତରେ ହିଁ ଏହି ଟେଷ୍ଟ ସିରିଜ୍‌ ଖେଳାଯିବ। ତେଣୁ ଦଳ ଶେଷ ଟେଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ଅତି କମରେ ୩-୧ରେ ହରାଇ ପାରିଲେ ବେଶ ସହଜରେ ଫାଇନାଲ ଟିକେଟ ହାତେଇ ପାରିବ।

ବାଂଲାଦେଶକୁ ୨-୦ରେ ହରାଇବା ପରେ ଭାରତର ବିଜୟ ପ୍ରତିଶତ ପଏଣ୍ଟ ୫୫.୭୭ ରୁ ୫୮.୯୩କୁ ବୃଦ୍ଧି ପାଇଛି। ଅଷ୍ଟ୍ରେଲିଆର ୭୬.୯୨ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୫୪.୫୫ ପଏଣ୍ଟ ସହ ତୃତୀୟ ଓ ଶ୍ରୀଲଙ୍କା ୫୩.୩୩ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି। ୨୦୨୩ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟିକିଆ ଟେଷ୍ଟ ଖେଳାଯିବ।

ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ୧ନଂ ସ୍ଥାନରେ ଥିବାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ୍‌କୁ ଅଷ୍ଟ୍ରେଲିଆ ୩-୦ରେ ଜିତି ନିଏ, ତା’ହେଲେ ଦଳ ବିଧିବଦ୍ଧ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। କିନ୍ତୁ ଗୋଟିଏ ପରାଜୟ ଦଳ ପାଇଁ କଣ୍ଟା ସାଜିପାରେ। ଦକ୍ଷିଣ ଆଫ୍ରିକା ଠାରୁ ହାରିଗଲେ, ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜରୁ ଗୋଟିଏ ମ୍ୟାଚ୍‌ ଜିତିବାକୁ ପଡ଼ିବ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗରେ ରହିଛି।

କେମିତି ଯୋଗ୍ୟତା ଅର୍ଜନ କରିବ ଭାରତ

ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବା ସଂପୂର୍ଣ୍ଣ ଭାବେ ଦକ୍ଷିଣ ଆଫ୍ରିକା ଉପରେ ନର୍ଭର କରୁଛି। ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩-୦ରେ ହାରୁଛି, ତା’ହେଲେ ଭାରତକୁ କେବଳ ନିଜର ଶେଷ ଟେଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ହରାଇବାକୁ ପଡ଼ିବ।


ଦକ୍ଷିଣ ଆଫ୍ରିକା ଯଦି ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଜିତିଛୁ ଓ ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ହରାଇ ଦେଉଛି, ତା’ହେଲେ ଭାରତକୁ ଯେମିତି ହେଲେ ବି ଅଷ୍ଟ୍ରେଲିଆକୁ ୩-୧ କିମ୍ବା ୨-୦ ବ୍ୟବଧାନରେ ହରାଇବାକୁ ପଡ଼ିବ। ଭାରତ ଘରୋଇ ମାଟିରେ ଖେଳିବାକୁ ଥିବାରୁ ଦଳ ପାଖରେ ଫାଇନାଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଭଲରେ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଖେଳିବା ପାଇଁ ହେଲେ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁ ବଞ୍ଚାଇବାକୁ ପଡ଼ିବ। ଏହାପରେ ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ହରାଇବାକୁ ପଡ଼ିବ। ଯଦି ଡିନ ଏଲଗାରଙ୍କ ଦଳ ଏପରି କରବ, ତା’ହେଲେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ସେମି ଫାଇନାଲ ସଦୃଶ ହେବ। କାରଣ ଦୁଇ ଦଳ ମଧ୍ୟରୁ ଜଣେ ହିଁ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ଯଦି ଭାରତ ୪-୦ରେ ଅଷ୍ଟ୍ରେଲିଆକୁ ହରାଇ ଦେଉଛି, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ସଂଖ୍ୟା ୬୮.୦୫ ହୋଇଯିବ। ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ତା’ର ବାକି ୪ଟି ଯାକ ମ୍ୟାଚ୍‌ ଜିତିଥିଲେ ମଧ୍ୟ କେବଳ ୬୬.୬୬ ପଏଣ୍ଟ ପାଇବ। ତେଣୁ ଦଳ ଫାଇନାଲ ଖେଳିବାରୁ ବଞ୍ଚିତ ହେବ।

ଯଦି ଭାରତ ୩-୦ରେ ଅଷ୍ଟ୍ରେଲିଆକୁ ହରାଇବ, ତା’ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୬୪.୩୫% ହେବ।

ଯଦି ଭାରତ ଅଷ୍ଟ୍ରେଲିଆକୁ ୩-୧ରେ ହରାଇବ, ତା’ହେଲେ ଦଳର ପଏଣ୍ଟ ସଂଖ୍ୟା ୬୨.୫% ହେବ। ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଯଦି ତା’ର ୪ଟି ଯାକ ମ୍ୟାଚ ଜିତିବ, ତା’ହେଲେ ୬୬.୬୬ ପଏଣ୍ଟ ସହ ଫାଇନାଲ ଖେଳିପାରିବ।

Related story