ବିଶ୍ୱକପ୍ ୨୦୨୩: ଟସ୍ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ କରିବ ଭାରତ

ଚେନ୍ନାଇର ଚେପକ ଷ୍ଟାଡିୟମରେ ଦିନ ୨ଟାରୁ ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ପାୱାର ହାଉସ ମୁହାଁମୁହିଁ ହେବେ।

ଟସ୍ ପକାଇବା ସମରେ ଭାରତ ଓ ଅଷ୍ଟ୍ରେଲିଆ କ୍ୟାପ୍ଟେନ

  • Published: Sunday, 08 October 2023
  • , Updated: 08 October 2023, 02:01 PM IST

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ। ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ମୁକାବିଲାରେ ଆଜି ଅଷ୍ଟ୍ରେଲିଆକୁ ଭେଟୁଛି ଭାରତ।

ଆଜିଠୁ ଦିନିକିଆ ବିଶ୍ୱକପରେ ଭାରତର ଯାତ୍ରା ଆରମ୍ଭ। ଚେନ୍ନାଇର ଚେପକ ଷ୍ଟାଡିୟମରେ ଦିନ ୨ଟାରୁ ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ପାୱାର ହାଉସ ମୁହାଁମୁହିଁ ହେବେ। ପ୍ରଥମ ମୁକାବିଲାରେ ଭାରତ କଙ୍ଗାରୁ ବାହିନୀକୁ ଭେଟୁଛି। ଟିମରୁ ଷ୍ଟାର୍ ବ୍ୟାଟର୍ ଶୁବମନ ଗିଲ ଅନୁପସ୍ଥିତ ଥିବାରୁ ଦଳକୁ ସାମାନ୍ୟ ଚିନ୍ତା ପଡିପାରେ। ଅସୁସ୍ଥତା କାରଣରୁ ଗିଲଙ୍କୁ ଆଜିର ମ୍ୟାଚରୁ ବାଦ୍ ଦିଆଯାଇଛି।

ଶୁବମନଙ୍କ ବଦଳରେ ଈଶାନ କିଶନଙ୍କୁ ପ୍ଲେୟିଂ ଇଲେଭେନରେ ସାମିଲ୍ କରାଯାଇଛି। ସେହିପରି ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ପ୍ରଥମ ମ୍ୟାଚ୍ ଖେଳୁଛନ୍ତି। ଭାରତ ତିନି ଜଣ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଉ ଥିବାବେଳେ ଅଷ୍ଟ୍ରେଲିଆରେ ଅଛନ୍ତି ଦୁଇ ସ୍ପିନର୍। 

ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଡେଭିଡ ୱାର୍ଣର୍, ମିଚ୍ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଆଲେକ୍ସ କେରୀ, କାମେରନ ଗ୍ରୀନ, ପାଟ୍ କମ୍ମିନ୍ସ, ମିଚେଲ ଷ୍ଟାର୍କ, ଆଦମ ଜାମ୍ପା ଓ ଜୋଶ ହାଜେଲଉଡ।

Related story