ବିଶ୍ୱକପ ୨୦୨୩: ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୨୬ ରନ୍ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ।

ବିରାଟ କୋହଲି

  • Published: Sunday, 05 November 2023
  • , Updated: 05 November 2023, 06:36 PM IST

କିଙ୍ଗ୍ କୋହଲିଙ୍କ ୪୯ତମ ଶତକ ସହ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ ଦେଲା ଭାରତ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୬ ରନ୍ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ।

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ଆଜିର ମ୍ୟାଚରେ କ୍ୟାରିଅରର ଆଉ ଏକ ବଡ ରେକର୍ଡ କରିଛନ୍ତି ବିରାଟ କୋହଲି। ଏକଦିବସୀୟରେ ୪୯ତମ ଶତକ ହାସଲ କରି କ୍ରିକେଟର ଗଡ୍ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇପାରିଛନ୍ତି। ଆଜିର ମ୍ୟାଚରେ ୧୨୧ ବଲରେ ୧୦୧ ରନ୍ ସଂଗ୍ରହ କରି ଅପରାଜୟ ଥିଲେ କୋହଲି।

ଚଳିତ ବିଶ୍ୱକପ ଦିନିକିଆରେ ପ୍ରଥମ କରି ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। କ୍ୟାପ୍ଟେନ ରୋହିତ ଓ ଶୁବମନ ଗିଲ୍ ପାଳି ଆରମ୍ଭ କରିଥିଲେ। ଫର୍ମରେ ଥିବା ରୋହିତ ପ୍ରାରମ୍ଭରେ ବଡ଼ ବଡ଼ ସର୍ଟ୍ସ ଖେଳିଥିଲେ। ଶୁବମନ ମଧ୍ୟ ତାଙ୍କ ସାଥ୍ ଦେଇଥିଲେ। ଉଭୟଙ୍କ ଭାଗୀଦାରିରେ ଦଳ ୫.୫ ଓଭରରେ ୬୧ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ୪୦ ରନ୍ କରି ରାବାଡାଙ୍କ ବଲର ଶିକାର ହୋଇଥିଲେ ରୋହିତ।

ଏହାପରେ ମଇଦାନକୁ ଓହ୍ଲାଇଥିଲେ ବିରାଟ କୋହଲି। ଆଜି କୋହଲିଙ୍କ ଜନ୍ମଦିନ ଥିବାରୁ ଦର୍ଶକ ତାଙ୍କଠାରୁ କିଛି ବଡ ଆଶା ରଖିଥିଲେ। ଆଉ ଶେଷରେ କ୍ୟାରିଅରର ନୂଆ କୀର୍ତ୍ତି ଯୋଡିବା ସହ ଫ୍ୟାନଙ୍କୁ ମଧ୍ୟ ଖୁସି କରିଛନ୍ତି ବିରାଟ କୋହଲି। ଦଳ ପକ୍ଷରୁ ଶ୍ରେୟସ ଆୟର ମଧ୍ୟ ଦମଦାର୍ ପ୍ରଦର୍ଶନ କରିଛନ୍ତି। ଗତ ମ୍ୟାଚ୍ ଭଳି ଆଜିର ମ୍ୟାଚରେ ମଧ୍ୟ ଶ୍ରେୟସଙ୍କ ବଲରେ ଲମ୍ବା ଲମ୍ବା ସର୍ଟ୍ସ ଦେଖିବାକୁ ମିଳିଥିଲା।

ଆୟର ୭୭(୮୭) ରନ୍ ସଂଗ୍ରହ କରି ଥିବାବେଳେ ରବୀନ୍ଦ୍ର ଜାଡେଜା ୨୯(୧୫), ଶୁବମନ ଗିଲ୍ ୨୩(୨୪), ସୂର୍ଯ୍ୟକୁମାର ଯାଦବ ୨୨(୧୪) ଏବଂ କେଏଲ ରାହୁଲ ୮(୧୭) ରନ୍ ସଂଗ୍ରହ କରିଛନ୍ତି। 
 

Related story