ବେଙ୍ଗାଲୁରୁ: ପୁଣିଥରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଛି ଟିମ ଇଣ୍ଡିଆ। ଆଜି ଫାଇନାଲ ମ୍ୟାଚ୍ରେ ଦଳ ବାଂଲାଦେଶକୁ ହରାଇ କ୍ରମାଗତ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍ରେ ଭାରତ ୧୨୦ ରନରେ ବାଂଲାଦେଶକୁ ହରାଇ ବିଶ୍ୱ ବିଜେତା ହୋଇଛି।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭର୍ରେ ମାତ୍ର ୨ ୱିକେଟ ହରାଇ ୨୭୭ ରନ କରିଥିଲା। ଦଳ ପକ୍ଷରୁ ସୁନୀଲ ରମେଶ ୬୩ ବଲରେ ଅପରାଜିତ ୧୩୬ ଓ ଅଜୟ କୁମାର ରେଡ୍ଡୀ ୫୦ ବଲରେ ଅପରାଜିତ ୧୦୦ ରନ କରିଛନ୍ତି।
ଉଭୟ ତୃତୀୟ ୱିକେଟ ପାଇଁ ୨୪୮ ରନ ଯୋଡ଼ିବାରୁ ଭାରତ ୨୭୭ ରନର ବିଶାଳ ସ୍କୋରରେ ପହଞ୍ଚିଥିଲା। ଦଳ ଏକଦା ୨୯ ରନରେ ଦୁଇ ୱିକେଟ ହରାଇଥିବା ବେଳେ ସୁନୀଲ ଓ ଅଜୟ ଯୋଡ଼ି ଭାରତକୁ ସମ୍ଭାଳି ଶେଷ ଯାଏ ବ୍ୟାଟିଂ କରିଥିଲେ। ନିଜର ବିସ୍ଫୋରକ ଇନିଂସରେ ସୁନୀଲ ୨୪ଟି ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ଅଜୟ କୁମାର ରେଡ୍ଡୀ ୧୮ଟି ଚୌକା ମାରିଛନ୍ତି।
India is proud of our athletes. Delighted that we have won the T-20 World Cup for the Blind. Congratulations to our team and best wishes to them for their future endeavours. https://t.co/W3eQMo3LRn
— Narendra Modi (@narendramodi) December 17, 2022
୨୭୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମ୍ ରନ ସଂଗ୍ରହ କରିବାକୁ ଆଦୌ ସକ୍ଷମ ହୋଇ ନଥିଲା। ଶେଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ କେବଳ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଟିମ ଇଣ୍ଡିଆ ୧୨୦ ରନରେ ମ୍ୟାଚ୍ ସହ ଚାମ୍ପିୟନ ହୋଇଛି।
India 🇮🇳 defeats Bangladesh 🇧🇩 by 120 runs and wins their third consecutive title in the 3rd T20 World Cup Cricket for the Blind 🏆. The Hon. Governor of Karnataka, Shri @TCGEHLOT presented the trophies to the winners. Congratulations! #OtherMeninBlue #blindcricket #WorldCup pic.twitter.com/4v7myGcPEX
— Yuvraj Singh (@YUVSTRONG12) December 17, 2022
ଭାରତ ପକ୍ଷରୁ ଲଳିତ ମୀନା ଓ ଅଜୟ କୁମାର ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ହାତେଇବାରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଏହାପୂର୍ବରୁ ୨୦୧୨ରେ ଓ ୨୦୧୭ରେ ଭାରତ ବିଶ୍ୱକପ୍ ଜିତିଥିଲା। ଏହି ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।
The winning moment of team India - they're the champions of T20 World Cup for blind. pic.twitter.com/RBwpOPz9lD
— Mufaddal Vohra (@mufaddal_vohra) December 17, 2022