ଅଣ୍ଡର ୧୯ ଏସିଆ କପ: ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ

ଦୁବାଇ: ପୁଣିଥରେ ଅଣ୍ଡର ୧୯ ଏସିଆ କପ ଜିତିଛି ଟିମ୍‌ ଇଣ୍ଡିଆ। ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ୟଶ ଧୂଲଙ୍କ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୯ ୱିକେଟରେ ପରାସ୍ତ କରିଛି। ଏଥିସହ ୮ମଥର ପାଇଁ ଅଣ୍ଡର ୧୯ ଏସିଆ କପ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ଟିମ ଇଣ୍ଡିଆ। ୫୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌କୁ ବର୍ଷା ଯୋଗୁ ଅଧାରୁ ୩୮ ଓଭର କରାଯାଇଥିଲା। ଶ୍ରୀଲଙ୍କା ୩୮ ଓଭର୍‌ରେ ୯ ୱିକେଟ […]

Team-indai

Hemant Lenka
  • Published: Friday, 31 December 2021
  • , Updated: 31 December 2021, 07:55 PM IST

ଦୁବାଇ: ପୁଣିଥରେ ଅଣ୍ଡର ୧୯ ଏସିଆ କପ ଜିତିଛି ଟିମ୍‌ ଇଣ୍ଡିଆ। ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ୟଶ ଧୂଲଙ୍କ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୯ ୱିକେଟରେ ପରାସ୍ତ କରିଛି। ଏଥିସହ ୮ମଥର ପାଇଁ ଅଣ୍ଡର ୧୯ ଏସିଆ କପ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ଟିମ ଇଣ୍ଡିଆ।

୫୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌କୁ ବର୍ଷା ଯୋଗୁ ଅଧାରୁ ୩୮ ଓଭର କରାଯାଇଥିଲା। ଶ୍ରୀଲଙ୍କା ୩୮ ଓଭର୍‌ରେ ୯ ୱିକେଟ ହରାଇ କେବଳ ୧୦୬ ରନ୍‌ କରିପାରି ଥିଲା। ଏହାପରେ ଡିଏଲ ନିୟମ ଅନୁଯାୟୀ, ଭାରତକୁ ୩୨ ଓଭର୍‌ରେ ୧୦୨ ରନ୍‌ର ଟାର୍ଗେଟ ମିଳିଥିଲା। ଏହାକୁ ଟିମ୍‌ ଇଣ୍ଡିଆ ୧ ୱିକେଟ ହରାଇ ୬୩ ବଲ୍‌ ପୂର୍ବରୁ ହାସଲ କରି ନେଇଛି।

ଟିମ ଇଣ୍ଡିଆର ଓପନର ଅଙ୍ଗକ୍ରିଶ ରଘୁବଂଶୀ ସର୍ବାଧିକ ୫୬ ରନ୍‌ କରିଥିବା ବେଳେ ଶେଖ ରଶିଦ ୩୧ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଭାରତର ଏକମାତ୍ର ବ୍ୟାଟସମ୍ୟାନ ଭାବେ ହରନୁର ସିଂହ ୫ ରନ୍‌ କରି ଆଉଟ ହୋଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କେବଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ଗ୍ରୁପ୍‌ ପର୍ଯ୍ୟାୟରେ ହାରିଛି। ପାକିସ୍ତାନ ସେମିରେ ପ୍ରବେଶ କରିଥିଲେ ମଧ୍ୟ ଶ୍ରୀଲଙ୍କା ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ୨ୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲା। ସେମିରେ ବାଂଲାଦେଶକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ। ଏବେ ଦଳ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଛି।

ଜାନୁଆରୀ ୧୪ରୁ ୱେଷ୍ଟଇଣ୍ଡିଜରେ ଅଣ୍ଡର-୧୯ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ୟଶ ଧୂଲଙ୍କ ଦଳ ଏସିଆ କପ ଜିତି ନିଜ ଦକ୍ଷତାର ପରିଚୟ ଦେଇଛି।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ୧୦୨ ରନ୍‌ର ଟାର୍ଗେଟ ପାଇଥିବା ଭାରତ ଆରମ୍ଭରୁ ଇନଫର୍ମ ହରନୁର ସିଂହ(୫)ଙ୍କୁ ହରାଇଥିଲା। ହେଲେ ରଘୁବଂଶୀ ଓ ଶେଖ ରଶିଦ ଦମଦାରମ ବ୍ୟାଟିଂ କରିଥିଲେ। ଟାର୍ଗେଟ ଛୋଟ ଥିବାରୁ ଉଭୟ ବ୍ୟାଟସମ୍ୟାନ ବେଶ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଶେଷ ଯାଏ ରଘୁବଂଶୀ ୬୭ ବଲ୍‌ରେ ୫୬ ଓ ରଶିଦ ୪୯ ବଲରେ ୩୧ ରନ୍‌ କରି ଅପରାଜିତ ରହିଥିଲେ।


ଏହାପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ଭାରତୀୟ ବୋଲରମାନେ ଆଦୌ ରନ କରିବାକୁ ସୁଯୋଗ ଦେଇ ନଥିଲେ। ବିଶେଷ କରି ବିକ୍କି ଓଷ୍ଟୱାଲ ଚମତ୍କାର ବୋଲିଂ କରିଥିଲେ। ସେ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କୌଶଲ ତାମ୍ବେ ୨ଟି, ରାଜବର୍ଦ୍ଧନ, ରାଜ ବାୱା ଓ ରବି କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ୯ ୱିକେଟ ହରାଇ କେବଳ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Related story