ସାଂଘାତିକ ଅଭିଯୋଗ ଆଣିଲା ପାକିସ୍ତାନ: ଦୃଷ୍ଟିହୀନ କ୍ରିକେଟ ଟିମକୁ ଭିସା ଦେଲାନି ଭାରତ

ନୂଆଦିଲ୍ଲୀ: ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ପାକିସ୍ତାନ। ଭାରତରେ ଆୟୋଜିତ ହେଉଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ପାଇଁ ନୂଆଦିଲ୍ଲୀ ପକ୍ଷରୁ ପାକିସ୍ତାନ କ୍ରିକେଟ ଟିମକୁ ଭିସା ଦିଆଯାଇ ନଥିବା ଅଭିଯୋଗ ହୋଇଛି। ୫ ତାରିଖରୁ ଭାରତରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ୩ୟ ସଂସ୍କରଣ ଆରମ୍ଭ ହୋଇଛି। ତେବେ ଭିସା ମଳି ନଥିବା ଯୋଗୁ ପାକିସ୍ତାନ ଏଥିରେ ଭାଗ ନେବାରୁ ବଞ୍ଚିତ ହୋଇଛି। ଆଜି ଦିଲ୍ଲୀରେ ଖେଳାଯିବାକୁ ଥିବା ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ […]

PBCC

  • Published: Tuesday, 06 December 2022
  • , Updated: 06 December 2022, 07:55 PM IST

ନୂଆଦିଲ୍ଲୀ: ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ପାକିସ୍ତାନ। ଭାରତରେ ଆୟୋଜିତ ହେଉଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ପାଇଁ ନୂଆଦିଲ୍ଲୀ ପକ୍ଷରୁ ପାକିସ୍ତାନ କ୍ରିକେଟ ଟିମକୁ ଭିସା ଦିଆଯାଇ ନଥିବା ଅଭିଯୋଗ ହୋଇଛି। ୫ ତାରିଖରୁ ଭାରତରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ୩ୟ ସଂସ୍କରଣ ଆରମ୍ଭ ହୋଇଛି। ତେବେ ଭିସା ମଳି ନଥିବା ଯୋଗୁ ପାକିସ୍ତାନ ଏଥିରେ ଭାଗ ନେବାରୁ ବଞ୍ଚିତ ହୋଇଛି।

ଆଜି ଦିଲ୍ଲୀରେ ଖେଳାଯିବାକୁ ଥିବା ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମୁହାଁମୁହିଁ ହୋଇଥାଆନ୍ତେ। କିନ୍ତୁ ଭିସା ପ୍ରସଙ୍ଗ ଯୋଗୁ ପାକିସ୍ତାନ ଠିକ୍‌ ସମୟରେ ଭାରତରେ ପହଞ୍ଚି ପାରିନି। ତେଣୁ ମ୍ୟାଚ୍‌କୁ ଆଉ ଏକ ତାରିଖରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ପାକିସ୍ତାନ ଦୃଷ୍ଟିହୀନ କ୍ରିକେଟ କାଉନସିଲ(ପିବିସିସି) ଗୋଟିଏ ବିବୃତି ଜାରି କରି ଭାରତ ସରକାରଙ୍କୁ ଟାର୍ଗେଟ କରିଛି। ପିବିସିସି କହିଛି ଯେ “ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟରଙ୍କୁ ଭାରତ ସରକାର ଭିସା ଦେଉନାହାନ୍ତି। ଏହା ଆମକୁ ମର୍ମାହତ କରିଛି। ଡିସେମ୍ବର ୫ରୁ ୧୭ ତାରିଖ ଯାଏ ଭାରତରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଚାଲିବ।

ଭାରତରେ ବିଶ୍ୱକପ ଜିତିବାର ସୁଯୋଗ ଆମ ପାଖରେ ରହିଥିଲା। କାରଣ ୨୦୧୨ ଓ ୨୦୧୭ ଟି-୨୦ ବିଶ୍ୱକପରେ ପାକିସ୍ତାନ ଟିମ ରନର୍ସ ଅପ ହୋଇଥିଲା। ତେବେ ରାଜନୀତିକ ଦୃଷ୍ଟିକୋଣରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଆମକୁ ଭିସା ଦେବାକୁ ମନା କରି ଦେଇଛି।

ପିବିସିସି ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛି। କାରଣ କ୍ରୀଡ଼ାକୁ ସବୁବେଳେ ଆଞ୍ଚଳିକ ରାଜନୀତି ବାହାରେ ରଖିବା ଦରକାର। ବିଶେଷ କରି ମେଗା ଇଭେଣ୍ଟରେ ପ୍ରତି ଟିମ୍‌କୁ ଭାଗ ନେବାର ସମାନ ସୁଯୋଗ ମିଳିବା ଉଚିତ।”


ତେବେ ଏସମ୍ପର୍କରେ ଭାରତ ସରକାର ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ଦୃଷ୍ଟିହୀନ ଟି-୨୦ ବିଶ୍ୱକପରେ ଭାରତ ବ୍ୟତୀତ ନେପାଳ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଭାଗ ନେବାର ରହିଛି।

ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଭାରତ ନେପାଳକୁ ୨୭୪ ରନରେ ପରାସ୍ତ କରିଛି। ଆସନ୍ତାକାଲି ଦଳ ପାକିସ୍ତାନକୁ ଭେଟିବାର ଥିଲା। ହେଲେ ଏବେ ଭିସା ପ୍ରସଙ୍ଗ ପୂରା ବିବାଦୀୟ ସ୍ଥିତି ସୃଷ୍ଟି କରିଛି।

Related story