ଅଷ୍ଟ୍ରେଲିଆର ଲଜ୍ଜାଜନକ ରେକର୍ଡ ସହ ସମକକ୍ଷ ହେଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୨୯ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍‌ ଜିତିବାକୁ ଆଶା କରିଥିବା ଟିମ୍‌ ଇଣ୍ଡିଆର ସ୍ୱପ୍ନ ଅଧା ରହି ଯାଇଛି। ଦକ୍ଷିଣ ଆଫ୍ରିକାରେ ଭାରତ କେବଳ ଟେଷ୍ଟ ସିରିଜ୍‌ ହାରିନାହିଁ ବରଂ ଦିନିକିଆ ସିରିଜ୍‌ରେ ମଧ୍ୟ ମୂଳପୋଛ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ୩-୦ରେ ଦିନିକିଆ ସିରିଜ୍‌ ଜିତି ଭାରତ ବିରୋଧରେ ତା’ର ଦବଦବାକୁ ପ୍ରଦର୍ଶନ କରିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆର ଲଜ୍ଜାଜନକ ରେକର୍ଡର ସମକକ୍ଷ ହୋଇଛି। ଦକ୍ଷିଣ […]

ICC

Hemant Lenka
  • Published: Tuesday, 25 January 2022
  • , Updated: 25 January 2022, 10:36 AM IST

ନୂଆଦିଲ୍ଲୀ: ଦୀର୍ଘ ୨୯ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍‌ ଜିତିବାକୁ ଆଶା କରିଥିବା ଟିମ୍‌ ଇଣ୍ଡିଆର ସ୍ୱପ୍ନ ଅଧା ରହି ଯାଇଛି। ଦକ୍ଷିଣ ଆଫ୍ରିକାରେ ଭାରତ କେବଳ ଟେଷ୍ଟ ସିରିଜ୍‌ ହାରିନାହିଁ ବରଂ ଦିନିକିଆ ସିରିଜ୍‌ରେ ମଧ୍ୟ ମୂଳପୋଛ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ୩-୦ରେ ଦିନିକିଆ ସିରିଜ୍‌ ଜିତି ଭାରତ ବିରୋଧରେ ତା’ର ଦବଦବାକୁ ପ୍ରଦର୍ଶନ କରିଛି।

ଏହି ପରାଜୟ ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆର ଲଜ୍ଜାଜନକ ରେକର୍ଡର ସମକକ୍ଷ ହୋଇଛି। ଦକ୍ଷିଣ ଆଫ୍ରିକା ମାଟିରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ସମାନ ୨୫ଟି ଲେଖାଏ ଦିନିକିଆ ମ୍ୟାଚ୍‌ ହାରିବାର ବିରଳ ରେକର୍ଡ କରିଛନ୍ତି। ଏହି ଦୁଇ ଦେଶ ବ୍ୟତୀତ ଶ୍ରୀଲଙ୍କା ମଧ୍ୟ ଦକ୍ଷିଣ ଆଫ୍ରିକା ମାଟିରେ ୨୫ଟି ମ୍ୟାଚ୍‌ ହାରିଛି।

ଟିମ୍‌ ଇଣ୍ଡିଆ ଏଯାଏ ଦକ୍ଷିଣ ଆଫ୍ରିକା ମାଟିରେ ୩୭ଟି ମ୍ୟାଚ୍‌ ଖେଳି ୨୫ଟିରେ ହାରିଛି। ଅଷ୍ଟ୍ରେଲିଆ ୪୬ଟି ମ୍ୟାଚ୍‌ରୁ ୨୫ଟି ଓ ଶ୍ରୀଲଙ୍କା ୩୩ଟି ମ୍ୟାଚ୍‌ରୁ ୨୫ଟିରେ ପରାଜୟ ବରଣ କରିଛନ୍ତି। ଏହାବାଦ ପାକିସ୍ତାନ ୩୭ଟି ମ୍ୟାଚ୍‌ରୁ ୨୨ ଓ ୱେଷ୍ଟଇଣ୍ଡିଜ୍‌ ୨୬ଟି ମ୍ୟାଚ୍‌ରୁ ୨୦ଟିରେ ହାରିଛନ୍ତି।

ଅନ୍ୟପକ୍ଷରେ ଭାରତ ୫ମଥର ପାଇଁ କୌଣସି ଦିନିକିଆ ସିରିଜ୍‌ରେ ମୂଳପୋଛ ହୋଇଛି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଥର ପାଇଁ ଏପରି ଘଟିଛି। ୧୯୮୩ରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ୫-୦ରେ ହରାଇଥିଲା। ଏହାପରେ ପୁଣି ୧୯୮୯ରେ ଭାରତ ୦-୫ରେ ଇଣ୍ଡିଜ ଠାରୁ ହାରିଥିଲା। ୨୦୦୬ରେ ଦକ୍ଷିଣ ଆଫ୍ରିକା ୪-୦ ଓ ୨୦୨୦ରେ ନ୍ୟୁଜିଲ୍ୟାଣ୍ଡ ୩-୦ରେ ଭାରତକୁ ହରାଇଥିଲେ। ଏବେ ୨୦୨୨ରେ ପୁଣିଥରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ କରିଛି।

ଦିନିକିଆ ସିରିଜ୍‌ ଜିତିବା ପରେ ଦକ୍ଷିଣ ଆଫ୍ରିକା ବିରଳ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛି। ଏବେ ଏହି ଦଳ ସର୍ବାଧିକ ସିରିଜ୍‌ କ୍ଲିନ ସୁଇପ କରିଥିବା ଦେଶ ତାଲିକାରେ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସର୍ବାଧିକ ୨୦ଟି ଦିନିକିଆ ସିରିଜ୍‌ ମୂଳପୋଛ କରିଛନ୍ତି। ଏମାନଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ୧୬, ଅଷ୍ଟ୍ରେଲିଆ ୧୬ ଓ ୱେଷ୍ଟଇଣ୍ଡିଜ୍‌ ୧୬ଟି ଲେଖାଏ ସିରିଜ୍‌ କ୍ଲିନ ସୁଇପ କରିବାର ରେକର୍ଡ କରିଛନ୍ତି।

Related story