ଭାଙ୍ଗିଲା ୬ ବର୍ଷର ରେକର୍ଡ: ପାକିସ୍ତାନ ଠାରୁ ହାରିଲା ଭାରତୀୟ ମହିଳା ଦଳ

ଢାକା: ଭାରତୀୟ ମହିଳା ଦଳକୁ ଟି-୨୦ ଏସିଆ କପରେ ହରାଇ ରେକର୍ଡ କରିଛି ପାକିସ୍ତାନ। ୨୦୧୬ ପରଠାରୁ ଭାରତ ବିପକ୍ଷରେ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଜିତି ନଥିବା ପାକିସ୍ତାନ ମହିଳା ଦଳ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ବାଂଲାଦେଶରେ ଚାଲିଥିବା ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍‌ରେ ପାକିସ୍ତାନ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ରୋମାଞ୍ଚକ ଭାବେ ୧୩ ରନରେ ହରାଇ ଦେଇଛି। ଏଥିସହ ଏସିଆ କପରେ ଭାରତୀୟ ମହିଳା ଦଳ ଜାରି ରଖିଥିବା […]

Pakistan

Pakistan

Hemant Lenka
  • Published: Friday, 07 October 2022
  • Updated: 07 October 2022, 04:41 PM IST

Sports

Latest News

ଢାକା: ଭାରତୀୟ ମହିଳା ଦଳକୁ ଟି-୨୦ ଏସିଆ କପରେ ହରାଇ ରେକର୍ଡ କରିଛି ପାକିସ୍ତାନ। ୨୦୧୬ ପରଠାରୁ ଭାରତ ବିପକ୍ଷରେ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଜିତି ନଥିବା ପାକିସ୍ତାନ ମହିଳା ଦଳ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ବାଂଲାଦେଶରେ ଚାଲିଥିବା ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍‌ରେ ପାକିସ୍ତାନ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ରୋମାଞ୍ଚକ ଭାବେ ୧୩ ରନରେ ହରାଇ ଦେଇଛି।

ଏଥିସହ ଏସିଆ କପରେ ଭାରତୀୟ ମହିଳା ଦଳ ଜାରି ରଖିଥିବା ବିଜୟ ରଥରେ ମଧ୍ୟ ବ୍ରେକ ଲାଗିଛି। ଦିନକ ତଳେ ପାକିସ୍ତାନ ମହିଳା ଟିମ୍‌ ଅତ୍ୟନ୍ତ ଦୁର୍ବଳ ଥାଇଲ୍ୟାଣ୍ଡ ଠାରୁ ହାରି ଯାଇଥିଲା। ହେଲେ ଆଜି ଦଳ ଦମଦାର କମବ୍ୟାକ କରି ଶକ୍ତିଶାଳୀ ଭାରତକୁ ହରାଇ ଦେଇଛି।

ପାକିସ୍ତାନ ୨୦୧୬ରୁ କ୍ରମାଗତ ୫ଟି ଟି-୨୦ ମ୍ୟାଚରେ ଭାରତକୁ ଭେଟିଥିଲା ବେଳେ ସବୁଥିରେ ହାରିଥିଲା। ଶେଷଥର ପାଇଁ ୨୦୧୬ ମସିହା ମାର୍ଚ୍ଚ ୧୯ରେ ପାକିସ୍ତାନ ମହିଳା ଦଳ ଦିଲ୍ଲୀରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପରେ ଭାରତକୁ ହରାଇଥିଲେ। ଏବେ ୨୦୨୨ରେ ଏହାର ପୁନରାବୃତ୍ତି ହୋଇଛି। ତଥାପି ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦେଶ ୧୩ଟି ଟି-୨୦ରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୦ଟିରେ ଜିତିଛି।

ଆଜିର ମ୍ୟାଚ୍‌ରେ ପାକିସ୍ତାନ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିଥିଲା। ପାକିସ୍ତାନ ମହିଳା ଦଳ ପାଇଁ ନିଦା ଦର ଅପରାଜି ୩୭ ବଲରେ ୫୬ ରନର ଇନିଂସ ଖେଳିଥିବା ବେଳେ ଅଧିନାୟକ ବିସମା ମାରୁଫ ୩୨ ରନ କରିଥିଲେ। ଏହି ଦୁଇ ବଡ଼ ଇନିଂସ ବଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିଥିଲା।

ଏହାର ଜବାବରେ ଭାରତୀୟ ମହିଳା ଦଳ ୧୯.୪ ଓଭରରେ ୧୨୪ ରନ କରି ଅଲଆଉଟ ହୋଇଯାଇଛି। ଭାରତ ପାଇଁ ଶେଷ ଭାଗରେ ରିଚା ଘୋଷ ୧୩ ବଲରେ ୨୬ ରନ କରିଥିଲେ ମଧ୍ୟ ଏହା ମ୍ୟାଚ୍‌ ଜିତିବା ପାଇଁ ଯଥଷ୍ଟ ନଥିଲା। ସେ ୧୯ତମ ଓଭରରେ ଆଉଟ ହେବା ପରେ ଭାରତର ବିଜୟ ଆଶା ମଧ୍ୟ ମଉଳି ଯାଇଥିଲା।

ଭାରତ ପକ୍ଷରୁ ଓପନର ଏସ୍‌ ମେଘନା ୧୬, ସ୍ମୃତି ମନ୍ଧାନା ୧୭, ମଧ୍ୟକ୍ରମରେ ଡାୟାଲନ ହେମଲତା ୨୦ ରନ, ଦୀପ୍ତି ଶର୍ମା ୧୬ ଓ ଅଧିନାୟକ ହରମନପ୍ରୀତ କୌର ୧୨ ରନ କରିବାକୁ ସକ୍ଷମ ହୋଇଛନ୍ତି। ସବୁବେଳେ ୪ କିମ୍ବା ୫ନଂରେ ବ୍ୟାଟିଂ କରୁଥିବା କୌର ଆଜି ୭ନଂରେ କ୍ରିଜ୍‌କୁ ଆସିଥିଲେ। ହଠାତ୍‌ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ପାଇଁ ଭାରତକୁ ମ୍ୟାଚ୍ ହରାଇବା ପାଇଁ ପଡ଼ିଲା ବୋଲି ଅନେକ ମତ ରଖିଛନ୍ତି।

ଏସିକିଆ କପରେ ଉଭୟ ଭାରତ ଓ ପାକିସ୍ତାନ ସମାନ ୪ଟି ଲେଖାଏ ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାତେଇଛନ୍ତି। ଏବେ ଉଭୟ ଦଳ ପାଖରେ ଦୁଇଟି ଲେଖାଏ ମ୍ୟାଚ୍‌ ବାକି ରହିଛି। ଭାରତୀୟ ମହିଳା ଦଳ ଗ୍ରୁପ ପର୍ଯ୍ୟାୟର ଶେଷ ଦୁଇ ମ୍ୟାଚ୍‌ରେ ବାଂଲାଦେଶ ଓ ଥାଇଲ୍ୟାଣ୍ଡକୁ ଭେଟିବ। ସେହିପରି ପାକିସ୍ତାନ ତା’ର ଶେଷ ଦୁଇ ମ୍ୟାଚ୍‌ ୟୁଏଇ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଗ୍ରୁପ ପର୍ଯ୍ୟାୟର ଟପ୍‌ ୪ ଟିମ ସେମି ଫାଇନାଲକୁ ଯିବେ। ଏହାପରେ ଅକ୍ଟୋବର ୧୫ରେ ଏସିଆ କପ ଫାଇନାଲ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos