ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ: ଦିନିକିଆରେ ଧୱନ ଓ ଟି-୨୦ରେ ପାଣ୍ଡ୍ୟାଙ୍କୁ ନେତୃତ୍ୱ

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଆଜି ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ୧୬ ଜଣିଆ ଦିନିକିଆ ସ୍କ୍ୱାଡର ନେତୃତ୍ୱ ଶିଖର ଧୱନଙ୍କୁ ମିଳିଛି। ଋଷଭ ପନ୍ତ ତାଙ୍କ ଡେପୁଟି ଭାବେ ସ୍ଥାନ ପାଇଛନ୍ତି। ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ କୁଲଦୀପ ସେନଙ୍କୁ ସୁଯୋଗ ମିଳିଛି। ଆଇପିଏଲରେ କୁଲଦୀପ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। […]

pandya

  • Published: Monday, 31 October 2022
  • , Updated: 31 October 2022, 08:42 PM IST

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଆଜି ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ୧୬ ଜଣିଆ ଦିନିକିଆ ସ୍କ୍ୱାଡର ନେତୃତ୍ୱ ଶିଖର ଧୱନଙ୍କୁ ମିଳିଛି। ଋଷଭ ପନ୍ତ ତାଙ୍କ ଡେପୁଟି ଭାବେ ସ୍ଥାନ ପାଇଛନ୍ତି।

ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ କୁଲଦୀପ ସେନଙ୍କୁ ସୁଯୋଗ ମିଳିଛି। ଆଇପିଏଲରେ କୁଲଦୀପ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ।

ସେହିପରି ଉମ୍ରାନ ମଲିକଙ୍କୁ ପୁଣିଥରେ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି। ଆୟର୍ଲ୍ୟାଣ୍ତ ବିପକ୍ଷ ଟି-୨୦ ସିରିଜ୍ ପରେ ଉମ୍ରାନ ମଲିନ ଭାରତୀୟ ଦଳ ଠାରୁ ଦୂରରେ ଥିଲେ। ହେଲେ ଏବେ ତାଙ୍କୁ ଡକରା ମିଳିଛି। ଆହତ ସମସ୍ୟା ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ଦୀପକ ଚହର ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବେ।

ସେହିପରି ଦଳରେ ଶୁବମନ ଗିଲ, ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଶାହବାଜ ଅହମଦ, ୟୁଜି ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି। ନଭେମ୍ବର ୨୫, ୨୭ ଓ ୩୦ ତାରିଖରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ।


ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତର ଅଧିନାୟକ କରାଯାଇଛି। ନଭେମ୍ବର ୧୮, ୨୦ ଓ ନଭେମ୍ବର ୨୨ରେ ଦୁଇ ଦେଶ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଦିନିକିଆ ସିରିଜରେ ସ୍ଥାନ ପାଇ ନଥିବା ଅଭିଜ୍ଞ ଭୁବନେଶ୍ୱର କୁମାର ଟି-୨୦ ମ୍ୟାଚ୍ ଖେଳିବେ।

ପନ୍ତ ୱିକେଟ କିପିଂ ସହ ଉପ ଅଧିନାୟକ ଭାବେ ଦାୟିତ୍ୱ ପାଇଛନ୍ତି। ଶୁବମନ ଗିଲ, ଈଶାନ କିଶନ, ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜି ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ଉମ୍ରାନ ମଲିକ ରହିଛନ୍ତି।

Related story