ବିଜୟ ଠାରୁ ୬ ୱିକେଟ ଦୂରରେ ଟିମ ଇଣ୍ଡିଆ

ବେଙ୍ଗାଲୁରୁ: ଆଉ ଏକ ବିଶାଳ ବିଜୟ ଦିଗରରେ ଟିମ୍‌ ଇଣ୍ଡିଆ। ପ୍ରଥମ ଟେଷ୍ଟ ଭଳି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ସାରିବାକୁ ରୋହିତ ବାହିନୀ ଆଗେଇ ଚାଲିଛି। ଏବେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଜିତିବା ପାଇଁ ଭାରତ ମାତ୍ର ୬ ୱିକେଟ ଦୂରରେ ରହିଛି। ବେଙ୍ଗାଲୁରୁରେ ଖେଳା ଯାଉଥିବା ଏହି ପିଙ୍କ ବେଲ୍‌ ଟେଷ୍ଟର ଆଜି ହେଉଛି ତୃତୀୟ ଦିନ। ହାତରେ ଆହୁରି ଦୁଇ ଦିନ ବାକି ଥିବା ବେଳେ […]

India

India

Hemant Lenka
  • Published: Monday, 14 March 2022
  • Updated: 14 March 2022, 03:45 PM IST

Sports

Latest News

ବେଙ୍ଗାଲୁରୁ: ଆଉ ଏକ ବିଶାଳ ବିଜୟ ଦିଗରରେ ଟିମ୍‌ ଇଣ୍ଡିଆ। ପ୍ରଥମ ଟେଷ୍ଟ ଭଳି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ସାରିବାକୁ ରୋହିତ ବାହିନୀ ଆଗେଇ ଚାଲିଛି। ଏବେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଜିତିବା ପାଇଁ ଭାରତ ମାତ୍ର ୬ ୱିକେଟ ଦୂରରେ ରହିଛି। ବେଙ୍ଗାଲୁରୁରେ ଖେଳା ଯାଉଥିବା ଏହି ପିଙ୍କ ବେଲ୍‌ ଟେଷ୍ଟର ଆଜି ହେଉଛି ତୃତୀୟ ଦିନ। ହାତରେ ଆହୁରି ଦୁଇ ଦିନ ବାକି ଥିବା ବେଳେ ଶ୍ରୀଲଙ୍କା ବିଜୟ ଠାରୁ ୩୧୭ ରନ୍‌ ଦୂରରେ ରହିଛି।

ବୋଲରଙ୍କୁ ସୁହାଉଥିବା ବେଙ୍ଗାଲୁରୁ ପିଚ୍‌ରେ ଶ୍ରୀଲଙ୍କାର ବାକି ୬ ଜଣ ବ୍ୟାଟର କେତେ ସମୟ ତିଷ୍ଠୁଛନ୍ତି, ତା’ ଉପରେ ସମସ୍ତ ନଜର ରହିଛି। ଖବର ଲେଖା ହେବା ବେଳକୁ ଶ୍ରୀଲଙ୍କା ୪ ୱିକେଟ ହରାଇ ୧୩୦ ରନ୍‌ କରିଛି। କ୍ରିଜରେ ଅଧିନାୟକ ଦିମୁତ କରୁଣାରତ୍ନେ(୫୪)ଙ୍କ ସହ ୱିକେଟ କିପର ନିରୋଶନ ଡିକୱେଲା(୬) ରହିଛନ୍ତି।

ଭାରତ ତା’ର ଦ୍ୱିତୀୟ ପାଳି ୩୦୩/୯ରେ ଘୋଷଣା କରିବା ପରେ ଶ୍ରୀଲଙ୍କାକୁ ୪୪୭ ରନର ବିଜୟ ଲକ୍ଷ ମିଳିଛି। କାଲି ୭ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ଶ୍ରୀଲଙ୍କା ୨୮ ରନ୍ କରିଥିଲା। ଆଜି ଖେଳ ଆରମ୍ଭରୁ କରୁଣାରତ୍ନେ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦିବସର ପ୍ରଥମ ୪୫ ମିନିଟ ଯାଏ ଭାରତୀୟ ବୋଲରଙ୍କୁ ସଫଳତା ହାସଲ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ।

ବିଶେଷ କରି ମେଣ୍ଡିସ ଦର୍ଶନୀୟ ଶଟ ଖେଳି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ସେ ୫୪ ରନ୍‌ କରିଥିବା ବେଳେ ରବି ଅଶ୍ୱିନ ତାଙ୍କୁ ଆଉଟ କରି ସିଂହଳ ଟିମକୁ ଜବରଦସ୍ତ ଝଟକା ଦେଇଥିଲେ। ଏହାପରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ(୧)ଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନବୋଲ୍ଡ କରିଥିଲେ। ଦଳୀୟ ସ୍କୋର ୧୦୫ ଥିବା ବେଳେ ଅଶ୍ୱିନ ୪ ରନ୍‌ କରିଥିବା ଧନଞ୍ଜୟ ଡି’ସିଲଭାଙ୍କୁ ପ୍ୟାଭିଲିୟନ ପଠାଇ ଶ୍ରୀଲଙ୍କାକୁ ୪ର୍ଥ ଝଟକା ଦେଇଥିଲେ। ଏକଦା ୯୭ରେ ଗୋଟିଏ ୱିକେଟ ହରାଇଥିବା ଶ୍ରୀଲଙ୍କା ୧୦୫ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ଅଡ଼ୁଆରେ ପଡ଼ିଥିଲା। ଏବେ କରୁଣାରତ୍ନେ ଓ ଡିକୱେଲା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story