ଟି-୨୦ର ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍‌, କେତେ ଲୋକ ଦେଖିଲେ

ଦୁବାଇ: ଚଳିତ ବଶ୍ୱକପର ସୁପର ୧୨ ପର୍ଯ୍ୟାୟରୁ ବିଦାୟ ନେଇଛି। ଭାରତ ଚଳିତ ବଶ୍ୱକପରେ ତା’ର ପ୍ରଥମ ମ୍ୟାଚ୍‌ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା। କୌଣସି ବିଶ୍ୱକପରେ ପାକିସ୍ତାନ ଠାରୁ ହାରିବାର ବିରଳ ରେକର୍ଡ ଭାରତ ନାଁରେ ଯୋଡ଼ି ହୋଇଯାଇଥିଲା। ତେବେ ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଖେଳା ଯାଇଥିବା ମ୍ୟାଚ୍‌କୁ ନେଇ ନୂଆ ତଥ୍ୟ ଆସିଛି। ଟି-୨୦ ଇତିହାସରେ ଏହି ଗୋଟିଏ ମ୍ୟାଚ୍‌ ସବୁ […]

India

Hemant Lenka
  • Published: Tuesday, 09 November 2021
  • , Updated: 09 November 2021, 04:36 PM IST

ଦୁବାଇ: ଚଳିତ ବଶ୍ୱକପର ସୁପର ୧୨ ପର୍ଯ୍ୟାୟରୁ ବିଦାୟ ନେଇଛି। ଭାରତ ଚଳିତ ବଶ୍ୱକପରେ ତା’ର ପ୍ରଥମ ମ୍ୟାଚ୍‌ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା। କୌଣସି ବିଶ୍ୱକପରେ ପାକିସ୍ତାନ ଠାରୁ ହାରିବାର ବିରଳ ରେକର୍ଡ ଭାରତ ନାଁରେ ଯୋଡ଼ି ହୋଇଯାଇଥିଲା।

ତେବେ ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଖେଳା ଯାଇଥିବା ମ୍ୟାଚ୍‌କୁ ନେଇ ନୂଆ ତଥ୍ୟ ଆସିଛି। ଟି-୨୦ ଇତିହାସରେ ଏହି ଗୋଟିଏ ମ୍ୟାଚ୍‌ ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଏହା ବିଶ୍ୱର ପ୍ରଥମ ଟି-୨୦ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଯାହାକୁ ୧୬୭ ମିଲିୟନ ଲୋକ ଦେଖିଥିଲେ। ବିଶ୍ୱକପର ପ୍ରସାରଣ ଦାୟିତ୍ୱ ପାଇଥିବା ଚ୍ୟାନେଲ ପକ୍ଷରୁ ଏପରି ସୂଚନା ଆଜି ଦିଆଯାଇଛି।

ସେହିପରି ଚଳିତ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଓ ସୁପର ୧୨ର ପ୍ରଥମ ୧୨ଟି ମ୍ୟାଚକୁ ମୋଟ ୨୩୮ ମିଲିୟନ ଲୋକ ଦେଖିଛନ୍ତି। ଗତ ସପ୍ତାହ ଶେଷ ଯାଏ ମିଳିଥିବା ତଥ୍ୟକୁ ବିଶ୍ଲେଷଣ କରି ଷ୍ଟାର ଇଣ୍ଡିଆ ଗୋଟିଏ ବିବୃତିରେ ଏପରି ତଥ୍ୟ ସାର୍ବଜନୀନ କରିଛି।

୨୩୮ ମିଲିୟନ ଭ୍ୟୁ ମଧ୍ୟରୁ କେବଳ ୧୬୭ ମିଲିୟନ ଲୋକ ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିଛନ୍ତି। ଆଜି ଯାଏ କୌଣସି ମ୍ୟାଚ୍‌କୁ ଏତେ ସଂଖ୍ୟକ ଲୋକ ଦେଖି ନଥିଲେ। ପୂର୍ବରୁ ୨୦୧୬ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ସେମି ଫାଇନାଲ ମ୍ୟାଚ୍‌କୁ ସର୍ବାଧିକ ୧୩୬ ମିଲିୟନ ଲୋକ ଦେଖିଥିଲେ। ଏହି ରେକର୍ଡକୁ ଚଳିତ ବର୍ଷ ଅକ୍ଟୋବର ୨୪ ଯାଏ କୌଣସି ମ୍ୟାଚ୍‌ ଭାଙ୍ଗି ପାରି ନଥିଲା। ହେଲେ ଅକ୍ଟୋବର ୨୪ରେ ଏହା ଭାଙ୍ଗିଛି। ଏପରି ସୂଚନା ଦେଇ ଷ୍ଟାର ଇଣ୍ଡିଆ ପରିବାର ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛି। ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଚ୍ୟାନେଲ କର୍ତ୍ତୃପକ୍ଷ ଲୋକଙ୍କୁ ମ୍ୟାଚର ଟିକିନିକି ଦୃଶ୍ୟ ଦେଖାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ଚଳିତ ବିଶ୍ୱକପର ସୁପର ୧୨ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୦ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଓ ୧୧ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ପ୍ରଥମ ସେମିରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ଲଢ଼େଇ କରିବେ। ସେହିପରି ଦ୍ୱିତୀୟ ସେମିରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଅଷ୍ଟ୍ରେଲିଆ। ଏହି ଦୁଇ ମ୍ୟାଚ୍‌ର ବିଜେତା ନଭେମ୍ବର ୧୪ରେ ଟ୍ରଫି ପାଇଁ ଟକ୍କର କରିବେ।

Related story