କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ, ଦିନେ ଘୁଞ୍ଚିଲା ଦ୍ୱିତୀୟ ଟି-୨୦

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ସିରିଜରେ ପଶିଲା କରୋନା। ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ତଥା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁ କାରଣରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଦିନକ ପାଇଁ ଘୁଞ୍ଚି ଯାଇଛି। ଅର୍ଥାତ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ ବୁଧବାର ଖେଳାଯାଇପାରେ। କୃନାଲଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ଭାରତ ଓ ଶ୍ରୀଲଙ୍କା ଟିମକୁ ଆଇସୋଲେସନକୁ […]

krunal-pandya

krunal-pandya

Ranjit Kumar Jena
  • Published: Tuesday, 27 July 2021
  • Updated: 27 July 2021, 04:21 PM IST

Sports

Latest News

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ସିରିଜରେ ପଶିଲା କରୋନା। ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ତଥା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁ କାରଣରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଦିନକ ପାଇଁ ଘୁଞ୍ଚି ଯାଇଛି। ଅର୍ଥାତ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ ବୁଧବାର ଖେଳାଯାଇପାରେ।

କୃନାଲଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ଭାରତ ଓ ଶ୍ରୀଲଙ୍କା ଟିମକୁ ଆଇସୋଲେସନକୁ ପଠାଇ ଦିଆଯାଇଛି। କିଛି ଖେଳାଳିଙ୍କୁ କୃନାଲ୍ ପାଣ୍ଡ୍ୟାଙ୍କ ସହ ଆଇସୋଲେଟ୍ କରିଦିଆଯାଇଛି। ଏହାଛଡ଼ା ଯେଉଁ ଖେଳାଳିମାନେ କୃନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ମନିଟର୍ କରାଯିବ। କୃନାଲଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିବା ପରେ ଦିନକ ପାଇଁ ମ୍ୟାଚକୁ ସସପେଣ୍ଡ କରିଦିଆଯାଇଛି। ଏଭଳି ସ୍ଥିତିରେ ଆସନ୍ତାକାଲି ମ୍ୟାଚ୍ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଯଦି ସବୁ ଖେଳାଳିଙ୍କ ରିପୋର୍ଟ ନେଭେଟିଗ୍ ଆସେ, ତାହେଲେ ବୁଧବାର ମ୍ୟାଚ୍ ହୋଇପାରେ।

https://twitter.com/BCCI/status/1419972946140045339?s=20

ଶ୍ରୀଲଙ୍କା ଗସ୍ତରେ ଭାରତର ପ୍ରଦର୍ଶନ ଭଲ ରହିଆସିଛି। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଓ ଭିଡିସ ଆନାଲିଷ୍ଟ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିନିକିଆ ସିରିଜକୁ ସ୍ଥଗିତ କରାଯାଇଥିଲା। ଏବେ ଭାରତୀୟ ଖେଳାଳି ପଜିଟିଭ୍ ହେବା ପରେ ଟି-୨୦ ସିରିଜ୍ ଉପରେ ସଙ୍କଟ ଦେଖା ଦେଇଛି।

ନିକଟରେ ଇଂଲଣ୍ଡରେ ଭାରତୀୟ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଥିଲା। ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପଜିଟିଭ୍ ବାହାରିବା ପରେ ସେ ଲଣ୍ଡନରେ ରହିଥିଲେ ଏବଂ ବାକି ଭାରତୀୟ ଟିମ୍ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବା ପାଇଁ ଡରହାମ୍ ଚାଲିଯାଇଥିଲେ।

ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ୱୀ ଶ' ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଯିବେ। ଦୁହିଁଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡ୍‌ରେ ସାମିଲ୍ କରାଯାଇଛି। ଯେହେତୁ ଏବେ ଭାରତର ଜଣେ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତେଣୁ ପୃଥ୍ୱୀ ଓ ସୂର୍ଯ୍ୟଙ୍କ ଇଂଲଣ୍ଡ କରିବେ ନା ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଇଛି। ଉଭୟ ପୃଥ୍ୱୀ ଓ ସୂର୍ଯ୍ୟକୁମାର ଏବେ ଶ୍ରୀଲଙ୍କାରେ ଅଛନ୍ତି ଏବଂ ଦୁହିଁଙ୍କର ଇଂଲଣ୍ଡ ଯାତ୍ରାକୁ ମଧ୍ୟ ସ୍ଥଗିତ କରାଯିବାର ସମ୍ଭାବନା ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos