ଅଧିନାୟକ ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆକୁ ୧୫୫ ରନର ଟାର୍ଗେଟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଆଗରେ ଚ୍ୟାଲେଞ୍ଜିଂ ୧୫୫ ରନର ଟାର୍ଗେଟ ସେଟ କରିଛି ଭାରତୀୟ ମହିଳା ଦଳ। ଅଧିନାୟକ ହରମନପ୍ରୀତ କୌରଙ୍କ ୩୪ ବଲରେ ୫୨ ଓ ଶେଫାଲି ବର୍ମାଙ୍କ ୪୮ ରନ ବଳରେ ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୫୪ ରନ କରିଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମହିଳା କ୍ରିକେଟ ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୫୫ ରନର ଟାର୍ଗେଟ ମିଳିଛି। ଆଜିର […]

India

  • Published: Friday, 29 July 2022
  • , Updated: 29 July 2022, 05:19 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଆଗରେ ଚ୍ୟାଲେଞ୍ଜିଂ ୧୫୫ ରନର ଟାର୍ଗେଟ ସେଟ କରିଛି ଭାରତୀୟ ମହିଳା ଦଳ। ଅଧିନାୟକ ହରମନପ୍ରୀତ କୌରଙ୍କ ୩୪ ବଲରେ ୫୨ ଓ ଶେଫାଲି ବର୍ମାଙ୍କ ୪୮ ରନ ବଳରେ ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୫୪ ରନ କରିଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମହିଳା କ୍ରିକେଟ ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୫୫ ରନର ଟାର୍ଗେଟ ମିଳିଛି।

ଆଜିର ମ୍ୟାଚରେ ଟସ୍‌ ଜିତି ଭାରତୀୟ ମହିଳା ଟିମ୍‌ର ଅଧିନାୟକ ହରମନପ୍ରୀତ କୌର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଓପନର ସ୍ମୃତି ମନ୍ଧାନା(୨୪) ଓ ଶେଫାଲି ବର୍ମା ପ୍ରଥମ ୱିକେଟ ପାଇଁ ୨୫ ରନ ଯୋଡ଼ିଥିଲେ। ଏହି ୨୫ ରନର ଭାଗିଦାରୀ ମଧ୍ୟରୁ ମନ୍ଧାନା ଏକାକୀ ୨୪ ରନ କରିଥିଲେ। ତାଙ୍କୁ ଡି ବ୍ରାଉନ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ।

ମନ୍ଧାନା ଆଉଟ ହେବା ପରେ ଶେଫାଲି ବର୍ମା ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ସେ ୟାସ୍ତିକା ଭାଟିଆ(୮)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୬୮ରେ ପହଞ୍ଚାଇଥିଲେ। କିନ୍ତୁ ଏହି ସମୟରେ ତାଳମେଳ ଅଭାବରୁ ୟାସ୍ତିକା ରନ ଆଉଟ ହୋଇଯାଇଥିଲେ। ସେହପରି ଶେଫାଲି ବର୍ମା(୪୮) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ତାଙ୍କ ୱିକେଟ ଜେସ ଜୋନାସେନ ନେଇଥିଲେ।

ଅଧିନାୟକ ହରମନପ୍ରୀତ କୌର ଅଷ୍ଟ୍ରେଲିଆ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ ମଧ୍ୟ କେହି ବି ତାଙ୍କ ସାଥ ବେଶୀ ସମୟ ଦେଇ ପାରି ନଥିଲେ। ଜେମିମା ରୋଡ୍ରିଗସ ୧୧, ଦୀପ୍ତି ଶର୍ମା ୧ ଓ ହାରଲୀନ ଦେଓଲ ୭ ସମସ୍ତଙ୍କୁ ନିରାଶ କରିଥିଲେ। ତଥାପି କୌର ଏକାକୀ ଲଢ଼େଇ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଶେଷ ଓଭର୍‌ରେ ହିଁ ୫୨ ରନ କରି ମେଗନା ସ୍କଟଙ୍କ ବଲରେ ଆଉଟ ହୋଇଥିଲେ। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେ ଆଉଟ ହେବା ପରେ ଭାରତ ୮ ୱିକେଟ ହରାଇ ୧୫୪ ରନରେ ଅଟକି ଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଜେସ ଜୋନାସେନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମେଗନା ସ୍କଟ ୨ଟି ଓ ବ୍ରାଉନ ଗୋଟିଏ ସଫଳତା ପାଇଛନ୍ତି।

Related story