ତୃତୀୟ ଦିନିକିଆ: ଟସ୍ ଜିତିଲା ଭାରତ

ଥିରୁଅନନ୍ତପୁରମ: ଭାରତ ଓ ଶ୍ରୀଲଙ୍କା ମଧ୍ୟସ୍ଥ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଥିରୁଅନନ୍ତପୁରମରେ ହେଉଛି। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍‌କୁ ଜିତି ଦଳ ସିରିଜ୍‌କୁ ୩-୦ରେ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ୍ ଜିତି ନିଜ ସମ୍ମାନ ରକ୍ଷା […]

Shubaman

  • Published: Sunday, 15 January 2023
  • , Updated: 15 January 2023, 02:22 PM IST

ଥିରୁଅନନ୍ତପୁରମ: ଭାରତ ଓ ଶ୍ରୀଲଙ୍କା ମଧ୍ୟସ୍ଥ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଥିରୁଅନନ୍ତପୁରମରେ ହେଉଛି। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍‌କୁ ଜିତି ଦଳ ସିରିଜ୍‌କୁ ୩-୦ରେ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ୍ ଜିତି ନିଜ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ।

ଭାରତୀୟ ଟିମ୍‌ର ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ ସୁନ୍ଦର ଓ ସୂର୍ଯ୍ୟକୁମାର ଯାଦବ ଅଛନ୍ତି।। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲ୍ଲିକ ଟିମ୍‌ରୁ ବାଦ୍ ପଡ଼ିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଆଜି ଦଳରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ମହମ୍ମଦ ସାମି ଅଛନ୍ତି।

Related story