୭ ବର୍ଷର ପ୍ରତୀକ୍ଷା ସରିଲା, ଭାରତ ପକ୍ଷରୁ ପଦାର୍ପଣ କଲେ ପାଞ୍ଚ ଖେଳାଳି

ବ୍ରିଷ୍ଟଲ୍: ଭାରତ ଓ ଇଂଲଣ୍ଡ ମହିଳା ଟିମ୍ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଏକମାତ୍ର ଟେଷ୍ଟ। ଏହି ମ୍ୟାଚରେ ଇଂଲଣ୍ଡ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହିଥର ନାଇଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚରେ ପାଞ୍ଚ ଖେଳାଳି ଡେବ୍ୟୁ କରିଛନ୍ତି। ସେମାନେ ହେଲେ ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ସ୍ନେହ ରାଣା ଓ ତାନିଆ ଭାଟିଆ । ଏହି ମ୍ୟାଚ୍ ସହ ଭାରତୀୟ […]

ind-vs-eng-women

ind-vs-eng-women

Ranjit Kumar Jena
  • Published: Wednesday, 16 June 2021
  • Updated: 16 June 2021, 08:03 PM IST

Sports

Latest News

ବ୍ରିଷ୍ଟଲ୍: ଭାରତ ଓ ଇଂଲଣ୍ଡ ମହିଳା ଟିମ୍ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଏକମାତ୍ର ଟେଷ୍ଟ। ଏହି ମ୍ୟାଚରେ ଇଂଲଣ୍ଡ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହିଥର ନାଇଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚରେ ପାଞ୍ଚ ଖେଳାଳି ଡେବ୍ୟୁ କରିଛନ୍ତି। ସେମାନେ ହେଲେ ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ସ୍ନେହ ରାଣା ଓ ତାନିଆ ଭାଟିଆ ।

ଏହି ମ୍ୟାଚ୍ ସହ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଶେଷଥର ଲାଗି ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ ଭାରତ ଇନିଂସ୍ ଓ ୩୪ ରନରେ ବିଜୟୀ ହୋଇଥିଲା। ଏହାର ୭ ବର୍ଷ ପରେ ଭାରତୀୟ ମହିଳା ଆଜି ଟେଷ୍ଟ ମ୍ୟାଚ୍ ଖେଳିଛି।

ଆଜି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ହିଥର ନାଇଟଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ। ସେ ଇଂଲଣ୍ଡ ପକ୍ଷରୁ ଆଜି ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଇଂଲଣ୍ଡ ପକ୍ଷରୁ ସୋଫିଆ ଡଙ୍କଲୀ ଏହି ମ୍ୟାଚ୍ ଜରିଆରେ ଟେଷ୍ଟ ପଦାର୍ପଣ କରିଛନ୍ତି। ଡଙ୍କଲୀ ପ୍ରଥମ ଅଶ୍ୱେତ ମହିଳା ଭାବେ ଇଂଲଣ୍ଡ ମହିଳା ଟେଷ୍ଟ ଟିମର ପ୍ରତିନିଧିତ୍ୱ କରିଛନ୍ତି ।

ଭାରତ: ଟାମି ବ୍ୟୁମଣ୍ଟ, ଲରେନ୍ ୱିନଫିଲ୍ଡ-ହିଲ୍, ହିଥର ନାଇଟ୍ (କ୍ୟାପଟେନ୍), ଆମି ଜୋନ୍ସ (ୱିକେଟକିପର), ନାତାଲି ସ୍କିଭର୍, ସୋଫିଆ ଡଙ୍କଲୀ, ଜର୍ଜିଆ ଏଲୱିସ୍, କ୍ୟାଥରିନ୍ ବ୍ରଣ୍ଟ, ଆନ୍ୟା ସ୍ରୁବସୋଲ୍, ସୋଫି ଇକ୍ଲେଷ୍ଟୋନ୍, କେଟ୍ କ୍ରସ୍।

ଭାରତ: ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ପୁନମ ରାଉତ, ମିତାଲୀ ରାଜ (କ୍ୟାପଟେନ୍), ହରମନପ୍ରୀତ କୌର୍, ଦୀପ୍ତି ଶର୍ମା, ତାନିଆ ଭାଟିଆ (ୱିକେଟକିପର), ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ସ୍ନେହ ରାଣା, ପୂଜା ବସ୍ତ୍ରାକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos