ସେପ୍ଟେମ୍ବରରେ ଖେଳାଯିବ ଆଇପିଏଲର ବାକି ମ୍ୟାଚ୍‌!

ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୧ରେ ୨୯ଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ଆଉ ବାକି ୩୧ଟି ମୁକାବିଲା କେବେ ହେବ ଏବଂ କେଉଁଠି ଖେଳାଯିବ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଖୁବଶୀଘ୍ର ଏ ପ୍ରଶ୍ନର ଜବାବ ମିଳିଯିବ । ଆସନ୍ତା ମେ’ ୨୯ ତାରିଖରେ ବିସିସିଆଇର ଏସଜିଏମ୍ ହେବ, ଯେଉଁଥିରେ ଆଇପିଏଲର ବାକି ମ୍ୟାଚକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏକ ରିପୋର୍ଟ ଅନୁସାରେ ଇଂଲଣ୍ଡ ଶେଷ ହେବା ପରେ ବିସିସିଆଇ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆଇପିଏଲର […]

IPl 2021 trophy

IPl 2021 trophy

Ranjit Kumar Jena
  • Published: Sunday, 23 May 2021
  • Updated: 23 May 2021, 08:17 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୧ରେ ୨୯ଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ଆଉ ବାକି ୩୧ଟି ମୁକାବିଲା କେବେ ହେବ ଏବଂ କେଉଁଠି ଖେଳାଯିବ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଖୁବଶୀଘ୍ର ଏ ପ୍ରଶ୍ନର ଜବାବ ମିଳିଯିବ । ଆସନ୍ତା ମେ’ ୨୯ ତାରିଖରେ ବିସିସିଆଇର ଏସଜିଏମ୍ ହେବ, ଯେଉଁଥିରେ ଆଇପିଏଲର ବାକି ମ୍ୟାଚକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏକ ରିପୋର୍ଟ ଅନୁସାରେ ଇଂଲଣ୍ଡ ଶେଷ ହେବା ପରେ ବିସିସିଆଇ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆଇପିଏଲର ବାକି ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଛି ।

ଭାରତ ତା’ର ଇଂଲଣ୍ଡ ଗସ୍ତ ଜୁନ୍ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳି ଆରମ୍ଭ କରିବ । ଏହା ପରେ ଅଗଷ୍ଟ ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବ ଏବଂ ବିସିସିଆଇକୁ ଟି-୨୦ ବିଶ୍ୱକପର ଠିକ୍ ପୂର୍ବରୁ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ଭିତରେ ମାସେ ସମୟ ମିଳିବ । ଏହି ସମୟ ଭିତରେ ବିସିସିଆଇ ୟୁଏଇରେ ଆଇପିଏଲର ବାକି ମ୍ୟାଚ୍ ଆୟୋଜନ କରିବା ନେଇ ବିଚାର କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମଧ୍ୟରେ ୯ ଦିନର ବ୍ୟବଧାନକୁ କମାଇ ଏହାକୁ ଯଦି ୪ ଦିନ କରାଯାଏ, ତାହେଲେ ବିସିସିଆଇକୁ ଅତିରିକ୍ତ ୫ ଦିନ ସମୟ ମିଳିବ, ଯାହାର ବ୍ୟବହାର ବୋର୍ଡ କରିପାରିବ । ତେବେ ବିସିସିଆଇ ଇସିବି ସହ ଆନୁଷ୍ଠାନିକ ଭାବେ ଏ ନେଇ କୌଣସି ଆଲୋଚନା କରିନାହିଁ ।

ଯଦି ଦୁଇଟି ଯାକ ଟେଷ୍ଟ ଭିତରେ ବ୍ୟବଧାନ କମ୍ କରାନଯାଏ, ତାହେଲେ ବୋର୍ଡକୁ ସେହି ୩୦ ଦିନ ଭିତରେ ହିଁ ଭାରତୀୟ ଟିମ୍ ଓ ଇଂଲିଶ କ୍ରିକେଟରଙ୍କୁ ୟୁକେରୁ ୟୁଏଇ ଆଣି ଦିନକ ପାଇଁ ଅଲଗା ରଖିବାକୁ ପଡ଼ିବ । ଏହାସହ ନକଆଉଟ୍ ପର୍ଯ୍ୟାୟ ପାଇଁ ପାଞ୍ଚ ଦିନ ଅଲଗା ରଖିବାକୁ ପଡ଼ିବ। ଏହାଦ୍ୱାରା ବିସିସିଆଇ ପାଖରେ ୨୭ ମ୍ୟାଚ୍ ପୂରଣ କରିବାକୁ ମାତ୍ର ୨୪ ଦିନ ବଞ୍ଚିବ। ଏହି ୱିଣ୍ଡୋ ଦ୍ୱାରା ମୋଟ ୮ଟି ଶନିବାର ଓ ରବିବାର ରହିବ। ଯାହାର ଅର୍ଥ ସପ୍ତାହନ୍ତରେ ଡବଲ୍‌୍ ହେଡର୍ ଜରିଆରେ ୧୬ ମ୍ୟାଚ୍ ଆୟୋଜନ ହୋଇପାରିବ।

ଏହା ପରେ ବିସିସିଆଇକୁ ୧୯ ଦିନରେ ମାତ୍ର ୧୧ ମ୍ୟାଚ୍ କରାଇବାକୁ ପଡ଼ିବ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇପିଏଲ୍ ସବୁ ଖେଳାଳିଙ୍କ ଭଲ ପ୍ରାକ୍ଟିସର ପ୍ଲାଟଫର୍ମ ହୋଇପାରେ ବୋଲି ବିସିସିଆଇ ନିଶ୍ଚୟ ଚିନ୍ତା କରୁଥିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story