ନୂଆ ନିୟମ ସହ ଖେଳା ଯିବ ୨୦୨୩ ଆଇପିଏଲ

ମୁମ୍ବାଇ: ନୂଆ ନିୟମ ସହ ୨୦୨୩ରେ ଖେଳାଯିବ ଆଇପିଏଲ। ଟାଟିକାଲ ସବଷ୍ଟିଚ୍ୟୁଟ ବା ବଦଳ ଖେଳାଳି ନିୟମକୁ ପ୍ରଥମଥର ପାଇଁ ଆଇପିଏଲରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଟାଟିକାଲ ସବଷ୍ଟିଚ୍ୟୁଟ ନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନି। କିନ୍ତୁ ବିସିସିଆଇ ପରୀକ୍ଷାମୂଳକ ଭାବେ ଏହି ନିୟମକୁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ କରୁଥିଲା। ଏବେ ଆଇପିଏଲର ୨୦୨୩ ସଂସ୍କରଣରେ ମଧ୍ୟ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଇଛି। ଆଇପିଏଲ ପକ୍ଷରୁ […]

IPL

  • Published: Saturday, 03 December 2022
  • , Updated: 03 December 2022, 09:54 AM IST

ମୁମ୍ବାଇ: ନୂଆ ନିୟମ ସହ ୨୦୨୩ରେ ଖେଳାଯିବ ଆଇପିଏଲ। ଟାଟିକାଲ ସବଷ୍ଟିଚ୍ୟୁଟ ବା ବଦଳ ଖେଳାଳି ନିୟମକୁ ପ୍ରଥମଥର ପାଇଁ ଆଇପିଏଲରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଟାଟିକାଲ ସବଷ୍ଟିଚ୍ୟୁଟ ନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନି। କିନ୍ତୁ ବିସିସିଆଇ ପରୀକ୍ଷାମୂଳକ ଭାବେ ଏହି ନିୟମକୁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ କରୁଥିଲା। ଏବେ ଆଇପିଏଲର ୨୦୨୩ ସଂସ୍କରଣରେ ମଧ୍ୟ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଇଛି।

ଆଇପିଏଲ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ ୨୦୨୩ ସଂସ୍କରଣ ଠାରୁ ଗୋଟିଏ ଟାଟିକାଲ/ଷ୍ଟ୍ରାଟେଜିକ କନସେପଟ ଲାଗୁ କରାଯିବ। ଏହି ନିୟମ ଅନୁସାରେ ପ୍ରତି ଟିମ ପାଇଁ ଜଣେ ବଦଳ ଖେଳାଳି ରହିବ। ଏହି ଖେଳାଳି ଜଣଙ୍କ ମ୍ୟାଚ୍‌ରେ ସକ୍ରିୟ ଭୂମିକା ନେଇପାରିବେ। ଏ ସମ୍ପର୍କରେ ବିସ୍ତୃତ ନିୟମ ଖୁବଶୀଘ୍ର ଜାରି ହେବ।”

ଅନ୍ୟପକ୍ଷରେ ଏହି ନିୟମ କେମିତି ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଯେଉଁ ନିୟମ ଥିଲା ସମ୍ଭବତଃ ତଦ୍‌ନୁଯାୟୀ ଆଇପିଏଲରେ ବ୍ୟବସ୍ଥା କରାଯିବ। ଯଦି ସେହିପରି କିଛି ହୁଏ, ତା’ହେଲେ ଏହା ନିଶ୍ଚିତ ଭାବେ ଦଳଗୁଡ଼ିକୁ ଫାଇଦା ଦେବ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଟସ୍‌ ବେଳେ ଦଳଗୁଡ଼ିକ ସେମାନଙ୍କ ଚୂଡ଼ାନ୍ତ ଏକାଦଶ ବ୍ୟତୀତ ୪ ଜଣଙ୍କୁ ବଦଳ ଖେଳାଳି ଭାବେ ସଂରକ୍ଷିତ କରି ରଖୁଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାଟ ଖେଳାଳି ଭାବେ ବ୍ୟବହାର କରୁଥିଲେ। ଏହି ଇମ୍ପାକ୍ଟ ଖେଳାଳି ଜଣଙ୍କ ୧୪ ଓଭର ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ଥିବା ଯେକୌଣସି ଖେଳାଳିଙ୍କ ବଦଳରେ ମୈଦନାନକୁ ଓହ୍ଲାଇ ପାରିବେ। ଏଥିସହ ତାଙ୍କୁ ସଂପୂର୍ଣ୍ଣ ଭାବେ ବ୍ୟାଟିଂ କିମ୍ବା ବୋଲିଂ କରିପାରିବାର ସୁଯୋଗ ମିଳିବ।


ଇମ୍ପାକ୍ଟ ଖେଳାଳି ଜଣଙ୍କ ଆଉଟ ହୋଇଥିବା ବ୍ୟାଟରଙ୍କ ସ୍ଥାନ ନେଇପାରିବେ ଓ ସେ ମଧ୍ୟ ବ୍ୟାଟିଂ କରିପାରିବେ କିମ୍ବା ଇମ୍ପାକ୍ଟ ଖେଳାଳି ଜଣଙ୍କ ମଧ୍ୟ କିଛି ଓଭର ବୋଲିଂ କରିଥିବା ବୋଲରଙ୍କ ସ୍ଥାନ ନେଇ ନିଜର ଫୁଲ ଓଭର କୋଟା ଶେଷ କରିପାରିବେ।

ଇମ୍ପାକ୍ଟ ଖେଳାଳି ନିୟମ ଅନ୍ୟ ବଦଳ ଖେଳାଳି ନିୟମ ଠାରୁ ଭିନ୍ନ। ପୂର୍ବରୁ ୨୦୦୫ ଓ ୨୦୦୬ରେ ସୁପରସବ ସିଷ୍ଟମ ଦିନିକିଆରେ ଲାଗୁ ହୋଇଥିଲା। ଏହି ନିୟମ ଅନୁସାରେ ଜଣେ ଖେଳାଳିଙ୍କ ବଦଳରେ ଆଉ ଜଣେ ଖେଳାଳିଙ୍କୁ ସୁଯୋଗ ମିଳୁଥିଲା।

ଏହାର ଅର୍ଥ ଯଦି ଜଣେ ବ୍ୟାଟର ଆଉଟ ହେବା ପରେ ସୁପରସବ ବ୍ୟବସ୍ଥା କୌଣସି ଟିମ ଆପଣାଇବ, ତା’ହେଲେ ବଦଳ ଖେଳାଳି ଆଉ ବ୍ୟାଟିଂ କରିପାରୁ ନଥିଲେ। ବୋଲରଙ୍କ ବଦଳରେ ସ୍ଥାନ ପାଉଥିବା ଖେଳାଳି କେବଳ ବଳକା ଓଭର ହିଁ ବୋଲିଂ କରିବାର ସୁଯୋଗ ପାଉଥିଲେ। ହେଲେ ଆଇପିଏଲରେ ସେଭଳି ନ କରି ନୂଆ ନିୟମ ଲାଗୁ କରାଯିବ।

Related story