ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଡେଜା ଓ ରୋହିତଙ୍କ ଜଲୱା, ପଛରେ ପଡ଼ିଲେ ଷ୍ଟୋକ୍ସ

ଦୁବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଦୁଇ ଭାରତୀୟ ତାରକା ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମାଙ୍କ ଜଲୱା ଦେଖିବାକୁ ମିଳିଛି। ଆଇସିସି ଟେଷ୍ଟ ରାଙ୍ଗିରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଜାଡେଜା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛନ୍ତି। ଜାଡେଜାଙ୍କ ପାଖରେ ୩୮୬ ପଏଣ୍ଟ ଥିବା ବେଳେ ଷ୍ଟୋକ୍ସ ୩୮୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବଭଳି […]

Jadeja

Jadeja

Hemant Lenka
  • Published: Wednesday, 09 June 2021
  • Updated: 09 June 2021, 09:04 PM IST

Sports

Latest News

ଦୁବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଦୁଇ ଭାରତୀୟ ତାରକା ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମାଙ୍କ ଜଲୱା ଦେଖିବାକୁ ମିଳିଛି। ଆଇସିସି ଟେଷ୍ଟ ରାଙ୍ଗିରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଜାଡେଜା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛନ୍ତି। ଜାଡେଜାଙ୍କ ପାଖରେ ୩୮୬ ପଏଣ୍ଟ ଥିବା ବେଳେ ଷ୍ଟୋକ୍ସ ୩୮୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବଭଳି ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୪୨୩ ରହିଛି।

ବର୍ତ୍ତମାନ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜ୍‌ରେ ଆହତ ଯୋଗୁ ବେନ ଷ୍ଟୋକ୍ସ ଖେଳୁ ନାହାନ୍ତି। ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ। ଏଥିରେ ଜାଡେଜା ନିଜର ଦବଦବା ଦେଖାଇବାକୁ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି।

ଜାଡେଜା ଚଳିତ ବର୍ଷ ଆରମ୍ଭରୁ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଆହତ ଯୋଗୁ ସେ ଇଂଲଣ୍ତ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ ଖେଳିପାରି ନଥିଲେ। ତାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଥିଲା। ସେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ।

ଆମେ ଯଦି ଅଲରାଉଣ୍ଡର ତାଲିକା ଦେଖିବା, ତା’ହେଲେ ରବିଚନ୍ଦ୍ରନ ଅଶ୍ୱିନ ୪ନଂ ସ୍ଥାନରେ ରହିଛି। ୫ମରେ ସାକିବ ଅଲ ହାସନ, ୬ରେ କାୟେଲ ଜାମିସନ, ୭ମରେ ମିଚେଲ ଷ୍ଟାର୍କ, ୮ମରେ ପ୍ୟାଟ କମିନ୍ସ, ୯ମରେ କଲିନ ଡିଗ୍ରାଣ୍ଡହୋମ ଓ ୧୦ରେ କ୍ରସ ୱକ୍ସ ଅଛନ୍ତି।

ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପୂର୍ବରୁ ତାଲିକାର ୮ନଂରେ ଥିବା ରୋହିତ ଏମେ ୭ମରେ ପହଞ୍ଚି ଯାଇଛନ୍ତି। ସେ ୪୪୭ ପଏଣ୍ଟ ସହ ୭ମ ଓ ଋଷଭ ପନ୍ତ ସମାନ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡର ହେନରୀ ନିକୋଲ୍ସ ଗୋଟିଏ ସ୍ଥାନ ତଳକୁ ଖସି ୮ମରେ ଅଛନ୍ତି। ଟପ୍‌ ଟେନ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ରହିଛନ୍ତି। ସେ ୮୧୪ ପଏଣ୍ଟ ସହ ୫ମ ସ୍ଥାନରେ ଅଛନ୍ତି। ପୂର୍ବଭଳି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ୧ନଂରେ ଥିବା ବେଳେ ଷ୍ଟିଭ ସ୍ମିଥ ୨ନଂରେ ଓ ମାର୍ନସ ଲାବୁଶେନ ୩ନଂରେ ରହିଛନ୍ତି।

ବୋଲିଂ ରାଙ୍କିଙ୍ଗ କଥା ଦେଖିଲେ ଟପ୍‌ ୧୦ରେ ଏକମାତ୍ର ଭାରତୀୟ ବୋଲର ଭାବେ ରବି ଅଶ୍ୱିନ ରହିଛନ୍ତି। ସେ ତାଲିକାର ୨ନଂ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୧ନଂରେ ଅଛନ୍ତି। ଟିମ ସାଉଦି ରାଙ୍କିଙ୍ଗରେ ୩ଟି ସ୍ଥାନ ଉପରକୁ ଉଠି ୩ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos