ଆଇସିସି ରାଙ୍କିଙ୍ଗ: ବୁମ୍ରା ବିଶ୍ୱର ୧ନଂ ବୋଲର, ପ୍ରଥମଥର ଟପ୍‌ ୫ରେ ସୂର୍ଯ୍ୟ କୁମାର ଯାଦବ

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଘାତକ ବୋଲିଂ କରିଥିବା ଯଶପ୍ରୀତ ବୁମ୍ରା ଏବେ ବଡ଼ ସଫଳତା ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ୱିକେଟ ନେଇଥିଲେ। ଏହି ସଫଳତା ପରେ ବୁମ୍ରା ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅର୍ଥାତ ଦିନିକିଆରେ ବୁମ୍ରା ବର୍ତ୍ତମାନ ବିଶ୍ୱର ୧ନଂ ବୋଲର। ଇଂଲଣ୍ଡ ବିପକ୍ଷ ଦିନିକିଆ ପୂର୍ବରୁ ବୁମ୍ରା ୪ର୍ଥ ସ୍ଥାନରେ ଥିଲେ। ଏବେ ସେ ୩ଟି ସ୍ଥାନ ଉପରକୁ […]

Bumhra

Hemant Lenka
  • Published: Wednesday, 13 July 2022
  • , Updated: 13 July 2022, 07:11 PM IST

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଘାତକ ବୋଲିଂ କରିଥିବା ଯଶପ୍ରୀତ ବୁମ୍ରା ଏବେ ବଡ଼ ସଫଳତା ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ୱିକେଟ ନେଇଥିଲେ। ଏହି ସଫଳତା ପରେ ବୁମ୍ରା ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅର୍ଥାତ ଦିନିକିଆରେ ବୁମ୍ରା ବର୍ତ୍ତମାନ ବିଶ୍ୱର ୧ନଂ ବୋଲର।

ଇଂଲଣ୍ଡ ବିପକ୍ଷ ଦିନିକିଆ ପୂର୍ବରୁ ବୁମ୍ରା ୪ର୍ଥ ସ୍ଥାନରେ ଥିଲେ। ଏବେ ସେ ୩ଟି ସ୍ଥାନ ଉପରକୁ ଉଠି ୧ନଂ ସ୍ଥାନ ଦଖଲ କରିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୭୧୮ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଗୋଟିଏ ସ୍ଥାନ ତଳକୁ ଖସି ୨ୟ ଓ ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥରେ ଜୋଶ ହେଜେଲଉଡ, ୫ମରେ ଆଫଗାନିସ୍ତାନର ମୁଜିବ ଉର ରେହମାନ, ୬ଷ୍ଠରେ ବାଂଲାଦେଶର ମେହିଦି ହାସନ, ୭ମରେ ଇଂଲଣ୍ଡର କ୍ରିସ ୱକ୍ସ, ୮ମରେ ମ୍ୟାଟ ହେନରୀ, ୯ମରେ ମହମ୍ମଦ ନାବି ଓ ୧୦ମରେ ରଶିଦ ଖାନ ରହିଛନ୍ତି। ଦିନିକିଆ ବୋଲିଂ ରାଙ୍କିଙ୍ଗର ଟପ୍ ୧୦ରେ ବୁମ୍ରା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଶତକୀୟ ଇନିଂସ ଖେଳିଥିବା ସୂର୍ଯ୍ୟ କୁମାର ଯାଦବ ପ୍ରଥମଥର ପାଇଁ ଟି-୨୦ ବ୍ୟାଟିଂ ତାଲିକାର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ସେ ୪୪ଟି ସ୍ଥାନ ଅତିକ୍ରମ କରି ରାଙ୍କିଙ୍ଗର ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟତୀତ ଟି-୨୦ର ଟପ୍‌ ୧୦ ବ୍ୟାଟର ତାଲିକାରେ ଆଉ କୌଣସି ଭାରତୀୟ ନାହାନ୍ତି। ଯାଦବଙ୍କ ପଛକୁ ଈଶାନ କିଶନ ୧୨ତମ ସ୍ଥାନରେ ରହିଛନ୍ତି। ପୂର୍ବଭଳି ତାଲିକାର ୧ନଂ ସ୍ଥାନରେ ପାକିସ୍ତାନର ବାବର ଆଜମ, ଦ୍ୱିତୀୟରେ ମହମ୍ମଦ ରିଜୱାନ ଓ ତୃତୀୟରେ ଦକ୍ଷିଣ ଆଫ୍ରିକାର ଆଡେନ ମାର୍କମ ଅଛନ୍ତି।

Related story