ଦିନିକିଆରେ ବିଶ୍ୱ ରେକର୍ଡ କଲେ ଈଶାନ କିଶନ, ମାରିଲେ ଦ୍ୱିଶତକ

ଢାକା: ବିଶ୍ୱ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଈଶାନ କିଶନ। ସେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିତଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମାଙ୍କ ପରେ ଈଶାନ କିଶନ ୪ର୍ଥ ଭାରତୀୟ ଭାବେ ଦିନିକିଆରେ ଡବଲ ଟନ୍‌ ହାସଲ କରିଛନ୍ତି। ସେ ମାତ୍ର ୧୨୬ ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ […]

Ishan

  • Published: Saturday, 10 December 2022
  • , Updated: 10 December 2022, 02:28 PM IST

ଢାକା: ବିଶ୍ୱ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଈଶାନ କିଶନ। ସେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିତଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମାଙ୍କ ପରେ ଈଶାନ କିଶନ ୪ର୍ଥ ଭାରତୀୟ ଭାବେ ଦିନିକିଆରେ ଡବଲ ଟନ୍‌ ହାସଲ କରିଛନ୍ତି।

ସେ ମାତ୍ର ୧୨୬ ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି।

୨୦୧୫ରେ କ୍ରିସ ଗେଲ ଜିମ୍ବାୱେ ବିପକ୍ଷ ୨୦୧୫ ବିଶ୍ୱକପରେ ମାତ୍ର ୧୩୮ ବଲରେ ଦୁଇ ଶତକ ହାସଲ କରିଥିଲେ। ଏଯାଏ ତାଙ୍କ ରେକର୍ଡକୁ କେହି ବି କାଟି ମାରି ନଥିଲେ। କିନ୍ତୁ ଆଜି ଈଶାନ କିଶନ ଏହାକୁ ଭାଙ୍ଗି ଦେଇଛନ୍ତି।

ରୋହିତ ଶର୍ମା ଆହତ ହେବାରୁ ଈଶାନ କିଶନଙ୍କୁ ଆଜି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ସୁଯୋଗ ମିଳିଥିଲା। ସେ ଆରମ୍ଭରୁ ହିଁ ଆଟାକିଂ ଶଟ୍‌ ଖେଳି ପ୍ରଥମେ ୮୫ ବଲରେ ନିଜର ଶତକ ହାସଲ କରିଥିଲେ। ଏହାପରେ ୧୨୬ ବଲରେ ନିଜର ଦୁଇ ଶତକ ହାସଲ କରିଛନ୍ତି।

ଦୁଇ ଶତକ ହାସଲ କରିବା ପରେ ସେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଟସ୍କିନ ଅହମଦ ବଲରେ ଆଉଟ ହୋଇଛନ୍ତି। ଈଶାନ କିଶନ ୧୩୧ ବଲରେ ୨୧୦ ରନ କରିଛନ୍ତି। ଏହି ଇନିଂସରେ ୧୦ଟି ବିଶାଳ ଛକା ଓ ୨୪ଟି ଚୌକା ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୬୦.୩ ରହିଛି।

Related story