କୋଲକାତାକୁ ୧୫୩ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ: କର ବା ମର ମ୍ୟାଚ୍‌ରେ ୧୫୩ ରନ୍‌ର ଟାର୍ଗେଟ ପାଇଛି କୋଲକାତା ନାଇଟ ରାଇଡର୍ସ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମାସନଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ ହରାଇ ୧୫୨ ରନ୍‌ କରିଛି। ସାମସନ ୫୪ ରନ୍‌ ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଶିମରନ ହେଟମେୟର ବିସ୍ଫୋରକ ୨୭ ରନ୍‌ କରିଛନ୍ତି। କୋଲାକାତା ଲଗାତର ୫ଟି ମ୍ୟାଚ୍‌ ହାରିଥିଲେ ମଧ୍ୟ ଆଜି ମୁମ୍ବାଇର ୱାଙ୍ଖଡେରେ ଭଲ ଷ୍ଟାର୍ଟ […]

RR

RR

Hemant Lenka
  • Published: Monday, 02 May 2022
  • Updated: 02 May 2022, 09:26 PM IST

Sports

Latest News

ମୁମ୍ବାଇ: କର ବା ମର ମ୍ୟାଚ୍‌ରେ ୧୫୩ ରନ୍‌ର ଟାର୍ଗେଟ ପାଇଛି କୋଲକାତା ନାଇଟ ରାଇଡର୍ସ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମାସନଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ ହରାଇ ୧୫୨ ରନ୍‌ କରିଛି। ସାମସନ ୫୪ ରନ୍‌ ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଶିମରନ ହେଟମେୟର ବିସ୍ଫୋରକ ୨୭ ରନ୍‌ କରିଛନ୍ତି।

କୋଲାକାତା ଲଗାତର ୫ଟି ମ୍ୟାଚ୍‌ ହାରିଥିଲେ ମଧ୍ୟ ଆଜି ମୁମ୍ବାଇର ୱାଙ୍ଖଡେରେ ଭଲ ଷ୍ଟାର୍ଟ କରିଥିଲା। ୩ୟ ଓଭର୍‌ରେ ହିଁ ଉମେଶ ଯାଦବ ମାତ୍ର ୨ ରନ୍‌ କରିଥିବା ଦେବଦତ୍ତ ପାଡିକ୍କଲଙ୍କୁ ଆଉଟ କରିଥିଲେ। ଇନଫର୍ମ ଜୋଶ ବଟଲର ଓ ସାମସନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ବଟଲର ୨୨ ରନ୍‌ କରିଥିବା ବେଳେ ତାଙ୍କୁ ଟିମ୍‌ ସାଉଦି ବାଉଣ୍ଡରୀ ପାଖରେ ଆଉଟ କରି ରାଜସ୍ଥାନକୁ ସବୁ ଠାରୁ ବଡ଼ ଝଟକା ଦେଇଥିଲେ।

କରୁଣ ନାଏର ୧୩ ଓ ରିୟାନ ପରାଗ ୧୯ ବେଶୀ କିଛି ପାରି ନଥିଲେ। ନାଏରଙ୍କୁ ଅଙ୍କୁଲ ରୟ ଓ ପରାଗଙ୍କୁ ସାଉଦି ପ୍ୟାଭିଲିୟନ ପଠାଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସାମସନ ଦମଦାର ବ୍ୟାଟିଂ କରି ଚାଲିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୪ ରନ୍‌ କରିଥିଲେ ମଧ୍ୟ ୪୯ ବଲର ସମ୍ମୁଖୀନ ହୋଇଛନ୍ତି। ଦଳୀୟ ସ୍କୋର ୧୧୫ ଥିବା ବେଳେ ଶିବମ ମାଭିଙ୍କ ବଲରେ ବଡ଼ ଶଟ ଖେଳିବା ଲୋଭରେ ସାମସନ ଆଉଟ ହୋଇଥିଲେ।

ଏହି ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଶେଷ ଭାଗରେ ଶିମରନ ହେଟମେୟର ୧୩ ବଲରେ ଅପରାଜିତ ୨୭ ଓ ରବି ଅଶ୍ୱିନ ୫ ବଲରେ ୬ ରନ୍‌ କରିବାରୁ ରାଜସ୍ଥାନ ୧୫୨ରେ ପହଞ୍ଚିବାକୁ ସକ୍ଷମ ହୋଇଛି। ହେଟମେୟର ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ୨ଟି ଛକା ମାରିଛନ୍ତି।

କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ, ଅଙ୍କୁଲ ରୟ ଓ ମାଭି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। କୋଲକାତା ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ। କାରଣ ଆଜି ମ୍ୟାଚ୍‌ ହାରିଲେ କୋଲକାତାର ପ୍ଲେ ଅଫର ଆଶା ଏକ ପ୍ରକାରର ମଉଳି ଯିବ। କୋଲକାତାର ଆନ୍ଦ୍ରେ ରସେଲ ମଧ୍ୟ ସମାନ କଥା କହିଛନ୍ତି। ଟୁର୍ଣ୍ଣାମେଣ୍ଟର ବାକି ୫ଟି ଯାକ ମ୍ୟାଚ୍‌ ତାଙ୍କ ଦଳ ପାଇଁ ଫାଇନାଲ ସଦୃଶ ବୋଲି ରସେଲ ମ୍ୟାଚ୍‌ ପୂର୍ବରୁ କହିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story