ରୋହିତ, ଦୀପକ ଓ ସେନ ବାଦ ପଡ଼ିଲେ, ଫେରିଲେ କୁଲଦୀପ ଯାଦବ

ଢାକା: ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ ଇଣ୍ଡିଆ ବାଂଲାଦେଶ ଠାରୁ ଦିନିକିଆ ସିରିଜ୍‌ ହାରି ସାରିଛି। ଏବେ ତୃତୀୟ ଦିନିକିଆ ପୂର୍ବରୁ ସଂଶୋଧିତ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିଲେ। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଏହି ୩ ଖେଳାଳି ବାଂଲାଦେଶ […]

kuldeep

  • Published: Friday, 09 December 2022
  • , Updated: 09 December 2022, 07:57 PM IST

ଢାକା: ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ ଇଣ୍ଡିଆ ବାଂଲାଦେଶ ଠାରୁ ଦିନିକିଆ ସିରିଜ୍‌ ହାରି ସାରିଛି। ଏବେ ତୃତୀୟ ଦିନିକିଆ ପୂର୍ବରୁ ସଂଶୋଧିତ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିଲେ।

ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଏହି ୩ ଖେଳାଳି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ପଡ଼ିଛନ୍ତି।

ବିସିସିଆଇ କେଏଲ ରାହୁଲଙ୍କୁ ଅଧିନାୟକ ଘୋଷଣା କରିଥିବା ବେଳେ ବାମହାତୀ ସ୍ପିନର କୁଲଦୀପ ଯାଦବ ଦିନିକିଆ ସ୍କ୍ୱାଡକୁ ଫେରିଛନ୍ତି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରେ କୁଲଦୀପ ଭାରତୀୟ ସ୍କ୍ୱାଡରେ ରହିଥିଲେ। କିନ୍ତୁ ତାଙ୍କୁ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳି ନଥିଲା।

କୁଲଦୀପ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ଥିଲେ। ସେ ଟେଷ୍ଟ ପାଇଁ ବାଂଲାଦେଶ ଗସ୍ତରେ ଯାଇଥାଆନ୍ତେ। କିନ୍ତୁ ଏବେ ତାଙ୍କୁ ଦିନିକିଆ ସ୍କ୍ୱାଡରେ ବି ଯୋଗ ଦେବାକୁ କୁହାଯାଇଛି। ତେଣୁ ସେ ଆଜି ହିଁ ଦଳ ସହ ସାମିଲ ହୋଇଛନ୍ତି। ତୃତୀୟ ଦିନିକିଆ ଆସନ୍ତାକାଲି ଦିନ ୧୧.୩୦ରେ ଖେଳାଯିବ।

ଅନ୍ୟପକ୍ଷରେ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ ମଧ୍ୟ ଖେଳି ନ ପାରନ୍ତି। ଏ ସମ୍ପର୍କରେ ବିସିସିଆଇ ପରବର୍ତ୍ତୀ ଅବସ୍ଥାରେ ଘୋଷଣା କରିବ ବୋଲି କହିଛି।

ବିସିସିଆଇ କହିଛି ଯେ ରୋହିତ ଦ୍ୱିତୀୟ ଦିନିକିଆର ଦ୍ୱିତୀୟ ଓଭରରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ବୁଢ଼ା ଅଙ୍ଗୁଳିରେ ଆଘାତ ଲାଗିଛି। ମେଡିକାଲ ଟିମ ଏହା ଉପରେ ନଜର ରଖିଛନ୍ତି। ଢାକା ମେଡିକାଲରେ ସ୍କାନ ପରେ ସେ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାକୁ ମୁମ୍ବାଇ ଯାଇଛନ୍ତି। ତେଣୁ ସେ ତୃତୀୟ ଦିନିକିଆରେ ଉପଲବ୍ଧ ହେବନି।”

ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ପାଇଁ ଭାରତୀୟ ସ୍କ୍ୱାଡ: କେଏଲ ରାହୁଲ(ଅଧିନାୟକ), ଶିଖର ଧୱନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଈଶାନ କିଶନ, ଶାହବାଜ ଅହମଦ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ କୁଲଦୀପ ଯାଦବ।

Related story