ଭାରତ-ଇଂଲଣ୍ଡ ମ୍ୟାଚରେ କିଏ କରିବେ ଅମ୍ପାୟାରିଂ?

ଆଡିଲେଡ: ଭାରତ ଓ ଇଂଲଣ୍ଡ ଚଳିତ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ହେବେ। ଆସନ୍ତା ଗୁରୁବାର ଆଡିଲେଡ ଓଭାଲରେ ଏହି ଲଢ଼େଇ ହେବ। ଚଳିତ ବିଶ୍ୱକପରେ ଅମ୍ପାୟାରିଂକୁ ନେଇ ନାନା ବିବାଦ ସୃଷ୍ଟି ହେଇଥିବାରୁ ସେମି ଫାଇନାଲରେ କେଉଁମାନେ ଅମ୍ପାୟାରିଂ ଦାୟିତ୍ୱ ତୁଲାଇବେ, ସେମାନଙ୍କ ତାଲିକା ଆଜି ଆଇସିସି ପକ୍ଷରୁ ରିଲିଜ କରାଯାଇଛି। ବୁଧବାର ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ଭାରତ […]

Team-India

  • Published: Monday, 07 November 2022
  • , Updated: 07 November 2022, 05:51 PM IST

ଆଡିଲେଡ: ଭାରତ ଓ ଇଂଲଣ୍ଡ ଚଳିତ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ହେବେ। ଆସନ୍ତା ଗୁରୁବାର ଆଡିଲେଡ ଓଭାଲରେ ଏହି ଲଢ଼େଇ ହେବ। ଚଳିତ ବିଶ୍ୱକପରେ ଅମ୍ପାୟାରିଂକୁ ନେଇ ନାନା ବିବାଦ ସୃଷ୍ଟି ହେଇଥିବାରୁ ସେମି ଫାଇନାଲରେ କେଉଁମାନେ ଅମ୍ପାୟାରିଂ ଦାୟିତ୍ୱ ତୁଲାଇବେ, ସେମାନଙ୍କ ତାଲିକା ଆଜି ଆଇସିସି ପକ୍ଷରୁ ରିଲିଜ କରାଯାଇଛି।

ବୁଧବାର ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଗୁରୁବାର ଦ୍ୱିତୀୟ ସେମି ଫାଇନାଲରେ ଭାରତ ଓ ଇଂଲଣ୍ଡ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବେ।

ଗୁରୁବାର ଭାରତ ଓ ଇଂଲଣ୍ଡ ମ୍ୟାଚରେ କୁମାର ଧର୍ମସେନା ଓ ପଲ ରେଇଫେଲ ଫିଲ୍ଡ ଅମ୍ପାୟାର ଦାୟିତ୍ୱରେ ରହିବେ। ଆଇସିସି ପକ୍ଷରୁ ଉଭୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଧର୍ମସେନା ଓ ପଲ ଫିଲ୍ଡ ଅମ୍ପାୟାର ଭାବେ ନିଯୁକ୍ତ ପାଇଥିବା ବେଳେ ଆଡିଲେଡ ଓଭାଲରେ ଡାଭିଡ ବୁନ ମ୍ୟାଚ୍‌ ରେଫରୀ ରହିବେ। କ୍ରିସ ଗାଫାନୀ ତୃତୀୟ ଅମ୍ପାୟାର ଓ ରଡ ଟକର ୪ର୍ଥ ଅମ୍ପାୟାର ଭାବେ ଭାରତ ଓ ଇଂଲଣ୍ଡ ସେମି ଫାଇନାଲ ମ୍ୟାଚ୍‌କୁ ପରିଚାଳନା କରିବେ।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ପାଇଁ ମଧ୍ୟ ଆଇସିସି ଅଫିସିଆଲଙ୍କ ନାଁ ଘୋଷଣା କରିଛି। ଏହି ମ୍ୟାଚରେ ମାରାଇସ ଏରାସମସ ଓ ରିଚାର୍ଡ ଇଲିଂୱର୍ଥ ଫିଲ୍ଡ ଅମ୍ପାୟାର ଦାୟିତ୍ୱରେ ରହିବେ। କ୍ରିସ ବ୍ରଡ ମ୍ୟାଚ ରେଫରୀ, ରିଚାର୍ଡ କେଟ୍ଟେଲବର୍ଗ ତୃତୀୟ ଅମ୍ପାୟାର ଓ ମାଇକେଲ ଗଫ ୪ର୍ଥ ଅମ୍ପାୟାର ଭାବେ କାର୍ଯ୍ୟ କରିବେ।

Related story