କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା

ନୂଆଦିଲ୍ଲୀ: ଶ୍ରୀଲଙ୍କାର କିମ୍ବଦନ୍ତୀ ପେସ୍ ବୋଲର ଲାସିଥ ମାଲିଙ୍ଗା ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ମାଲିଙ୍ଗାଙ୍କର ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଗୁଡବାଏ କରିସାରିଥିବା ମାଲିଙ୍ଗା ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ଏହି ପେସର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ତିନୋଟି ଯାକ ଫର୍ମାଟରେ ୩୦ ଟେଷ୍ଟ, ୨୨୬ ଦିନିକିଆ […]

lasith-malinga

lasith-malinga

Ranjit Kumar Jena
  • Published: Tuesday, 14 September 2021
  • Updated: 14 September 2021, 06:49 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର କିମ୍ବଦନ୍ତୀ ପେସ୍ ବୋଲର ଲାସିଥ ମାଲିଙ୍ଗା ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ମାଲିଙ୍ଗାଙ୍କର ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଗୁଡବାଏ କରିସାରିଥିବା ମାଲିଙ୍ଗା ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ଏହି ପେସର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ତିନୋଟି ଯାକ ଫର୍ମାଟରେ ୩୦ ଟେଷ୍ଟ, ୨୨୬ ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ଟେଷ୍ଟରେ ୧୦୧ ୱିକେଟ୍, ଦିନିକିଆରେ ୩୩୮ ଏବଂ ଟି-୨୦ରେ ୧୦୭ ୱିକେଟ୍ ରହିଛି। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମାଲିଙ୍ଗା ଟପ୍ ୱିକେଟ୍ ଟେକର ବୋଲର ଅଛନ୍ତି।

ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଶେଆର୍ କରି ମାଲିଙ୍ଗା କହିଛନ୍ତି, ଗତ ୧୭ ବର୍ଷ ଧରି ମୁଁ ଯେଉଁ ଅଭିଜ୍ଞତା ହାସଲ କରିଛି, ତାହା ଏବେ ଆଉ ମଇଦାନରେ ଆବଶ୍ୟକ ନାହିଁ। କାରଣ ମୁଁ ସବୁ ଫର୍ମାଟରୁ ସନ୍ନ୍ୟାସ ନେବା ପାଇଁ ଟି-୨୦ କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛି। ଏବେ ମୋ ଜୋତା ଆରାମରେ କାମ କରିବେ। ହେଲେ କ୍ରିକେଟ୍ ପ୍ରତି ମୋର ଭଲପାଇବା କେବେବି ଆରାମ କରିପାରିବ ନାହିଁ।

https://twitter.com/ninety9sl/status/1437749176817774592?s=20

ମାଲିଙ୍ଗା କହିଛନ୍ତି, ମୁଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଓ ଟିମର ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମୋ ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟ୍ ଟିମ୍ ଓ ଏହାର ଟିମ୍ ସଦସ୍ୟ, ବିଶେଷକରି ଫ୍ରାଞ୍ଚାଇଜି ମାଲିକ ଓ ଅଫିସିଆଲ୍ସଙ୍କୁ ଧନ୍ୟବାଦ ଜଣାଉଛି। ଏହାଛଡ଼ା ମେଲମର୍ଣ୍ଣ ଷ୍ଟାର୍ସ, କେଣ୍ଟ କ୍ରିକେଟ୍ କ୍ଲବ୍, ରଙ୍ଗପୁର ରାଇଡର୍ସ, ଗାଏନା ୱାରିୟର୍ସ, ମରାଠା ଆରାବିଆନ୍ସ ଓ ମଣ୍ଟ୍ରିଲ୍ ଟାଇଗର୍ସକୁ ମଧ୍ୟ ସାଧୁବାଦ ଜଣାଉଛି। ଏହି ଟିମ୍ ପାଇଁ ଖେଳି ମୁଁ ଯେଉଁ ଅଭିଜ୍ଞତା ହାସଲ କରିଛି, ତାକୁ ଯୁବ କ୍ରିକେଟରଙ୍କ ସହ ବାଣ୍ଟିବାକୁ ଚାହେଁ।

ଟି-୨୦ କ୍ରିକେଟ୍ ଇତିହାସରେ ମାଲିଙ୍ଗା ଦୁନିଆର ଅନ୍ୟତମ ଶ୍ରେଷ୍ଠ ବୋଲର। ସେ ମାର୍ଚ୍ଚ, ୨୦୨୦ରେ ନିଜର ଶେଷ ଟି-୨୦ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଲେକଲରେ ଖେଳିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୨୨ ମ୍ୟାଚ୍ ଖେଳି ୧୭୭ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos