Advertisment

Asia Cup: ଏସିଆ କପ ଟ୍ରଫି ବିବାଦ: ଆହୁରି ତଳକୁ ଖସିଲେ ନକଭୀ, କର୍ମଚାରୀଙ୍କୁ ଦେଇଛନ୍ତି ଏମିତି ନିର୍ଦ୍ଦେଶ

କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ବିଜୟ ଟିମକୁ ଟ୍ରଫି ଦେବା ବଦଳରେ ନକଭୀ ଏହାକୁ ନିଜର ସମ୍ପତ୍ତି ଭଳି ହୋଟେଲକୁ ନେଇ ଯାଇଥିଲେ। ଏବେ ସେ ଟ୍ରଫିରେ ହାତ ନ ମାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Asia-Cup

ନକଭୀ

Advertisment

ଏସିଆ କପ(Asia Cup) ଟ୍ରଫି ଏଯାଏ ଚାମ୍ପିୟନ ଭାରତୀୟ ଟିମକୁ ମିଳିନାହିଁ। ସେପ୍ଟେମ୍ବର ୨୮ ଏସିଆ କପ ଫାଇନାଲରେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ଧୂଳି ଚଟାଇଥିଲା। କିନ୍ତୁ ଏସିସି ତଥା ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହଶିନ ନକଭୀଙ୍କ ଠାରୁ ବିଜୟୀ ଟ୍ରଫି ନେବାକୁ ମନା କରି ଦେଇଥିଲା।

Advertisment

ଏଥିରେ ଲୋକହସା ହୋଇ ନକଭୀ ଭାରତୀୟ ଟିମ ପାଇଁ ଟ୍ରଫି ଛାଡ଼ିବା ବଦଳରେ ଏହାକୁ ନିଜ ସହ ନେଇ ଯାଇଥିଲେ। ପ୍ରଥମେ ସେ ଟ୍ରଫିକୁ ନିଜର ହୋଟେଲ ଓ ପରେ ଦୁବାଇରେ ଥିବା ଏସିସି ଅଫିସରେ ରଖିଛନ୍ତି। କିନ୍ତୁ ଭାରତୀୟ ଟିମକୁ ଏଯାଏ ଟ୍ରଫି ଦିଆଯାଇ ନାହିଁ। 

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆହୁରି ନିମ୍ନ ମାନସିକତା ପ୍ରଦର୍ଶନ କରିଛନ୍ତି ନକଭୀ। ସେ ଏସିସି ମୁଖ୍ୟାଳୟରେ ଟ୍ରଫିକୁ ଏକପ୍ରକାରର ଲକ କରିଦେଇଛନ୍ତି। ଟ୍ରଫିକୁ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ସ୍ଥାନାନ୍ତର କିମ୍ବା କାହାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ ଏସିସିର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନକଭୀ ଏବେ ଏସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାରୁ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଉଛନ୍ତି।

Advertisment

ନକଭୀଙ୍କ ଘନିଷ୍ଠ ସୂତ୍ରରୁ ଜଣାପଡ଼ିଛି ଯେ “ଆଜିକା ଦିନରେ ଏସିଆ କପ ଟ୍ରଫି ଦୁବାଇର ଏସିସି ଅଫିସରେ ରହିଛି। ନକଭୀ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଅନୁମତି ବିନା ଟ୍ରଫିକୁ ସେ ରଖିଥିବା ସ୍ଥାନରୁ ସ୍ଥାନାନ୍ତର କିମ୍ବା କାହାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ। ତାଙ୍କ ଅନୁମତି ବିନା କିମ୍ବା ତାଙ୍କ ଅନୁପସ୍ଥତିରେ ଟ୍ରଫି ସମ୍ପର୍କରେ କେହି ବି ନିଷ୍ପତ୍ତି ନେଇ ପାରିବେ ନାହିଁ। ସେ ହିଁ ବ୍ୟକ୍ତିଗତ ଭାବେ ଟ୍ରଫିକୁ ଭାରତୀୟ ଟିମ କିମ୍ବା ବିସିସିଆଇକୁ ହସ୍ତାନ୍ତର କରିବେ। ତାଙ୍କ ଅନୁମତି ବିନା କେହି ବି ଟ୍ରଫିରେ ହାତ ଲଗାଇ ପାରିବେ ନାହିଁ ବୋଲି ନକଭୀ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି।” 

ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ଯୋଗୁ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚାଲିଛି। ଏସବୁ ଭିତରେ ଏସିଆ କପରେ ଦୁଇ ଦେଶ କ୍ରିକେଟ ଖେଳିଥିଲେ। କିନ୍ତୁ ଦୁଇ ଦଳ ପରସ୍ପର ସହ ହାତ ମିଳାଇ ନଥିଲେ। ପରସ୍ପରକୁ ରାଜନୀତିକ ଇଙ୍ଗିତ ଦ୍ୱାରା ମ୍ୟାଚ୍‌ ବେଳେ କଟାକ୍ଷ କରିଥିଲେ।

ନକଭୀ ମଧ୍ୟ ମ୍ୟାଚ୍‌ ବେଳେ ରାଜନୀତିକ ବୟାନ ଦେବାକୁ ପଛାଇ ନଥିଲେ। ଏଥିଯୋଗୁ ଫାଇନାଲ ଜିତିବା ପରେ ମଧ୍ୟ ତାଙ୍କ ହାତରୁ ଭାରତୀୟ ଟିମ ବିଜୟ ଟ୍ରଫି ଗ୍ରହଣ କରି ନଥିଲା। 

କ୍ରିକେଟ(Cricket) ଇତିହାସରେ ପ୍ରଥମଥର ପାଇଁ ବିଜୟ ଟିମକୁ ଟ୍ରଫି ଦେବା ବଦଳରେ ନକଭୀ ଏହାକୁ ନିଜର ସମ୍ପତ୍ତି ଭଳି ହୋଟେଲକୁ ନେଇ ଯାଇଥିଲେ। ଏବେ ସେ ଟ୍ରଫିରେ ହାତ ନ ମାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 

Cricket Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe