ଧୋନିଙ୍କୁ ମେଣ୍ଟର କରି ବଡ଼ ଭୁଲ୍ କରିଦେଲା ବିସିସିଆଇ! ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତୀୟ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଏହାର ୨୪ ଘଣ୍ଟା ଭିତରେ ଧୋନିଙ୍କ ନିଯୁକ୍ତିକୁ ନେଇ ବଡ଼ ବିବାଦ ଦେଖା ଦେଇଛି। ଧୋନିଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ବା ଦ୍ୱୈତ ଭୂମିକାର ଅଭିଯୋଗ ଆସିଛି। ବୋର୍ଡ ନିକଟରେ ଏହି ଅଭିଯୋଗ କରାଯାଇଛି। ଲୋଧା କମିଟି ସଂଶୋଧନ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇଟି ପଦବୀରେ ରହିପାରିବେ ନାହିଁ। ଅଭିଯୋଗକାରୀଙ୍କ କହିବା ଅନୁସାରେ ଧୋନି ଆଇପିଏଲ୍ […]

ms-dhoni

ms-dhoni

Ranjit Kumar Jena
  • Published: Thursday, 09 September 2021
  • Updated: 09 September 2021, 05:24 PM IST

Sports

Latest News

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତୀୟ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଏହାର ୨୪ ଘଣ୍ଟା ଭିତରେ ଧୋନିଙ୍କ ନିଯୁକ୍ତିକୁ ନେଇ ବଡ଼ ବିବାଦ ଦେଖା ଦେଇଛି। ଧୋନିଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ବା ଦ୍ୱୈତ ଭୂମିକାର ଅଭିଯୋଗ ଆସିଛି। ବୋର୍ଡ ନିକଟରେ ଏହି ଅଭିଯୋଗ କରାଯାଇଛି।

ଲୋଧା କମିଟି ସଂଶୋଧନ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇଟି ପଦବୀରେ ରହିପାରିବେ ନାହିଁ। ଅଭିଯୋଗକାରୀଙ୍କ କହିବା ଅନୁସାରେ ଧୋନି ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ଅଛନ୍ତି ଏବଂ ଏବେ ତାଙ୍କୁ ମେଣ୍ଟର କରାଯିବା ନିୟମର ଉଲ୍ଲଙ୍ଘନ ଅଟେ। ବିସିସିଆଇ ସମ୍ବିଧାନର ଧାରା ୩୮ (୪)ର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି।

ଧୋନିଙ୍କ ଏହି ନିଯୁକ୍ତିରେ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ)ର ପୂର୍ବତନ ଅଧିକାରୀ ସଞ୍ଜୀବ ଗୁପ୍ତା। ସଞ୍ଜୀବ ଗୁପ୍ତା ବିସିସିଆଇକୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ଧୋନିଙ୍କ ନିଯୁକ୍ତି କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ବା ଦ୍ୱୈତ ଭୂମିକା ମାମଲା ଅନ୍ତର୍ଗତ, ଯେଉଁଥିରେ ଜଣେ ବ୍ୟକ୍ତି ଏକାସାଙ୍ଗରେ ଦୁଇଟି ପଦବୀରେ ରହିପାରିବ ନାହିଁ। ସଞ୍ଜୀବ ଗୁପ୍ତା ଏହା ପୂର୍ବରୁ ମଧ୍ୟ କିଛି ଖେଳାଳି ଓ ବୋର୍ଡର ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିସାରିଛନ୍ତି। ଏହା ପୂର୍ବରୁ ରାହୁଲ୍ ଡ୍ରାଭିଡ୍ ଓ ସୌରଭ ଗାଙ୍ଗୁଲି ମଧ୍ୟ ଏଭଳି ବିବାଦର ସାମ୍ନା କରିସାରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ବିସିସିଆଇ ସମ୍ପାଦକ ଜୟ ଶାହ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଘୋଷଣା କରିଥିଲେ। ଏହି ଅବସରରେ ସେ ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଟିମର ମେଣ୍ଟର ଭାବେ ଧୋନିଙ୍କୁ ନିଯୁକ୍ତ କରିଥିଲେ। ଭାରତୀୟ କ୍ରିକେଟ୍ ଟିମର ଅନ୍ୟତମ ସଫଳ କ୍ୟାପଟେନ୍ ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇଥର ବିଶ୍ୱକପ୍ ଟାଇଟଲ୍ (୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍) ଜିତିଛି। ଏହାଛଡ଼ା ୨୦୧୩ରେ ଧୋନିଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ବିଜେତା ହୋଇଥିଲା

ବର୍ତ୍ତମାନ ଧୋନି ନିଜ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ସହ ୟୁଏଇରେ ଅଛନ୍ତି, ଯେଉଁଠାରେ ସେପ୍ଟେମ୍ବର ୧୯ ତାରିଖରୁ ଟୁର୍ଣ୍ଣାମେଣ୍ଟର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story