ଟସ୍‌ ଜିତିଲା ମୁମ୍ବାଇ, ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ଚେନ୍ନାଇ: ଚଳିତ ଆଇପିଏଲର ସବୁଠାରୁ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀକୁ ହରାଇ ମୁମ୍ବାଇ ୨୦୨୦ ଆଇପିଏଲ ଟ୍ରଫି ଜିତିଥିଲା। ତେଣୁ ଋଷଭ ପନ୍ତଙ୍କ ଦିଲ୍ଲୀ ଆଜି ଏହାର ବଦଲା ନେବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦିଲ୍ଲୀ ପ୍ରଥମେ ବୋଲିଂ କରିବ। ଏଯାଏ ଉଭୟ ଦଳ ୩ଟି ଲେଖାଏ ମ୍ୟାଚ୍‌ ଖେଳି […]

Toss

Toss

Hemant Lenka
  • Published: Tuesday, 20 April 2021
  • Updated: 20 April 2021, 07:14 PM IST

Sports

Latest News

ଚେନ୍ନାଇ: ଚଳିତ ଆଇପିଏଲର ସବୁଠାରୁ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀକୁ ହରାଇ ମୁମ୍ବାଇ ୨୦୨୦ ଆଇପିଏଲ ଟ୍ରଫି ଜିତିଥିଲା। ତେଣୁ ଋଷଭ ପନ୍ତଙ୍କ ଦିଲ୍ଲୀ ଆଜି ଏହାର ବଦଲା ନେବାକୁ ଚେଷ୍ଟା କରିବ।

ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦିଲ୍ଲୀ ପ୍ରଥମେ ବୋଲିଂ କରିବ। ଏଯାଏ ଉଭୟ ଦଳ ୩ଟି ଲେଖାଏ ମ୍ୟାଚ୍‌ ଖେଳି ୨ଟିରେ ବିଜୟ ହୋଇଥିବା ବେଳେ ଗୋଟିଏ ଲେଖାଏ ମ୍ୟାଚ୍‌ ହାରିଛନ୍ତି। ମୁମ୍ବାଇ ତା’ର ଶେଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ସେହିପରି ଦିଲ୍ଲୀ ପଞ୍ଜାବ କିଙ୍ଗସ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା। ତେଣୁ ଆଜି ଉଭୟ ଟିମ୍‌ ନିଜର ବିଜୟ ଟ୍ରେଣ୍ଡକୁ ଆଗକୁ ଜାରି ରଖିବାକୁ ଚେଷ୍ଟା କରିବେ।


ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ବିଦେଶୀ ଖେଳାଳି ଆଡାମ ମିଲନେଙ୍କ ବଦଳରେ ଭାରତୀୟ ସ୍ପିନର ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିଛି। ଏହାର ଅର୍ଥ ମୁମ୍ବାଇ ଆଜି ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ମେରିୱାଲାଙ୍କ ବଦଳରେ ଅମିତ ମିଶ୍ରା ଓ କ୍ରିସ ୱକ୍ସଙ୍କ ବଦଳରେ ବିସ୍ଫୋରକ ଶିମରନ ହେଟମେୟରଙ୍କୁ ପ୍ଲେଇଂ ୧୧ରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos