ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଘୋଷଣା କଲା ଦଳ, ବେନ ଷ୍ଟୋକ୍ସଙ୍କ ନାଁ ନାହିଁ

ଲଣ୍ଡନ: ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ଇଂଲଣ୍ତ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି। ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ କିମ୍ବଦନ୍ତୀ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନାଁ ନାହିଁ। ଅର୍ଥାତ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଷ୍ଟୋକ୍ସଙ୍କ ବିନା ମୈଦାନକୁ ଓହ୍ଲାଇବ। ମାନସିକ ସ୍ଥରରେ ଫିଟ ନଥିବା ଷ୍ଟୋକ୍ସ ଦୀର୍ଘଦିନ ହେଲାଣି କ୍ରିକେଟରୁ ବ୍ରେକ ନେଇଛନ୍ତି। ଲାଗୁଥିଲା ସେ ବିଶ୍ୱକପ ଜରିଆରେ ଜାତୀୟ ଟିମ୍‌କୁ ଫେରିବେ। ହେଲେ […]

ENG

ENG

Hemant Lenka
  • Published: Thursday, 09 September 2021
  • Updated: 09 September 2021, 08:32 PM IST

ଲଣ୍ଡନ: ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ଇଂଲଣ୍ତ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି। ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ କିମ୍ବଦନ୍ତୀ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନାଁ ନାହିଁ। ଅର୍ଥାତ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଷ୍ଟୋକ୍ସଙ୍କ ବିନା ମୈଦାନକୁ ଓହ୍ଲାଇବ।

ମାନସିକ ସ୍ଥରରେ ଫିଟ ନଥିବା ଷ୍ଟୋକ୍ସ ଦୀର୍ଘଦିନ ହେଲାଣି କ୍ରିକେଟରୁ ବ୍ରେକ ନେଇଛନ୍ତି। ଲାଗୁଥିଲା ସେ ବିଶ୍ୱକପ ଜରିଆରେ ଜାତୀୟ ଟିମ୍‌କୁ ଫେରିବେ। ହେଲେ ମାନସିକ ସ୍ଥରରେ ସେ ଫିଟ୍‌ ହେବାକୁ ବୋର୍ଡ ଠାରୁ ଆଉ କିଛି ସମୟ ମାଗିଛନ୍ତି। ଏଥିପାଇଁ ତାଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସୁଯୋଗ ମିଳିନାହିଁ। ସେହିପରି ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ବିଶ୍ୱକପ ସ୍କ୍ୱାଡରେ ନାହାନ୍ତି। ସେ ଆହତ ହୋଇଥିବାରୁ ଦଳରେ ତାଙ୍କୁ ସ୍ଥାନ ମିଳିନି।

ତେବେ ଦୀର୍ଘ ୪ ବର୍ଷ ପରେ ଦଳକୁ ଫେରିଛନ୍ତି ବାମହାତୀ ଦ୍ରୁତବୋଲର ତୟମଲ ମିଲ୍ସ। ସେ ୨୦୧୭ ଫେବୃଆରୀ ମାସରୁ ଇଂଲଣ୍ଡ ପାଇଁ ଖେଳି ନଥିଲେ। କିନ୍ତୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ମିଲ୍ସ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଟି-୨୦ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳିଛି। ୧୫ ଜଣିଆ ସ୍କ୍ୱାଡ ସହ ଷ୍ଟାଣ୍ଡବାଏରେ ଥିବା ୩ ଜଣ ଖେଳାଳିଙ୍କ ନାଁ ଆଜି ଘୋଷଣା ହୋଇଛି।

ପୂର୍ବଭଳି ବିଶ୍ୱକପରେ ଇଂଲଣ୍ଡର କମାଣ ଇଓନ ମୋର୍ଗାନ ସମ୍ଭାଳିବେ। ଏହାବାଦ ଦଳରେ ମୋଇନ ଅଲୀ, ସାମ କୁରାନ, ଜୋଶ ବଟଲର, ଡାୱିଡ ମଲାନ ଓ ଜନ୍ନି ବେୟାରଷ୍ଟୋଙ୍କ ଭଳି ଖେଳାଳି ରହିଛନ୍ତି। ବୋଲିଂ ବାହିନୀରେ କ୍ରିସ ଜୋର୍ଡାନ, କ୍ରିସ ୱକ୍ସ, ଆଦିଲ ରଶିଦ, ମାର୍କ ଉଡ ଓ ଡାଭିଡ ୱିଲୀ ଅଛନ୍ତି।

ଇଂଲଣ୍ଡ ସ୍କ୍ୱାଡ: ଇଓନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ସାମ ବିଲିଙ୍ଗସ, ତୟମଲ ମିଲ୍ସ, ଜାସନ ରୟ, ଜୋଶ ବଟଲର, ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଲିଆମ ଲିଭଙ୍ଗଷ୍ଟୋନ, କ୍ରିସ ୱକ୍ସ, ଡାଭିଡ ୱିଲୀ, କ୍ରିସ ଜୋର୍ଡାନ, ମାର୍କ ଉଡ, ଆଦିଲ ରଶିଦ ଓ ସାମ କୁରାନ।

ଷ୍ଟାଣ୍ଡବାଏ: ମ କୁରାନ, ଜେମ୍ସ ଭେନିସ, ଲିଆମ ଡାୱସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story