ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛି। ବୁଧବାର ଓଡ଼ିଶା ଆନ୍ଧ୍ର ପ୍ରଦେଶ ନିକଟରୁ ପରାସ୍ତ ହୋଇଥିଲା। ଆଜି ବେଙ୍ଗାଲୁରୁର ନିର୍ମାଣ-୧ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। […]

odisha

Ranjit Kumar Jena
  • Published: Thursday, 11 February 2021
  • , Updated: 11 February 2021, 08:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଓଡ଼ିଶା ତା'ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛି। ବୁଧବାର ଓଡ଼ିଶା ଆନ୍ଧ୍ର ପ୍ରଦେଶ ନିକଟରୁ ପରାସ୍ତ ହୋଇଥିଲା।

ଆଜି ବେଙ୍ଗାଲୁରୁର ନିର୍ମାଣ-୧ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଦଳ ପକ୍ଷରୁ ମନୀଷ କୁମାର ୩୬ ବଲରେ ୪୦ ଓ ଅକ୍ଷୟ ବର୍ମା ୨୬ ବଲରେ ୨୫ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ B-1 ବର୍ଗର ତପନ କୁମାର ଗୌଡ଼ ୪ ଓଭରରେ ୨୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଖରାମ ମାଝୀ, ପଙ୍କଜ ଭୁଏ ଓ ନକୁଳ ବଡ଼ନାୟକ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଓଡ଼ିଶା ମାତ୍ର ୧୧.୪ ଓଭରରେ ବିନା ୱିକେଟରେ ୧୩୭ ରନ୍ କରି ଏକତରଫା ବିଜୟ ହାସଲ କରିଥିଲା। ଓଡ଼ିଶା ପକ୍ଷରୁ ସୁଖରାଜ ମାଝୀ ସର୍ବାଧିକ ୩୯ ବଲରେ ୭୧ ରନ୍ କରିଥିଲେ, ଯେଉଁଥିରେ ୧୧ ଚୌକା ସାମିଲ୍ ଅଛି। ସେହିପରି ନକୁଳ ବଡ଼ନାୟକ ୩୬ ବଲରେ ୭ ଚୌକା ସହ ୫୬ ରନର ଇନିଂସ୍ ଖେଳିଛନ୍ତି। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସୁଖରାମ ମାଝୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତାକାଲି ଓଡ଼ିଶା ତା'ର ପଞ୍ଚମ ଲିଗ୍ ମ୍ୟାଚରେ ହରିୟାଣାକୁ ଭେଟିବ। ଏହି ମୁକାବିଲା ବେଙ୍ଗାଲୁରୁର ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯିବ।

ଏହା ପୂର୍ବରୁ ମଙ୍ଗଳବାର ଓଡ଼ିଶା ତା'ର ତୃତୀୟ ମୁକାବିଲାରେ ଆନ୍ଧ୍ର ପ୍ରଦେଶ ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଓଡ଼ିଶା ୨୦ ଓଭରରେ ୭ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ ଆନ୍ଧ୍ର ଗୋଟିଏ ବଲ୍‌ ଥାଇ ୪ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଥିଲା।

Related story