ସଅଳ ଝଟକା ସତ୍ତ୍ୱେ ସ୍ଥିତି ସମ୍ଭାଳିଲେ ଓଲି ପପ୍‌, ତଥାପି ଟଳିନି ବିପଦ

ଲଣ୍ଡନ: ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ସଅଳ ଝଟକା ପାଇଥିବା ଘରୋଇ ଇଂଲଣ୍ଡ ପାଇଁ ସଙ୍କଟମୋଚକ ସାଜିଛନ୍ତି ଓଲି ପପ। ତାଙ୍କୁ କିଛି ସମୟ ଜନ୍ନି ବେୟାରଷ୍ଟୋ ସାଥ ଦେଇଥିଲେ। କିନ୍ତୁ ଲଞ୍ଚ ପରେ ସେ ୩୭ ରନ୍‌ କରି ପ୍ୟାଭଲିୟନ ଫେରିଛନ୍ତି।  ପ୍ରଥମ ଦିନରେ ୩ ୱିକେଟ ହରାଇ ୫୩ ରନ୍‌ କରିଥିବା ଇଂଲଣ୍ଡ ଦ୍ୱିତୀୟ ଦିନ ଆରମ୍ଭରୁ ଇନଫର୍ମ ଡାୱିଡ ମଲାନ ଓ ନାଇଟ ୱାଚ୍‌ ମ୍ୟାନ୍‌ କ୍ରେକ ଓଭରଟନ୍‌ଙ୍କୁ ହରାଇଥିଲା। […]

pope

pope

Hemant Lenka
  • Published: Friday, 03 September 2021
  • Updated: 03 September 2021, 06:36 PM IST

Sports

Latest News

ଲଣ୍ଡନ: ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ସଅଳ ଝଟକା ପାଇଥିବା ଘରୋଇ ଇଂଲଣ୍ଡ ପାଇଁ ସଙ୍କଟମୋଚକ ସାଜିଛନ୍ତି ଓଲି ପପ। ତାଙ୍କୁ କିଛି ସମୟ ଜନ୍ନି ବେୟାରଷ୍ଟୋ ସାଥ ଦେଇଥିଲେ। କିନ୍ତୁ ଲଞ୍ଚ ପରେ ସେ ୩୭ ରନ୍‌ କରି ପ୍ୟାଭଲିୟନ ଫେରିଛନ୍ତି।  ପ୍ରଥମ ଦିନରେ ୩ ୱିକେଟ ହରାଇ ୫୩ ରନ୍‌ କରିଥିବା ଇଂଲଣ୍ଡ ଦ୍ୱିତୀୟ ଦିନ ଆରମ୍ଭରୁ ଇନଫର୍ମ ଡାୱିଡ ମଲାନ ଓ ନାଇଟ ୱାଚ୍‌ ମ୍ୟାନ୍‌ କ୍ରେକ ଓଭରଟନ୍‌ଙ୍କୁ ହରାଇଥିଲା। ଏହାସତ୍ତ୍ୱେ ପପ୍‌ ଓ ବେୟାରଷ୍ଟୋ କାଉଣ୍ଟର ଆଟାକ କରି ସ୍ଥିତି ସମ୍ଭାଳି ନେଇଥିଲେ।

ଲଞ୍ଚ ସୁଦ୍ଧା ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୩୯ରେ ପହଞ୍ଚାଇ ଦେଇଥିଲେ। ଏହାପରେ ମଧ୍ୟ ଉଭୟ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ଏବେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ଭାରତ ଠାରୁ ମାତ୍ର ୩୫ ରନ୍‌ ଦୂରରେ ରହିଛି। ହାତରେ ଆହୁରି ୪ଟି ୱିକେଟ ଥିବାରୁ ଦଳ ପ୍ରଥମ ଇନିଂସ ଲିଡ୍‌ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଶେଷ ଖବର ସୁଦ୍ଧା ଇଂଲଣ୍ଡ ୬ ୱିକେଟ ହରାଇ ୧୫୬ ରନ୍‌ କରିଛି। ଶେଷ ବ୍ୟାଟସମ୍ୟାନ ଭାବେ ବେୟାରଷ୍ଟୋ ୩୭ ରନ୍‌ କରି ଆଉଟ ହୋଇଥିବା ବେଳେ  ପପ୍‌ ୪୭ ରନ୍‌ କରି ଅପରାଜିତ ରହିଛନ୍ତି।

ଦି ଓଭାଲରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସରେ ୧୯୧ ରନ୍‌ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଇଂଲିଶ ଟିମ୍‌ ଗତକାଲି ତା’ର ଇନିଂସ୍‌ ଆରମ୍ଭ କରିଥିଲେ। ତେବେ ଦଳ ଷ୍ଟମ୍ପ ଅପସାରଣ ବେଳକୁ ୩ ୱିକେଟ ହରାଇ ୫୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଖେଳ ଶେଷ ବେଳକୁ ମଲାନ କ୍ରିଜ୍‌ରେ ଥିବାରୁ ଆଜି ତାଙ୍କ ବ୍ୟାଟରୁ ବଡ଼ ସ୍କୋରର ଆଶା କରାଯାଉଥିଲା। ନାଇଟ ୱାଚ୍‌ମ୍ୟାନ ଓଭରଟନ୍‌ ମଧ୍ୟ କିଛି ରନ୍‌ କରିବେ ବୋଲି ଇଂଲିଶ କ୍ୟାମ୍ପ ଲକ୍ଷ୍ୟ ରଖିଥିଲା। ହେଲେ ଉମେଶ ଯାଦବ ଏହା କରିବାକୁ ଦେଇ ନଥିଲେ। ସେ ଇଂଲିଶ ଟିମ୍‌ ଆଜି ଖାତା ଖୋଲିବା ପୂର୍ବରୁ ଓଭରଟନ୍‌(୧)ଙ୍କୁ ବିରାଟଙ୍କ ହାତରେ କ୍ୟାଚ୍‌ କରାଇ ଦେଇଥିଲେ।

ଏହାପରେ ମଲାନ(୩୧) ମଧ୍ୟ ଯାଦବଙ୍କ ଦିବସର ଦ୍ୱିତୀୟ ଶିକାର ବନିଥିଲେ। ଗତକାଲି ଉମେଶ ଇଂଲଣ୍ଡର ଅଧିନାୟକ ଜୋ ରୁଟଙ୍କ ୱିକେଟ ମଧ୍ୟ ନେଇଥିଲେ।

୬୨ ରନ୍‌ରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡକୁ ଦାବି ପାଇଁ ଭାରତ ପାଖରେ ସୁଯୋଗ ରହିଥିଲା। ହେଲେ ପପ୍‌ ଓ ବେୟାରଷ୍ଟୋ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଉଭୟ ଆଟାକିଂ ଶଟ୍‌ ଖେଳି ଭାରତୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ।
ଲଞ୍ଚ ସୁଦ୍ଧା ସେମାନେ ଇଂଲଣ୍ଡକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଲଞ୍ଚ ପରେ ମଧ୍ୟ ଦମଦାର ବ୍ୟାଟିଂ କରି ଉଭୟ ଦଳୀୟ ସ୍କୋରକୁ ୧୫୧ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏହି ସମୟରେ ମହମ୍ମଦ ସିରାଜ ୩୭ ରନ୍‌ କରିଥିବା ବେୟାରଷ୍ଟୋକୁ ଆଉଟ କରି ଭାରତକୁ ୬ଷ୍ଠ ସଫଳତା ଦେଇଛନ୍ତି। ଏବେ କ୍ରିଜ୍‌ରେ ପପଙ୍କ ସହ ଅଲୀ ରହିଛନ୍ତି। ସେ ୪ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story