ଆଜି ଟି-୨୦ ବିଶ୍ୱକପର ପ୍ରଥମ ସେମି: ମୁହାଁମୁହିଁ ହେବେ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ

ସିଡ୍‌ନୀ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଲଢ଼େଇ। ଗୋଟିଏ ପଟେ ପାକିସ୍ତାନ ଥିବା ବେଳେ ଅନ୍ୟପଟେ ରହିଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ସମୟ ଦିନ ୧.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ପାଇଁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇ ରହିଛି। ନ୍ୟୁଜିଲ୍ୟାଣ୍ଡ ସୁପର ୧୨ର ଗ୍ରୁପ ୧ରୁ ନମ୍ବର ୱାନ ଦଳ ଭାବେ ସେମିକୁ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଗ୍ରୁପ ୨ରୁ ଦ୍ୱିତୀୟ […]

pakistan

pakistan

Hemant Lenka
  • Published: Wednesday, 09 November 2022
  • Updated: 09 November 2022, 07:30 AM IST

Sports

Latest News

ସିଡ୍‌ନୀ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଲଢ଼େଇ। ଗୋଟିଏ ପଟେ ପାକିସ୍ତାନ ଥିବା ବେଳେ ଅନ୍ୟପଟେ ରହିଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ସମୟ ଦିନ ୧.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ପାଇଁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇ ରହିଛି।

ନ୍ୟୁଜିଲ୍ୟାଣ୍ଡ ସୁପର ୧୨ର ଗ୍ରୁପ ୧ରୁ ନମ୍ବର ୱାନ ଦଳ ଭାବେ ସେମିକୁ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଗ୍ରୁପ ୨ରୁ ଦ୍ୱିତୀୟ ଦଳ ଭାବେ ସେମି ଟିକେଟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ପାକିସ୍ତାନର ସେମି ଫାଇନାଲ ରାସ୍ତା ଅତ୍ୟନ୍ତ କଠିନ ଥିଲା। ଗ୍ରୁପ ପର୍ଯ୍ୟାୟର ଶେଷ ଦିନ ଯାଏ ବାବର ଆଜମଙ୍କ ଟିମ ସେମିକୁ ଯିବ କି ନାହିଁ ତା’କୁ ନେଇ ସସପେନ୍ସ ଲାଗି ରହିଥିଲା।

ନେଦରଲ୍ୟାଣ୍ଡ୍ସ ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଅପ୍ରତ୍ୟାଶିତ ଭାବେ ପରାସ୍ତ କରିବାରୁ ପାକିସ୍ତାନ ପାଇଁ ସେମି ଫାଇନାଲ ଯିବାକୁ ବାଟ ଫିଟିଥିଲା। ଏହି ସୁଯୋଗକୁ ବାବର ଆଣ୍ଡ କୋ ହାତ ଛଡ଼ା କରି ନଥିଲେ। ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ବେଶ ସହଜରେ ହରାଇ ପାକିସ୍ତାନ ସେମି ଫାଇନାଲ ଟିକେଟ ହାତେଇଛି।

ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ପ୍ରଥମେ ଭାରତ ଓ ପରେ ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଭାବେ ୧ ରନରେ ହାରି ଯାଇଥିଲା। ଏହି କାରଣରୁ ଦଳ ସେମି ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇଥିଲା।

୧୯୯୨ରେ ପାକିସ୍ତାନ ଦିନିକିଆ ବିଶ୍ୱକପ ଜିତିଥିବା ବେଳେ ଦଳ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ସେତେବେଳେ ଇମ୍ରାନ ଖାନଙ୍କ ଦଳ ଲିଗ୍‌ ପର୍ଯ୍ୟାୟରେ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ସେମି ଟିକେଟ ପାଇଥିଲା। ସେମିରେ ମଧ୍ୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଦଳ ବିଜୟୀ ହୋଇ ଫାଇନାଲକୁ ଯାଇଥିଲା। ଶେଷରେ ଟ୍ରଫି ମଧ୍ୟ ହାତେଇଥିଲା। ୨୦୦୭ ଟି-୨୦ ବିଶ୍ୱକପ ସେମିରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପାକିସ୍ତାନ ସେମିକୁ ଯାଇଥିଲା।

ତେଣୁ ୨୦୨୨ ଟି-୨୦ ବିଶ୍ୱକପରେ ଦଳ ସମାନ ଇତିହାସର ପୁନରାବୃତ୍ତି ଲକ୍ଷ୍ୟରେ ରହିଛି। ଦଳ ସୁପର ୧୨ରେ ପାଇଥିବା ଝଟକାକୁ ଭୁଲି ଏବେ ଆଗକୁ ବଢ଼ିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳର ଖେଳାଳିମାନେ ଲୟକୁ ଫେରିଛନ୍ତି। କେବଳ ମହମ୍ମଦ ରିଜୱାନ ଓ ବାବର ଆଜମ ଏଯାଏ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

ପୂର୍ବରୁ ମଧ୍ୟକ୍ରମକୁ ନେଇ ପାକିସ୍ତାନ ଚିନ୍ତାରେ ଥିଲା। ହେଲେ ଶଦାବ ଖାନ ଓ ଇଫତିକାର ଅହମ୍ମଦ ଏହାକୁ ଦୂର କରିଛନ୍ତି। ସେମାନଙ୍କ ସହ ଶାନ ମାସୁଦ ଓ ମହମ୍ମଦ ହାରିଶ ମଧ୍ୟ ଦମଦାର ବ୍ୟାଟିଂ କରିବାରେ ଲାଗିଛନ୍ତି। ବାଂଲାଦେଶ ବିପକ୍ଷରେ ଦଳର ମୁଖ୍ୟ ବୋଲର ଶାହୀନ ଶାହ ଆଫ୍ରିଦି ୪ ୱିକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ହାରିଶ ରୌଫ, ମହମ୍ମଦ ୱାସିମ ଓ ନଶୀମ ଶାହ କ୍ରମାଗତ ଭଲ ବୋଲିଂ କରୁଛନ୍ତି। ତେଣୁ ପାକିସ୍ତାନ ଏମାନଙ୍କ ଠାରୁ ସେମିରେ ସମାନ ପ୍ରଦର୍ଶନର ଆଶା ରଖିଛି।

ଅନ୍ୟପକ୍ଷରେ ଏଯାଏ କୌଣସି ବିଶ୍ୱକପ ଜିତିବାକୁ ସକ୍ଷମ ହୋଇ ନଥିବା ନ୍ୟୁଜିଲ୍ୟାଣ୍ଡ ଏଥିର ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି। ୨୦୨୧ ଟି-୨୦ ବିଶ୍ୱକପ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ସେହିପରି ୨୦୧୯ ଦିନିକିଆ ବିଶ୍ୱକପ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ହାତରୁ ଇଂଲଣ୍ଡ ଛଡ଼ାଇ ନେଇଥିଲା। ୨୦୧୫ ଦିନିକିଆ ବିଶ୍ୱକପ ଫାଇନାଲରେ ବି ଦଳ ହାରିଥିଲା।

ତେଣୁ ଏହାକୁ ବଦଳାଇବା ପାଇଁ ଆଜି କେନ ୱିଲିୟମସନଙ୍କ ଦଳ ସିଡ୍‌ନୀ ପଡ଼ିଆକୁ ଓହ୍ଲାଇବ। ନ୍ୟୁଜିଲ୍ୟାଣ୍ଡ ୩ଥରର ଆଇସିସି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପାକିସ୍ତାନକୁ ଭେଟିଛି। ହେଲେ ସବୁଥର ଦଳକୁ ହାରିବାକୁ ପଡ଼ିଛି। ହେଲେ ଅତୀତକୁ ସବୁବେଳେ ଭୁଲି ଆଗକୁ ବଢ଼ିବାକୁ ହେବ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏକଥା ଭଲ ଭାବେ ଜାଣିଛି। ତେଣୁ ଦଳ ଆଜି ପୂର୍ବ କଥା ଭୁଲି ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଦଳ ପାଖରେ ଗ୍ଲେନ ଫିଲିପ୍ସ, ଟ୍ରେଣ୍ଟ ବୋଲ୍ଟ ଓ ଡେଭନ କନୱେଙ୍କ ଭଳି ମ୍ୟାଚ୍‌ ୱିନର ଅଛନ୍ତି। ସେହିପରି କେନ ୱିଲିୟମସନଙ୍କ ଶାନ୍ତ ଶୋଭାର କ୍ୟାପ୍ଟେନ୍ସି ମଧ୍ୟ ସେମି ଫାଇନାଲ ଭଳି ପ୍ରେସର ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦଳ ସୁପର ୧୨ରେ କେବଳ ଇଂଲଣ୍ଡ ଠାରୁ ହାରିଥିଲା। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ବୃହତ୍ତ ବ୍ୟବଧାନରେ ନ୍ୟୁଜିଲ୍ୟାଣ୍ଡ ହରାଇଥିବାରୁ ରନରେଟ୍‌ ଆଧାରରେ ପ୍ରଥମ ସ୍ଥାନରେ ରହି ସେମି ଟିକେଟ ପାଇଥିଲା।

ବିଶ୍ୱକପର ଶେଷ ୪ଟି ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ୍ ଖେଳିଥିଲେ ମଧ୍ୟ କେତେବେଳେ ଫାଇନାଲ ଓ କେତେବେଳେ ସେମି ଫାଇନାଲରୁ ବିଦାୟ ନେଇଛି। ବିଗତ ୭ ବର୍ଷ ଭିତରେ ଦଳ ୨୦୧୫, ୨୦୧୯ ଦିନିକିଆ ଓ ୨୦୨୧ ମସିହା ଟି-୨୦ ବିଶ୍ୱକପ ଫାଇନାଲକୁ ଯାଇ ହାରିଛି। ତେଣୁ ଏଥର ଏହାକୁ ବଦଳାଇବାକୁ ବ୍ଲାକକ୍ୟାପ ଚାହିଁବ।

ଏଯାଏ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ୨୮ ଥର ଟି-୨୦ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହା ମଧ୍ୟରୁ ପାକିସ୍ତାନ ୧୭ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୧ଟି ମ୍ୟାଚ୍‌ରେ ବାଜିତମାତ କରିଛି। ଟି-୨୦ ବିଶ୍ୱକପ କଥା ଦେଖିଲେ ପାକିସ୍ତାନ ୪ଟି ମ୍ୟାଚ୍‌ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨ଥର ଜିତିଛି।

ନ୍ୟୁଜିଲ୍ୟାଣ୍ଡ ସମ୍ଭାବ୍ୟ ଏକାଦଶ: ଫିନ୍ ଆଲେନ୍‌, ଡେଭନ୍ କନୱେ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌, ‌ଜେମ୍ସ ନୀଶାମ, ମିଚେଲ୍ ସାଣ୍ଟନର୍, ଟିମ୍ ସାଉଦି, ଈଶ ଶୋଢ଼ି, ଲକି ଫର୍ଗୁସନ୍‌ ଓ ଟ୍ରେଣ୍ଟ୍ ବୋଲ୍ଟ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ମହମ୍ମଦ ହାରିଶ, ଶାନ୍‌ ମାସୁଦ୍, ଇଫତିକାର ଅହମ୍ମଦ, ଶଦାବ ଖାନ୍‌, ମହମ୍ମଦ ନୱାଜ, ମହମ୍ମଦ ୱାସିମ୍‌, ନସିମ୍ ଶାହ, ହାରିଶ ରୌଫ, ଶାହିନ ଶହ ଆଫ୍ରିଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story