ଦିନିକିଆରେ ରୋହିତ ଓ ଟି-୨୦ରେ ହାର୍ଦ୍ଦିକ କ୍ୟାପ୍ଟେନ, ଉପ ଅଧିନାୟକ ପଦରୁ ରାହୁଲ ଆଉଟ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଆଜି ଭାରତୀୟ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଖରାପ ଫର୍ମ ପାଇଁ କେଏଲ ରାହୁଲଙ୍କୁ ଟିମ ଇଣ୍ଡିଆର ଉପ ଅଧିନାୟକ ପଦରୁ ବିଦା କରାଯାଇଛି। ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳର କମାଣ ସମ୍ଭାଳିବେ। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ଖେଳିବେ ନାହିଁ ରୋହିତ ଶର୍ମା। ତେଣୁ ତାଙ୍କ ଅନୁପସ୍ଥିତିରେ […]

Hardik

  • Published: Tuesday, 27 December 2022
  • , Updated: 27 December 2022, 10:44 PM IST

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଆଜି ଭାରତୀୟ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଖରାପ ଫର୍ମ ପାଇଁ କେଏଲ ରାହୁଲଙ୍କୁ ଟିମ ଇଣ୍ଡିଆର ଉପ ଅଧିନାୟକ ପଦରୁ ବିଦା କରାଯାଇଛି। ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳର କମାଣ ସମ୍ଭାଳିବେ। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି।

ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ଖେଳିବେ ନାହିଁ ରୋହିତ ଶର୍ମା। ତେଣୁ ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ। କେଏଲ ରାହୁଲ ଦିନିକିଆ ସ୍କ୍ୱାଡରେ ଅଛନ୍ତି। କିନ୍ତୁ ଟି-୨୦ରୁ ତାଙ୍କୁ ବାଦ ଦିଆଯାଇଛି। ବିରାଟ କୋହଲି ମଧ୍ୟ କେବଳ ଦିନିକିଆ ସିରିଜ ଖେଳିବେ।

ଆହତ ଯୋଗୁ ଦୀର୍ଘ ଦିନରୁ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ରବୀନ୍ଦ୍ର ଜାଡେଜା କିମ୍ବା ଯଶପ୍ରୀତ ବୁମ୍ରାଙ୍କ କମବ୍ୟାକ ହୋଇନି। ଟି-୨୦ରେ ନୂଆ ମୁହଁ ଭାବେ ଦ୍ରୁତ ବୋଲର ଶିବମ ମାଭିଙ୍କୁ ସୁଯୋଗ ମିଳିଛି।

ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ସୂର୍ଯ୍ୟ କୁମାରଙ୍କୁ ଟି-୨୦ ଟିମର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ମିଳିଛି।

ଉଭୟ ଦିନିକିଆ ଓ ଟି-୨୦ ସ୍କ୍ୱାଡରେ ଋଷଭ ପନ୍ତ ନାହାନ୍ତି। ଟି-୨୦ରେ ଈଶାନ କିଶନ ଓ ସଞ୍ଜୁ ସାମସନ ରହିଛନ୍ତି। ଦିନିକିଆରେ ଈଶାନଙ୍କ ସହ କେଏଲ ରାହୁଲ ୱିକେଟ କିପର ଭାବେ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।


ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, କେଏଲ ରାହୁଲ(ୱିକେଟ କିପର), ଈଶାନ କିଶନ(ୱିକେଟ କିପର), ୱାଶିଂଟନ ସୁନ୍ଦର, ୟୁଜି ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ।


ଶ୍ରୀଲଙ୍କା ବିପକ୍ଷ ଟି-୨୦ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ(ଉପ ଅଧିନାୟକ) ଈଶାନ କିଶନ(ୱିକେଟ କିପର), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜି ଚହଲ, ଅକ୍ଷର ପଟେଲ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ମୁକେଶ କୁମାର ଓ ଶିବମ ମାଭି।

ଜାନୁଆରୀ ୩, ୫ ଓ ୭ରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ ଖେଳିବେ। ଏହାପରେ ୩ଟିକିଆ ଦିନିକିଆ ସିରିଜ୍‌ ଜାନୁଆରୀ ୧୦ରୁ ଆରମ୍ଭ ହେବ।

Related story