ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ଟାଉନ୍ କ୍ଲବକୁ ହରାଇଲା ପାରାମାଉଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ପାରାମାଉଣ୍ଟ ୧୦ ୱିକେଟରେ ଟାଉନ୍ କ୍ଲବକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟାଉନ୍ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୯ ୱିକେଟ୍‌ ହରାଇ ୧୧୭ ରନ୍ କରିଥିଲା। ଦଳ ପକ୍ଷରୁ ଜୀବନ ଜ୍ୟୋତି ରାଣା ୪୦, ରୁଦ୍ର ପ୍ରସାଦ ମିଶ୍ର ୩୨, ଆୟୂଷ ଅମ୍ଲାନ ୨୪ ରନ୍ କରିଥିଲେ। ପାରାମାଉଣ୍ଟ […]

llcc

Ranjit Kumar Jena
  • Published: Thursday, 25 February 2021
  • , Updated: 25 February 2021, 08:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ପାରାମାଉଣ୍ଟ ୧୦ ୱିକେଟରେ ଟାଉନ୍ କ୍ଲବକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟାଉନ୍ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୯ ୱିକେଟ୍‌ ହରାଇ ୧୧୭ ରନ୍ କରିଥିଲା।

ଦଳ ପକ୍ଷରୁ ଜୀବନ ଜ୍ୟୋତି ରାଣା ୪୦, ରୁଦ୍ର ପ୍ରସାଦ ମିଶ୍ର ୩୨, ଆୟୂଷ ଅମ୍ଲାନ ୨୪ ରନ୍ କରିଥିଲେ। ପାରାମାଉଣ୍ଟ ପକ୍ଷରୁ ଶେକ୍ ନକୀମ୍ ମାତ୍ର ୧୩ ରନ୍ ଦେଇ ୫ଟି ୱିକେଟ୍‌ ନେଇଥିବା ବେଳେ ସୟଦ ତୌଫିଲ ଓ ଟି. ଦେ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୨୦ ରନର ଲକ୍ଷ୍ୟକୁ ପାରାମାଉଣ୍ଟ ୨୦.୩ ଓଭରରେ ବିନା ୱିକେଟ୍ ହରାଇ ହାସଲ କରିନେଇଛି। ଦଳର ଦୁଇ ଓପ୍ନର ସିଦ୍ଧାର୍ଥ ଶଙ୍କର ୫୬ ଓ ସ୍ୱାଗତ ସୌରଭ ୫୦ ରନ୍ କରି ଅପରାଜିତ ଥିଲେ। ପାରାମାଉଣ୍ଟ ପକ୍ଷରୁ ଶେକ ନକୀବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତାଙ୍କୁ ପୂର୍ବତନ ରଣଜୀ କ୍ରିକେଟର ସୌରଭ ସେହଗଲ୍ ପୁରସ୍କୃତ କରିଥିଲେ। ଖେଳକୁ ଚନ୍ଦ୍ରମୋହନ ବରାଳ ଓ ସୁଶାନ୍ତ ଦାଶ ପରିଚାଳନା କରିଥିଲେ।

Related story