ଲକ୍ଷ୍ନୌକୁ ୧୫୩ ରନ୍‌ରେ ରୋକିଲା ପଞ୍ଜାବ, ରାବାଡାଙ୍କୁ ୪ ୱିକେଟ

ପୁଣେ: କ୍ୱିଣ୍ଟନ ଡି’କକଙ୍କ ୪୬ ଓ ଦୀପକ ହୁଡ୍ଡାଙ୍କ ୩୪ ରନ୍‌ ବଳରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୫୩ ରନ୍‌ କରିଛି। ଫଳରେ ଆଇପିଏଲର ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ପଞ୍ଜାବ କିଙ୍ଗସକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଡି’କକ ଓ ହୁଡ୍ଡାଙ୍କ ବ୍ୟତୀତ ଶେଷ ଭାଗରେ ଦୁଷ୍ମନ୍ତ ଚାମିରା ମଧ୍ୟ କିଛି ବଡ଼ ଶଟ ଖେଳିଛନ୍ତି। ସେ ୧୭ ରନ୍‌ କରିବାରୁ ହିଁ ଲକ୍ଷ୍ନୌ ୧୫୦ ରନ୍‌ […]

Rabada

Rabada

Hemant Lenka
  • Published: Friday, 29 April 2022
  • Updated: 29 April 2022, 09:25 PM IST

Sports

Latest News

ପୁଣେ: କ୍ୱିଣ୍ଟନ ଡି’କକଙ୍କ ୪୬ ଓ ଦୀପକ ହୁଡ୍ଡାଙ୍କ ୩୪ ରନ୍‌ ବଳରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୫୩ ରନ୍‌ କରିଛି। ଫଳରେ ଆଇପିଏଲର ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ପଞ୍ଜାବ କିଙ୍ଗସକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଡି’କକ ଓ ହୁଡ୍ଡାଙ୍କ ବ୍ୟତୀତ ଶେଷ ଭାଗରେ ଦୁଷ୍ମନ୍ତ ଚାମିରା ମଧ୍ୟ କିଛି ବଡ଼ ଶଟ ଖେଳିଛନ୍ତି। ସେ ୧୭ ରନ୍‌ କରିବାରୁ ହିଁ ଲକ୍ଷ୍ନୌ ୧୫୦ ରନ୍‌ ପାର କରିବାକୁ ସକ୍ଷମ ହୋଇଛି। ପଞ୍ଜାବ ପକ୍ଷରୁ କାଗିସୋ ରାବାଡା ଜବରଦସ୍ତ ବୋଲିଂ କରି ୪ଟି ୱିକେଟ ଦଖଲ କରିଛନ୍ତି।

ପୁଣେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ରାବାଡା ନିଜର ପ୍ରଥମ ଓ ମ୍ୟାଚ୍‌ର ଦ୍ୱିତୀୟ ଓଭର୍‌ରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ(୬)ଙ୍କ ୱିକେଟ ଦଖଲ କରିଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ୍ଡା ଓପନର ଡି’କକଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୨ ଓଭର୍‌ ସୁଦ୍ଧା ଦଳୀୟ ସ୍କୋରକୁ ୯୮ରେ ପହଞ୍ଚାଇ ଦେଇଥିଲେ।

କିନ୍ତୁ ଏହି ସମୟରେ ସନ୍ଦୀପ ଶର୍ମା ୪୬ ରନ୍‌ କରିଥିବା ଡି’କକଙ୍କୁ ଆଉଟ କରିଦେଇଥିଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ନୌର ବିପର୍ଯ୍ୟୟ। ଡି’କକଙ୍କ ପରେ ଭଲ ଲୟରେ ଥିବା ଦୀପକ ହୁଡ୍ଡା(୩୪) ରନ୍‌ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ୟା(୭), ଆୟୁଷ ବଦୋନି(୪) ଓ ମାର୍କସ ଷ୍ଟୋଇନିସ(୧) ସମସ୍ତଙ୍କୁ ନରାଶ କରିଥିଲେ।

ଏକଦା ୯୮ ରନ୍‌ରେ ୨ଟି ୱିକେଟ ହରାଇଥିବା ଲକ୍ଷ୍ନୌ ୧୧୧ ବେଳକୁ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଜେସନ ହୋଲ୍ଡର କ୍ରିଜ୍‌ରେ ଥିବାରୁ ଲକ୍ଷ୍ନୌ ବଡ଼ ସ୍କୋର ଆଶା କରିଥିଲା। କିନ୍ତୁ ସେ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ରାହୁଲ ଚହର ନେଇଥିଲେ।

୧୮ତମ ଓଭର୍‌ରେ ଚାମିରା ୨ଟି ଛକା ମାରିବାରୁ ଦଳୀୟ ସ୍କୋର ୧୫୦ର ନିକଟତର ହୋଇଥିଲେ। ସେ ମାତ୍ର ୧୦ ବଲରେ ୧୭ ରନ୍‌ କରିଥିବା ବେଳେ ରାବାଡାଙ୍କ ୪ର୍ଥ ଶିକାର ବନିଥିଲେ।

ଶେଷ ଭାଗରେ ମୋହଶିନ ଖାନ ଅପରାଜିତ ୧୩ ଓ ଆଭେଶ ଖାନ ୨ ରନ୍‌ କରିବାକୁ ଲକ୍ଷ୍ନୌ କଷ୍ଟମଷ୍ଟେ ୮ ୱିକେଟ ହରାଇ ୧୫୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପଞ୍ଜାବ ପକ୍ଷରୁ ରାବାଡା ୪ଟି ୱିକେଟ ନେଇଥିବା ବେଳେ ରାହୁଲ ଚହର ୨ଟି ଓ ସନ୍ଦୀପ ଶର୍ମାଙ୍କ ଖାତାକୁ ଗୋଟିଏ ସଫଳତା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos