ଗ୍ଲେନ ଫିଲିପ୍ସଙ୍କ ଦମଦାର ଶତକ, ନ୍ୟୁଜିଲ୍ୟାଣ୍ଡର ବଡ଼ ବିଜୟ

ସିଡ୍‌ନୀ: ପୁଣି ଟି-୨୦ ବିଶ୍ୱକପରେ ହାରିଲା ଶ୍ରୀଲଙ୍କା। ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଗ୍ଲେନ ଫିଲିପ୍ସଙ୍କ ଦମଦାର ଶତବ ବଳରେ ନ୍ୟୁଜିଲ୍ୟାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ହରାଇଛି। ଫିଲିପ୍ସଙ୍କ ୬୪ ବଲରେ ୧୦୪ ରନ ଯୋଗୁ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କେବଳ ୧୦୨ ରନ କରିଛି। ଚଳିତ ବିଶ୍ୱକପରେ ଏହା ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆକୁ […]

NZ

  • Published: Saturday, 29 October 2022
  • , Updated: 29 October 2022, 05:24 PM IST

ସିଡ୍‌ନୀ: ପୁଣି ଟି-୨୦ ବିଶ୍ୱକପରେ ହାରିଲା ଶ୍ରୀଲଙ୍କା। ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଗ୍ଲେନ ଫିଲିପ୍ସଙ୍କ ଦମଦାର ଶତବ ବଳରେ ନ୍ୟୁଜିଲ୍ୟାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ହରାଇଛି। ଫିଲିପ୍ସଙ୍କ ୬୪ ବଲରେ ୧୦୪ ରନ ଯୋଗୁ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଥିଲା।

ଏହାର ଜବାବରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କେବଳ ୧୦୨ ରନ କରିଛି। ଚଳିତ ବିଶ୍ୱକପରେ ଏହା ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା।

ଅନ୍ୟପକ୍ଷରେ ଶ୍ରୀଲଙ୍କାର ଏହା ଦ୍ୱିତୀୟ ପରାଜୟ। ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା। କିନ୍ତୁ ଦଳ ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଠାରୁ ଓ ଆଜି ତୃତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଛି।

ସିଡନୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ପ୍ରଥମ ଓଭରରେ ବିସ୍ଫୋରକ ଫିନ ଆଲେନ(୧)ଙ୍କୁ ହରାଇଥିଲା। ଇନଫର୍ମ ଡେଭୋନ କନୱେ(୧) ଓ ଅଧିନାୟକ ୱିଲୟମସନ(୮) ମଧ୍ୟ କିଛି କରିପାରି ନଥିଲେ।

ତେବେ ଦଳୀୟ ସ୍କୋର ୭ ଥିବା ବେଳେ କ୍ରିଜ୍‌କୁ ଆସିଥିବା ଫିଲିପ୍ସ ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ସେ ଡାରେଲ ମିଚେଲଙ୍କୁ ସାଥୀ କରି ସ୍ଥିତି ସମ୍ଭାଳିଥିଲେ। ଫିଲିପ୍ସ ନିଜର ବିସ୍ଫୋରକ ବ୍ୟାଟିଂ ଷ୍ଟାଇଲକୁ ଛାଡ଼ି ଧୀରେ ସୁସ୍ଥେ ଖେଳିଥିଲେ। ଏଥିସହ ୧୪.୩ ଓଭର ସୁଦ୍ଧା ମିଚେଲ(୨୨)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୯୯ରେ ପହଞ୍ଚାଇଥିଲେ।

୧୫ ଓଭର ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୦୦ ରନ କରିଥିଲେ। ଏହି ସମୟରେ ବ୍ୟାଟିଂ ଗିୟର ବଦଳାଇଥିଲେ ଫିଲିପ୍ସ। ସେ ୪୦ ବଲରେ ଅର୍ଦ୍ଧଶକ ହାସଲ କରିଥିବା ବେଳେ ବାକି ୨୧ ବଲରେ ଆଉ ୫୦ ରନ ଯୋଡ଼ି ନିଜର ଶତକ ହାସଲ କରିଥିଲେ।

ଏଥିସହ ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡର ସ୍କୋର ୧୯.୪ ଓଭର ସୁଦ୍ଧା ୧୬୨ ଥିବା ବେଳେ ଫିଲିପ୍ସ ୬୪ ବଲରେ ୧୦୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହି ଶତକୀୟ ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ନିଶମ(୫) ଓ ଈଶ ଶୋଢ଼ି(୧) ଆଉଟ ହୋଇଥିବା ବେଳେ ମିଚେଲ ସାଣ୍ଟନର ଅପରାଜିତ ୧୧ ରନ ଓ ଶେଷ ବଲରେ ଟିମ ସାଉଦି ଚୌକା ମାରିଥିଲା। ଶେଷରେ ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଥିଲା।

୧୬୮ ରନର ପିଛା କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପ୍ରଥମ ଓଭରରେ ପଥୁମ ନିଶାଙ୍କା (୦), ଦ୍ୱିତୀୟ ଓଭରରେ କୁଶଲ ମେଣ୍ଡିସ (୪) ଓ ଧନଞ୍ଜୟ ଡି’ସିଲଭା (୦)ଙ୍କୁ ହରାଥିଲା। ପ୍ରଥମ ଓଭରେ ସାଉଦି ଓ ଦ୍ୱିତୀୟ ଓଭରରେ ଟ୍ରେଣ୍ଟ ବୋଲ୍ଟ ଦୁଇଟି ୱିକେଟ ନେଇଥିଲେ।

ଗୋଟିଏ ଓଭର ପରେ ଚରିତ ଅସଲଙ୍କା(୪) ବୋଲ୍ଟଙ୍କ ତୃତୀୟ ଶିକାର ବନିଥିଲେ। ପ୍ରଥମ ୬ ଓଭରରେ ଶ୍ରୀଲଙ୍କା ୪ ୱିକେଟ ହରଯାଇ କେବଳ ୨୪ ରନ କରିବାକୁ ସକ୍ଷମ ହୋଇଥିଲା। ୭ମ ଓଭରର ପ୍ରଥମ ବଲରେ ମିଚେଲ ସାଣ୍ଟର ୩ ରନ କରିଥିବା ଚାମିକା କରୁଣାରତ୍ନେଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ୫ମ ଝଟକା ଦେଇଥିଲେ।

କିଛି ସମୟ ପାଇଁ ଭାନୁକା ରାଜପକ୍ଷ ଓ ଅଧିନାୟକ ଦସୁନ ଶଣକା ଲଢ଼େଇ କରିଥିଲେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି ଥିଲା। ଦଳୀୟ ସ୍କୋର ୫୮ ଥିବା ବେଳେ ରାଜପକ୍ଷ(୩୪)ଙ୍କୁ ଲକି ଫର୍ଗୁସନ ଆଉଟ କରିଥିଲେ। ଏହାପରେ ଶ୍ରୀଲଙ୍କା ନିୟମିତ ଭାବେ ୱିକେଟ ହରାଇବା ଆରମ୍ଭ କରିଥିଲା।

ଦଳର ଶେଷ ଆଶା ଅଧିନାୟକ ଶଣକା ୩୫ ରନ କରିଥିବା ବେଳେ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱାନିନ୍ଦୁ ହସରଙ୍ଗା(୪), ମହୀଶ ତିକଶାନା(୦) ଓ ଲାହିରୁ କୁମାରା(୪) ରନ କରିଛନ୍ତି। କୁମାରଙ୍କୁ ଶେଷ ଓଭରରେ ଆଉଟ କରି ଶୋଢ଼ି ଶ୍ରୀଲଙ୍କାକୁ ୧୦୨ ରନରେ ଅଲଆଉଟ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବୋଲ୍ଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସାଣ୍ଟନର, ଶୋଢ଼ି ଦୁଇଟି ଲେଖାଏ ଓ ସାଉଦି ଏବଂ ଫର୍ଗୁସନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ତେବେ ୬୪ ବଲରେ ଶତକୀୟ ଇନିଂସ ଖେଳିଥିବା ଫିଲିପ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Related story